ମାଲକାନଗିରି : ପ୍ରଶାସନ ଶୁଣିଲା ନାହିଁ, ନିଜ ଗାଁ ରାସ୍ତା ନିଜେ ମରାମତି କଲେ ଗାଁ ଲୋକମାନେ। ଏମିତି ଘଟଣା ଦେଖିବାକୁ ମିଳିଛି କୋରୁକୋଣ୍ଡ ବ୍ଲକ ଅନ୍ତର୍ଗତ ଡୁଡାମେଟା ପଞ୍ଚାୟତ ର ବାଲକାଟି ଗ୍ରାମରେ । ଲୋକମାନେ ସ୍ଥାନୀୟ ପ୍ରଶାସନକୁ ବାରମ୍ବାର ଅଭିଯୋଗ କରିବା ସତ୍ବେ ରାସ୍ତା ମରାମତି କରିବା ରେ ଚରମ ଅବହେଳା ଯୋଗୁଁ ନିଜ ମଧ୍ୟରେ ଚାନ୍ଦା ଆଦାୟ କରି ଗାଁ ରାସ୍ତା ମରାମତି କରିଥିବା ଜଣାପଡିଛି। ରାସ୍ତା କାମ ପାଇଁ ସରକାର ବହୁ ଯୋଜନା ମାଧ୍ୟମରେ ବିପୁଳ ଅର୍ଥ ବ୍ୟୟ କରୁଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ଉକ୍ତ ରାସ୍ତାକୁ ମରାମତି ନ କରିବା ଫଳରେ ପ୍ରତି ବର୍ଷ ଗାଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଆସୁଛନ୍ତି । ରାସ୍ତା ମରାମତି ପାଇଁ ବହୁବାର ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରି ନିରାଶ ହେବା ପରେ ନିଜ ଖର୍ଚ୍ଚ ରେ ନିଜ ଗାଁ ରାସ୍ତା ମରାମତି କରିବାକୁ ବାଧ୍ୟ ହୋଇଛନ୍ତି । କାରଣ ବର୍ଷାଦିନ ଆସିଲେ ଏହି ରାସ୍ତାରେ ଯାତାୟତ କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ପୂର୍ବରୁ ତାର୍ଲାକୋଟା ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମର ଗ୍ରାମବାସୀ ନିଜେ ନିଜ ରାସ୍ତା ମରାମତି କରିବାର ଦୃଷ୍ଟାନ୍ତ ରହିଛି। ବେଳେ ବର୍ତ୍ତମାନ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ପଞ୍ଚାୟତ ସମିତି ଅଧୀନରେ ଥିବା ଡୁଡାମେଟା ଗ୍ରାମ ପଞ୍ଚାୟତ ବାଲକାଟି ଗ୍ରାମରେ ଦେଖୁବାକି ମିଳିଛି ଏହିଭଳି ଘଟଣା। ନିର୍ବାଚନ ଆସିଲେ ନେତା ମାନେ ବଡ ବଡ ସ୍ବପ୍ନ ଦେଖାଇଥାନ୍ତି। ମାତ୍ର ନିର୍ବାଚନ ପରେ ଏବଂ ବିଧାୟକ ହେଲା ପରେ ସ୍ଥାନୀୟ ଲୋକମାନ ସମସ୍ୟା ସମ୍ପର୍କରେ କର୍ଣ୍ଣପାତ କରନ୍ତି ନାହିଁ। ସେହି ପରି ପ୍ରତି ସପ୍ତାହର ସୋମବାର ଦିନ ଜିଲ୍ଲାପାଳ ଜନତାଙ୍କ ଅଭିଯୋଗ ଶୁଣିବା ପାଇଁ ସମୟ ବର୍ବାଦ କରନ୍ତି। ମାତ୍ର କାର୍ଯ୍ୟକାରୀ କେତେ ହେଉଛି, କାହାକୁ ଜଣା ନାହିଁ। ବାଲକାଟି ଗ୍ରାମର ସାହି ରାସ୍ତାଟି ବହୁ ଦିନ ଧରି ମରାମତି ହୋଇ ନ ଥିବା କାରଣରୁ ରାସ୍ତାସାରା ଖାଲଖମା ହୋଇ ପଡ଼ି ରହିଥିବାବେଳେ ବହୁବାର ସ୍ଥାନୀୟ ପ୍ରଶାସନକୁ ଗୁହାରି କରିଥିଲେ ମଧ୍ୟ କେହି ଶୁଣି ନ ଥିଲେ । କେହି ନ ଶୁଣିବାରୁ ଗ୍ରାମବାସୀ ଗ୍ରାମରେ ଚାନ୍ଦା ଆଦାୟ କରି ସମସ୍ତ ଗ୍ରାମବାସୀ ମିଶି ଗ୍ରାମର ସାହିରାସ୍ତାକୁ ନିଜେ ମରାମତି କରିଛନ୍ତି। ୨୫ ବର୍ଷ ବିଜେଡି ଶାସନରେ ମଧ୍ୟ ଗାଁ କୁ ପକ୍କା ରାସ୍ତାଟିଏ ନାହିଁ। ଏଣେ ମନ୍ଦିର ନିର୍ମାଣ ଲାଗି ଅର୍ଥ ପାଣି ପରି ଅଯଥା ଖର୍ଚ୍ଚ ହେଉଛି।

(ରିପୋର୍ଟ: ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)