ବାରବାଟି- କଟକରେ ବିଜେପି ପ୍ରାର୍ଥୀ ପାଇଁ ଅଣ୍ଟା ଭିଡ଼ିଲେ ଉତ୍କଳ ମାରୱାଡ଼ି ସମ୍ମେଳନୀ ପଦାଧିକାରୀ ମାନେ

କଟକ: 25 ତାରିଖ ଦିନ କଟକ ଠାରେ ମତଦାନ ଅନୁଷ୍ଠିତ ହେବ। ବାରବାଟୀ – କଟକ ବିଧାନସଭା ନିର୍ବାଚନମଣ୍ଡଳୀରେ ମାରୱାଡ଼ି ସମ୍ପ୍ରଦାୟର ଭୋଟରଙ୍କ ସଂଖ୍ୟା ପ୍ରାୟ 18,000 | ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମେଳନୀ ହେଉଛି ମାରୱାଡ଼ି ସମ୍ପ୍ରଦାୟର ଏକ ଅଗ୍ରଣୀ ସଂଗଠନ | ଏହି ସଂଗଠନର କଟକ ଶାଖାର ପ୍ରମୁଖ ପଦାଧିକାରୀ ମାନେ ବିଜେପି ପ୍ରାର୍ଥୀ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ଜିତାଇବା ପାଇଁ ଅଣ୍ଟା ଭିଡିଛନ୍ତି ।

ଗତ 15 ଦିନ ଧରି ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମେଳନୀ ର ନେତା ଗଣ ତଥା କର୍ମୀମାନେ ସହରରେ ବିଜେପି ଦ୍ୱାରା ଆୟୋଜିତ ଅନେକ ସଭା ସମିତିରେ ଦେଖିବାକୁ ମିଲୁଛନ୍ତି। ଖୁଲାମ ଖୁଲା ବିଜେପି
ଉତ୍ତରୀୟ ପିନ୍ଧି ବିଜେପି ମଞ୍ଚରେ ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ଏଥିରୁ ଅନୁମାନ କରାଯାଉଛି ଯେ ଏଥର ସଂସ୍ଥାର ସଦସ୍ୟଙ୍କ ଭୋଟ୍ ଏକପାଖିଆ ଭାବେ ବିଜେପି ସପକ୍ଷରେ ପଡ଼ିବ।

କେବଳ କଟକ ମଧ୍ୟରେ ସୀମିତ ନୁହେଁ,
ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମେଳନୀ ର
କଟକ ଶାଖାର ପଦାଧିକାରୀ ମାନେ ରାଜଧାନୀ ଭୁବନେଶ୍ୱରରେ ବିଜେପି ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛନ୍ତି । ନିକଟରେ ଲୋକସଭା ବାଚସ୍ପତି ଓମ ବିର୍ଲା ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ୟୁପିଏମ୍ଏସ୍ କଟକ ଶାଖା ସଭାପତି ଦୀନେଶ ଯୋଶୀ, ସମ୍ପାଦକ ସୁଭାଷ କେଡିଆ, ପୂର୍ବତନ ସଭାପତି ସୁରେଶ କମାନି ଏବଂ ଅନ୍ୟାନ୍ୟ ପଦାଧିକାରୀ ମାନେ
ଉପସ୍ଥିତ ଥିଲେ। କଟକ ଶାଖା ସଭାପତି ଦୀନେଶ ଯୋଶୀ ସେ ସଭା ରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଜି ଆମ ଦେଶର ଋଷି ପରମ୍ପରାରୁ ଆସିଛନ୍ତି, ତାଙ୍କ ନେତୃତ୍ୱରେ ଭାରତ ବିଶ୍ୱ ଗୁରୁ ହେବ, ଆମକୁ ତାଙ୍କୁ ଏବଂ ତାଙ୍କ ପ୍ରାର୍ଥୀଙ୍କୁ ଜିତେଇବାକୁ ପଡ଼ିବ। ସମ୍ପାଦକ ଶ୍ରୀ କେଡ଼ିୟା କହିଥିଲେ ଯେ ଯଦି ଆମେ ଦେଶକୁ ବଞ୍ଚାଇବାକୁ ଚାହୁଁଛୁ ତେବେ ଆମକୁ ମୋଦୀ ଜି ଙ୍କୁ ଜିତେଇବାକୁ ପଡିବ।

Leave a Reply

Your email address will not be published. Required fields are marked *