ଡ଼କ୍ଟର ଉପାଧି ପାଇଲେ ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ

କଳାହାଣ୍ଡି: ୱେବିବକ ୟୁନିଭର୍ସିଟି, ଘାନା ତରଫରୁ ଓମ ପ୍ରକାଶ ସାହୁଙ୍କୁ ଡ଼କ୍ଟରେଟ ଉପାଧିରେ ସମ୍ମାନିତ କରାଯାଇଛି l ନୂଆଦିଲ୍ଲୀ ସ୍ଥିତ କନଷ୍ଠିଚ୍ୟୁସନ କ୍ଲବ ଅଫ ଇଣ୍ଡିଆ ଠାରେ ଲତା ଫାଉଣ୍ଡେସନ ଓ Exclusive world records ତରଫରୁ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ୱେବିକ ବିଶ୍ୱବିଦ୍ୟାଳୟ, ଘାନା ର କୁଳପତି ଡ଼ଃ ଫେଲିକ୍ସ ଅଫୋସୁ ଡିଜନ ସମସ୍ତ ପ୍ରତିଭା ମାନଙ୍କୁ ଉପଢୌକନ ସହ ମାନପତ୍ର ଦେଇ ସମ୍ମାନିତ କରିଥିଲେ l ଏହି ବୃନ୍ଦାବନ ଧାମରୁ ଶ୍ରୀ ଅନିରୁଦ୍ଧ ଆଚାର୍ଯ୍ୟ ଜୀ ମହାରାଜ, ମଣିପୁର ରାଜା ସଞ୍ଜଅବା ଲେଈଷେମ୍ବା, ଆଲ୍ଲାବାଦ ହାଇକୋର୍ଟ ଓକିଲ ଶ୍ରୀ ପ୍ରଶାନ୍ତ କୁମାର ଭରଦ୍ୱାଜ, ନେପାଳ ନରେଶଙ୍କ ସମତେ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ସମ୍ମାନିତ ହୋଇଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ପଡୋଶୀ ଦେଶ ନେପାଳ ଓ ଭାରତ ର ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ୩୫ଜଣ ପ୍ରତିଭାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇ ଥିଲା l ଶ୍ରୀଯୁକ୍ତ ସାହୁ ଶ୍ରୀ ବିକ୍ରମ ଦେବ ସରକାରୀ ଚାରୁ ଓ କାରୁ କଳା ବିଦ୍ୟାଳୟ, ଖଲ୍ଲିକୋଟ ଚାରୁ ଓ କାରୁକଳା ମହାବିଦ୍ୟାଳୟ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ରୁ ଚିତ୍ରକଳାରେ ମାଷ୍ଟର ଅଫ ଭିଜୁଆଲ ଆର୍ଟ ସମାପ୍ତ କଲା ପରେ ଶିକ୍ଷକ ତାଲିମ ଗ୍ରହଣକରି ବର୍ତ୍ତମାନ ବଲାଙ୍ଗିର ଜିଲ୍ଲା ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ, ପ୍ରତାପପୁର ଠାରେ ଶିକ୍ଷକତା କରୁଛନ୍ତି l ତାଙ୍କ ଦ୍ୱାରା ନିର୍ମିତ “ଭାରତର ସଂସ୍କୃତି ଓ ଐତିହ୍ୟ”, “ବାର୍ଥ ଆନିଭର୍ସରୀ ଅଫ ନେତାଜୀ” ଓ ଓଡିଶା ର ଐତିହ୍ୟ ଉପରେ ଆଧାରିତ ସର୍ବୋଚ୍ଚ ବାଲୁକା ଭାସ୍କର୍ଯ୍ୟ କଳା ତିନି ଥର ବିଶ୍ୱ ରେକର୍ଡ ହାସଲ କରିଛି l ଶ୍ରୀ ସାହୁ ଦେଶ ବିଦେଶରୁ ଅନେକ ସରକାରୀ ବେସରକାରୀ ଅନୁଷ୍ଠାନରୁ ସମ୍ମାନିତ ହେବା ସହ ବାଲୁକା କଳାରେ ଗବେଷଣା ଜାରି ରଖିଛନ୍ତି l ଉକ୍ତ ସମ୍ମାନ ପାଇଲା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛା ବାର୍ତ୍ତା ଆସି ପହଁଞ୍ଚୁଛି l

କଳାହାଣ୍ଡିରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, କ୍ରାନ୍ତି ଓଡ଼ିଶା ନ୍ୟୁଜ୍

Leave a Reply

Your email address will not be published. Required fields are marked *