ଭୁବନେଶ୍ୱର : ଓଡ଼ିଶା ସୁରକ୍ଷା ସେନାର ମୁଖ୍ୟ ଅଭିଷେକ ଯୋଶୀ ସମେତ ସମସ୍ତ ପଦାଧିକାରୀ ମାନେ ଭାଜପାରେ ସାମିଲ ହୋଇଛନ୍ତି ।

ରାଜ୍ୟ ଭାଜପା କାର୍ଯ୍ୟାଳୟରେ ହୋଇଥିବା ଏହି ମିଶ୍ରଣ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଭୂପିନ୍ଦର ଯାଦବ , ଓଡ଼ିଶା ଭାଜପା ମୁଖ୍ୟ ମୁଖ୍ୟପାତ୍ର ସଜ୍ଜନ ଶର୍ମା ଓ ଭାଜପାର ବରିଷ୍ଠ ନେତୃତ୍ବଙ୍କ ଉପସ୍ଥିତି ରେ ଓଡ଼ିଶା ସୁରକ୍ଷା ସେନାର ସବ୍ୟସାଚୀ ଶତପଥୀ, ରାଜ୍ୟ ସାଧାରଣ ସମ୍ପାଦକ, ପ୍ରିୟଦର୍ଶୀ ନାୟକ, ଯୁବ ସଭାପତି ପ୍ରିୟବ୍ରତ ଦାଶ, ରାଜ୍ୟ ଛାତ୍ର ଶାଖା ସଭାପତି , ଅଶ୍ୱିନୀ ଦାସ, ରାଜ୍ୟ ଛାତ୍ର ଶାଖା ସାଧାରଣ ସମ୍ପାଦକ, ଅନୁରାଧା ଦାସ, ରାଜ୍ୟ ମହିଳା ସଭାପତି, ରାଜେଶ ପାତ୍ର, ରାଜ୍ୟ ଉପସଭାପତି, ରାଜେଶ ଜେନା, ଆଇଟି ସେଲ ପ୍ରଭାରୀ, ସତ୍ୟନାରାୟଣ ଦାସ, କଟକ ସଭାପତି, ସ୍ମୁତିରଞ୍ଜନ ଦାସ, ପୁରୀ ଜିଲ୍ଲା ସଂଯୋଜକ ବିଶ୍ୱଜିତ ରାୟ, କଟକ ନଗର ଛାତ୍ର ସଭାପତି, ଦେବଦର୍ଶୀ ନାୟକ, କଟକ ଯୁବ ସଭାପତି, କୈଳାଶ ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ , ବିକାଶ ସାହୁ, ଆଠଗଡ଼ ଏନଏସି ସଭାପତି ସମେତ ବହୁ ପଦାଧିକାରୀ ଯୋଗ ଦେଇଛନ୍ତି ।