୨୦୨୪ ନିର୍ବାଚନ ପରେ ପାଣ୍ଡିୟନ୍ ତାମିଲ ନାଡୁ ଓ ନବୀନ ଦିଲ୍ଲୀ ଟିକେଟ କାଟିବେ – ଅଭିଷେକ ଯୋଶୀ

ଭୁବନେଶ୍ୱର : ଓଡ଼ିଶା ସୁରକ୍ଷା ସେନାର ମୁଖ୍ୟ ଅଭିଷେକ ଯୋଶୀ ଭାଜପାରେ ସାମିଲ ହୋଇ ବିଜୁ ଜନତା ଦଳ ଉପରେ ବର୍ଷୀ ଛନ୍ତି। ଭୁବନେଶ୍ୱର ସ୍ଥିତ ଭାଜପା ରାଜ୍ୟ କାର୍ଯ୍ୟାଳୟରେ ନିଜର ଉଦବୋଧନ ଦେଇ ଶ୍ରୀ ଯୋଶୀ କହିଛନ୍ତି ଯେ ୨୦୨୪ ନିର୍ବାଚନ ପରେ ପାଣ୍ଡିୟନ୍ ତାମିଲ ନାଡୁ ଓ ନବୀନ ଦିଲ୍ଲୀ ଟିକେଟ କାଟିବେ । ସେ କହିଛନ୍ତି ଯେ ଗୋଟିଏ ପଟେ ଭାରତକୁ ପରମ ବୈଭବଶାଳୀ କରିବା ପାଇଁ କାର୍ଯ୍ୟ କରୁଥିବା ଭାଜପା ଓ ତାର ନେତୃତ୍ୱ ନେଉଥିବା ଆଧୁନିକ ଭାରତର ବିଶ୍ଵକର୍ମା ପ୍ରଧାନ ମନ୍ତ୍ରୀ ମୋଦି ଓ ଅନ୍ୟ ପଟେ ଭାରତକୁ ଖଣ୍ଡ ବିଖଣ୍ଡ କରିବା ପାଇଁ ଆଗ୍ରହୀ ଦଳ ଓ କାର୍ଟୁନ୍ ନେତା ମାନେ ।

ଗୋଟିଏ ପଟେ ସାଧୁତା, ସମର୍ପଣ ଭାବ ସହିତ କାର୍ଯ୍ୟ କରୁଥିବା ଦଳ ଭାଜପା ଓ ଅନ୍ୟ ପଟେ ଆସୁଧୁ କାର୍ଯ୍ୟ ଓ ପରିବାର ବାଦ୍ ( nepotism ) ରେ ଲିପ୍ତ ଥିବା ଦଳ ଗୁଡିକ ।

ଗୋଟିଏ ପଟେ କାଶ୍ମୀର ରୁ ୩୭୦ ଧାରା ଉଚ୍ଛେଦ କରିଥିବା ଦଳ , ଶତ୍ରୁ ରାଷ୍ଟ୍ରର ଘରେ ପଶି ତାକୁ ମାରିବାର ସାହସ ରଖୁଥିବା ସରକାର ଓ ଅନ୍ୟ ପଟେ ଆତଙ୍କବାଦୀ ମାନଙ୍କୁ ବିରୟାନି ଦେଇ କାଶ୍ମୀର ରେ ଆତଙ୍କ ସୃଷ୍ଟି କରାଉଥିବା ଦଳ ।

ଶ୍ରୀ ଯୋଶୀ ଆହୁରି କହିଛନ୍ତି ଯେ କୋଟି କୋଟି ହିନ୍ଦୁଙ୍କ ଆରାଧ୍ୟ ପ୍ରଭୁ ରାମ ଚନ୍ଦ୍ରଙ୍କ ମନ୍ଦିର ଭାଙ୍ଗି ଥିବା ସମୁଦାୟ ଙ୍କୁ ସମର୍ଥନ କରିଥିବା ଦଳ ଗୁଡ଼ିକ ଆଉ ଅନ୍ୟ ପଟେ ୫୦୦ ବର୍ଷର ସଂଘର୍ଷ ପରେ ପ୍ରଭୁ ରାମ ଚନ୍ଦ୍ର ଙ୍କ ଭବ୍ୟ ମନ୍ଦିର ତୋଳି ଥିବା ଦଳ ଭାଜପା । ଏମିତି ଅନେକ କାରଣ ଅଛି ଯାହା ପାଇଁ ଆମେ ଆଜି ଭାଜପା ପରିବାରରେ ସାମିଲ ହେଳୁ।

Leave a Reply

Your email address will not be published. Required fields are marked *