ମାଲକାନଗିରି : ମାଲ୍ୟବନ୍ତ ଆର୍ଟିଷ୍ଟ ଆସୋସିଏସନ, କାଲିମେଳା ବ୍ଲକ ଶାଖା କମିଟି ତରଫରୁ ରଙ୍ଗ ତୂଳି କଳାକାରମାନଙ୍କ ବିଭିନ୍ନ ସମସ୍ୟା ନେଇ କାଲିମେଳା ଗାଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ମହୋଦୟ କାର୍ଯ୍ୟାଳୟରେ ଅନୁପସ୍ଥିତ ରହିଥିବାରୁ ସହକାରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବସନ୍ତ କୁମାର ବେହେରାଙ୍କୁ ସେହି ଦାବିପତ୍ର ପ୍ରଦାନ କରାଯାଇଛି l ରାଜ୍ୟ ସରକାରଙ୍କ ଦ୍ୱାରା ବ୍ଲକ, ପଞ୍ଚାୟତ ଓ ଗାଁ ଗାଁ ରେ ଏବଂ ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗରେ ହେଉ ଥିବା କାନ୍ଥ ଚିତ୍ର କାମରେ କାଲିମେଳା ବ୍ଲକର କାଳାକାର ମାନଙ୍କୁ କାର୍ଯ୍ୟରେ ନିହୋଜିତ କରାଯାଉ l ବିଗତ ଦିନ ମାନଙ୍କରେ କିଛି ସ୍ୱାର୍ଥପର ଅଧିକାରୀମାନେ ଅନ୍ୟ ବ୍ଲକର କଳାକାରମାନଙ୍କୁ ଆଣି ଏହି କାମରେ ନିୟୋଜିତ କରି ନିମ୍ନ ମାନର ପେଣ୍ଟିଂ କରାଉଛନ୍ତି । ଅନ୍ୟ ପଟେ ଠିକାଦାର ମାନଙ୍କ ଜରିଆରେ କାମ କରାଉଛନ୍ତି । ଏହି ଠିକାଦାର ମାନେ କାମ ସରିଗଲା ପରେ ଠିକ ସମୟରେ ଟଙ୍କା ମଧ୍ୟ ଦେଉନାହାନ୍ତି । ଏହି ପରି ବିଭିନ୍ନ ସମସ୍ୟା ନେଇ କାଲିମେଳା ବ୍ଲକ କଳାକାର ତଥା ସଭାପତି କାଲିପଦ ଥାଣ୍ଡାର, ସମ୍ପାଦକ ପ୍ରତାପ ସରକାର, କୋଷାଧ୍ୟକ୍ଷ ବାଦଲ ରାୟ , ସହ ସମ୍ପାଦକ ଦୁଃଖି ରାମ, ଅନନ୍ତ, ଜିଲ୍ଲା ସମ୍ପାଦକ ସୁକୁମାର ମଣ୍ଡଲ, ଜିଲ୍ଲା ଉପଦେଷ୍ଟା କେ.ଦେଶିରାଜୁ ଆଚାରି, ଜିଲ୍ଲା ଉପସଭାପତି ଅଶୋକ ବିଶ୍ଵାସ ମିଳିତ ଭାବେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ମେଡିକାଲ ଅଫିସର , ସି. ଡି. ପି. ଓ, ବି. ଭି. ଓ ଏବଂ ବି. ଇ. ଓ ଙ୍କୁ ମିଶି ସମସ୍ତଙ୍କୁ ଦାବିପତ୍ର ଦେଇଛନ୍ତି l ଆଗାମୀ ଦିନରେ ସ୍ଥାନୀୟ ବ୍ଲକ କଳାକାରଙ୍କ ଅଣ ଦେଖା କରି ରାଜ୍ୟ, ଜିଲ୍ଲା କିମ୍ବା ଅନ୍ୟ ବ୍ଲକ କଳାକାରଙ୍କୁ ଆଣି ପେଣ୍ଟିଙ୍ଗ କାମ କରାଇଲେ ଆମେ ରାଜରାସ୍ତାକୁ ଓହଲ୍ଲାଇ ଏହାର ତୀବ୍ର ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ସଭାପତି କାଲିପଦ ଥାଣ୍ଡାର ପ୍ରକାଶ କରିଛନ୍ତି।

(ରିପୋର୍ଟ: ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)