(କବି କେଶବ ଚନ୍ଦ୍ର ନାୟକ)

ଏବେ ହୋଇ ଗଲା ଷାଠିଏ ବରଷ
ବୁଢ଼ା ରେ ଗଣତି ହୋଇ…..
ମନଟା କହୁଛି ବୁଢ଼ା ମୁଁ ହୋଇନି
ମିଛ ଭାବ କାହିଁ ପାଇଁ….!!
ବାଳକୁ ମୋର କରିଅଛି କଳା
ପଚିଶି ବରଷ ଭେଣ୍ଡା…
ଦାଢିଟା ଦେଇଛି ସଂପୂର୍ଣ୍ଣ ଉଡେଇ
ଧଳା ବାଳ ସବୁ ଲଣ୍ଡା…!!
ଜିନ୍ ପ୍ଯାଣ୍ଟ ଆଉ ଟି-ସାର୍ଟ ପିନ୍ଧି
ବୁଲେ ମୁଁ ଛକକୁ ଛକ….
ଅତର ବୋଳା ମୋ ପୋଷାକ ସୁଗନ୍ଧ
ଗାଲ ଦୁଇ ଚକମକ….!!
ବୁଟ୍ ପିନ୍ଧିଣ ଫିଟ୍ ହୋଇଛି
କରେ ମୁଁ ମର୍ଣ୍ଣି ୱାକ୍ ….
ବୁଢ଼ା ବୁଢ଼ା ବୋଲି ରଡିଟା ଛାଡୁଛ
କରୁଅଛ ବକବକ…!!
ଏବେ ବି ଭାବୁଛି ଯଉବନ ଅଛି
ପ୍ରେମ କରିବାକୁ ମନ….
ପାଖ ଦେଇଗଲେ ଷୋଡ଼ଶୀ ସୁନ୍ଦରୀ
ମନ ହୁଏ ଛନଛନ….!!
କଣେଇ କଣେଇ ଦିଏ ଟିକେ ଚାହିଁ
ରୂପରେ ପାଗଳ ହୁଏ…..
ହୃଦୟର ବୀଣା ତା’ର ଛିଣ୍ଡି ଯାଏ
ତାକୁ ଝୁରି ଝୁରି ହାଏ…!!
ଏବେ ବି ବୟସ ଲହଡ଼ି ମାରୁଛି
ସରି ନାହିଁ ଯୁବପଣ…..
ବୁଢ଼ା ବୁଢ଼ା ବୋଲି ଡାକନି କେଉଁଠି
ପକାଉଛି: ବୋଉରାଣ…!!
ଏବେ ବି ରାତିରେ ଦେଖୁଛି ସପନ
ଭାବୁଛି ପ୍ରେମିକା କଥା….
ଅତୀତର ସ୍ମୃତି ହୁଏ ଉଜାଗର
ବିରହ – ବେଦନା – ବ୍ୟଥା…!!
ଆଜି ବି ବସନ୍ତ ବହୁଛି ହୃଦୟେ
ପ୍ରୀତିର କୋଇଲି ଗାଏ….
ପରୀ କଥା ଭାବି ଫୁଲର ଶେଯରେ
ମଉନେ ନିଶିରେ ଶୁଏ…!!
(ସଭାପତି ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନ:୯୪୩୭୭୭୯୪୪୭