ଆଜି ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ସମସ୍ତ 38 ଗୋଟି ଗ୍ରାମପଞ୍ଚାୟତ ର ସମସ୍ତ ସରପଞ୍ଚଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା

ବୈଠକରେ ବିଜୁ ଜନତା ଦଳର ପ୍ରାର୍ଥୀନୀ ଶ୍ରୀମତୀ ଅଳକା ମହାନ୍ତି ଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରାଇବା ପାଇଁ ସମସ୍ତେ ସଂକଳ୍ପ ନେଇଛନ୍ତି l ଗତ ପାଞ୍ଚ ବର୍ଷ ଭିତରେ ଯେତିକି ଉନ୍ନତିମୂଳକ କାର୍ଯ୍ୟ ଗୁଡିକ ହୋଇଅଛି ତାହା କେବେ ହୋଇନଥିଲା ବୋଲି ସରପଞ୍ଚ ମାନେ ପ୍ରକାଶ କରିଛନ୍ତି ଏବଂ ଉପନିର୍ବାଚନରେ ବିଜୟ ଲାଭ କଲାପରେ ବିଧାୟିକା ଅଳକା ମହାନ୍ତିଙ୍କ ଅକ୍ଲାନ୍ତ ପରିଶ୍ରମ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଦୃଢ ନେତୃତ୍ୱ ପାଇଁ ବିକାଶ ଧାରା ଆଗକୁ ବଢ଼ି ପାରିଛି ବୋଲି ସରପଞ୍ଚ ସଙ୍ଘ ପରିପ୍ରକାଶ କରିଛନ୍ତି l ବୈଠକରେ ବିଧାୟିକା ପ୍ରାର୍ଥୀନୀ ଶ୍ରୀମତୀ ଅଳକା ମହାନ୍ତି, ବିଜେଡି ପର୍ଯ୍ୟବେକ୍ଷକ ଶ୍ରୀ ହରେକୃଷ୍ଣ ଷଡ଼ଙ୍ଗୀ, ସରପଞ୍ଚ ସଙ୍ଘ ର ଜିଲ୍ଲା ସଭାପତି ତଥା ଅତାବିରା ସରପଞ୍ଚ ଶ୍ରୀ ସଂଜିତ ପଧାନ, ସରପଞ୍ଚ ସଙ୍ଘ ଜିଲ୍ଲା ସମ୍ପାଦକ ତଥା ଚାନ୍ଦିନୀମାଲ ସରପଞ୍ଚ ଶ୍ରୀ ଲକ୍ଷ୍ମୀଧର ମିଶ୍ର, ଲଖନପୁର ବ୍ଲକ ସରପଞ୍ଚ ସଙ୍ଘ ସଭାପତି ତଥା କୁଶ୍ରାଲୋଇ ସରପଞ୍ଚ ଶ୍ରୀ ରଘୁମଣୀ ପଧାନ,କଣ୍ଢେଇକେଲା ସରପଞ୍ଚ ଶ୍ରୀ ଅଶୋକ ସେଠ, ରେମତା ସରପଞ୍ଚ ଶ୍ରୀ ପ୍ରଫୁଲ୍ଲ ସିଂହ, ଚାରପାଲି ସରପଞ୍ଚ ଶ୍ରୀମତୀ ଅରୁଣା ସୁନା ଙ୍କ ପ୍ରତିନିଧି ଶ୍ରୀ ପ୍ରଶାନ୍ତ ସୁନା, ପୀଥିଣ୍ଡା ସରପଞ୍ଚ ଶ୍ରୀ ମହେନ୍ଦ୍ର ନାଏକ, ବାଦିମାଲ ସରପଞ୍ଚ ଶ୍ରୀ ରାଜେଶ ପଧାନ, ଭିଖମପାଲି ସରପଞ୍ଚ ଶ୍ରୀମତୀ ପଦ୍ମିନୀ ସାହୁ, ପଞ୍ଚଗାଁ ସରପଞ୍ଚ ଶ୍ରୀ ମୁକେଶ ବାରିକ, ପଲସଦା ସରପଞ୍ଚ ଶ୍ରୀମତୀ ତନୟା ଚାନ୍ଦ, ଜାମଗାଁ ସରପଞ୍ଚ ଶ୍ରୀ ଗୋପୀନାଥ ସାଏ, ସମରବଗା ସରପଞ୍ଚ ଶ୍ରୀମତୀ ଲିଳିମା ବାରିକ, କଦମଡ଼ିହି ସରପଞ୍ଚ ଶ୍ରୀମତୀ ତରୁଲତା ବାରିକ, ବାଘମୁଣ୍ଡା ସରପଞ୍ଚ ଶ୍ରୀମତୀ ସୁନିମା ପଧାନ, ପଣ୍ଡରୀ ସରପଞ୍ଚ ଶ୍ରୀମତୀ ସୁବାସିନୀ ସାହୁ, କୁଡାଲୋଇ ସରପଞ୍ଚ ଶ୍ରୀ ସନାତନ ନାୟକ, ବଂଜାରୀ ସରପଞ୍ଚ ଶ୍ରୀମତୀ ସୀମା ସାହୁ ଙ୍କ ପ୍ରତିନିଧି ରମଣୀ ସାହୁ, ପିପିଲିମାଲ ସରପଞ୍ଚ ଶ୍ରୀ ରଙ୍ଗାଧର ଡିଲା, ରେମଣ୍ଡା ସରପଞ୍ଚ ଶ୍ରୀ ସୁଶାନ୍ତ ନାଏକ, ତେଲେନପାଲି ସରପଞ୍ଚ ଶ୍ରୀ ଆକାଶ ସାହୁ, ବନ୍ଧବାହାଲ ସରପଞ୍ଚ ଶ୍ରୀମତୀ ଭାରତୀ ବେହେରା, ଦଳଗାଁ ସରପଞ୍ଚ ଶ୍ରୀ ସନ୍ତୋଷ ରୋହିଦାସ,ସରଣ୍ଡାମାଲ ସରପଞ୍ଚ ଶ୍ରୀମତୀ ଝରଣା ସେଠ, ପିପିଲିକାନୀ ସରପଞ୍ଚ ଶ୍ରୀ ଶ୍ରୀକାନ୍ତ ଦେହେରିଆ , ତିଲିଆ ସରପଞ୍ଚ ଶ୍ରୀମତୀ ପୁଷ୍ପାଞ୍ଜଳି ପଧାନ ଙ୍କ ପ୍ରତିନିଧି ଶ୍ରୀ ହେମନ୍ତ ପ୍ରଧାନ,ରମ୍ପେଲ୍ଲା ସରପଞ୍ଚ ଶ୍ରୀମତୀ ବିମଳା କିସାନ, ରାଜପୁର ସରପଞ୍ଚ ଶ୍ରୀମତୀ ସରସ୍ବତୀ ନାଏକ ଙ୍କ ପ୍ରତିନିଧି ଶ୍ରୀ ଗଣେଶରାମ ବାଗ, ଲୋଇସିଂ ସରପଞ୍ଚ ଶ୍ରୀ ସନାତନ ରୋହିଦାସ, ଗୌଡ଼ମାଳ ସରପଞ୍ଚ ଶ୍ରୀ ରାଜକୁମାର ସାଏ, କୁଦୋପାଲି ସରପଞ୍ଚ ଶ୍ରୀମତୀ କଲ୍ୟାଣୀ ଦୀକ୍ଷିତ ଉପସ୍ଥିତ ଥିଲେ l 2024 ସାଧାରଣ ନିର୍ବାଚନ ରେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ବିଜେଡି ର ବିଜୟ ଐତିହାସିକ ବିଜୟ ହେବ ବୋଲି ଜିଲ୍ଲା ସରପଞ୍ଚ ସଙ୍ଘ ସମ୍ପାଦକ ଶ୍ରୀ ଲକ୍ଷ୍ମୀଧର ମିଶ୍ର କହିଛନ୍ତି l

Leave a Reply

Your email address will not be published. Required fields are marked *