ମାଲକାନଗିରି ଓ ଚିତ୍ରକୋଣ୍ଡା : ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଆସାମ ମୁଖ୍ୟନ୍ତ୍ରୀ ହେମନ୍ତ ବିଶ୍ବଶର୍ମା

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଲୁଗେଲ ପଞ୍ଚାୟତର ଏମପିଭି- ୮୨ ଗ୍ରାମରେ ଆଜି ମାଲକାନଗିରି ବିଧାୟକ ପାର୍ଥି ନରସିଂହ ମାଡକାମୀ ଓ ସାଂସଦ ପାର୍ଥି ବଳଭଦ୍ର ମାଝୀଙ୍କ ପାଇଁ ନିର୍ବାଚନୀ ପ୍ରଚାର ରେ ବିଜେପି ର ଷ୍ଟାର ପ୍ରଚାରକ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ଆସି ବିଜେପି ପ୍ରାର୍ଥୀଙ୍କୁ ଚଳିତ ନିର୍ବାଚନ ରେ ଜୟଯୁକ୍ତ କରିବା ପାଇଁ ନିବେଦନ କରିଥିଲେ। ସେ ନିଜ ଅଭି ଭାଷଣରେ କହିଥିଲେ ଯେ, ମାଲକାନଗିରି ଜିଲ୍ଲା ଭଳି ଆମ ଆସାମରେ ୫୦ ଲକ୍ଷ ରୁ ଅଧିକ ବଙ୍ଗାଳି ସଂପ୍ରଦାୟର ଲୋକମାନେ ବସବାସ କରନ୍ତି । ଦିଲ୍ଲୀରେ ମୋଦିଙ୍କ ସରକାର ଅଛି, ପୁଣି ମୋଦିଙ୍କ ସରକାର ହେବ । ମୋଦି ଯାହା କହନ୍ତି, ତାକୁ କରିକି ଦେଖାନ୍ତି ବୋଲି ସମସ୍ତେ ଜାଣନ୍ତି । ଆସାମର ଲକ୍ଷେ ଲୋକଙ୍କୁ ସରକାରୀ ଖର୍ଚ୍ଚରେ ରାମ ମନ୍ଦିର ଦେଖାଇବାକୁ ନେଇଥିଲେ ଏଠି ବିଜେପି ସରକାର ମାଲକାନଗିରି ଲୋକଙ୍କୁ ମାଗଣାରେ ରାମ ମନ୍ଦିର ଦର୍ଶନ ପାଇଁ ନେବେ । ଓଡିଶାରେ ବିଜେପି ଆସିଲେ ବେଙ୍ଗଲୀ ଛାତ୍ରଛାତ୍ରୀମାନଙ୍କ ପାଇଁ ବେଙ୍ଗଲୀ ଶିକ୍ଷକ ନିଯୁକ୍ତି ହେବେ । ଶ୍ରୀ ବିଶ୍ବଶର୍ମା ବେଙ୍ଗଲୀ ଗାଁ ଗୁଡିକର ନମ୍ବର ନାଁକୁ ନେଇ ସମାଲୋଚନା କରଥିଲେ । ବର୍ତ୍ତମାନ ସୁଦ୍ଧା ବେଙ୍ଗଲୀ ଗାଁ ଗୁଡିକର ନାମକରଣ ହୋଇପାରି ନାହିଁ। ଏଠାରେ କି ପ୍ରକାର ନବୀନଙ୍କ ସରକାର ଚାଲିଛି । ନବୀନ ବାବୁ କେବଳ ଓକେ ଓକେ କହନ୍ତି, ହେଲେ ଓଡ଼ିଆ କହିପାରନ୍ତି ନାହିଁ। ବିଜେପି ସରକାର ହେଲେ ଏଠି ବେଙ୍ଗଲୀ ଗ୍ରାମଗୁଡିକ ରାଜସ୍ୱ ଗ୍ରାମର ମାନ୍ୟତା ମିଳିବ । ବିଜେପି ସରକାର ଆସିଲେ, ନମ୍ବର ନୁହେଁ, ଗାଁ ଗୁଡିକର ନାମକରଣ କରାଯିବ । ଓଡ଼ିଶାରେ ବିଜେପି ମୁଖ୍ୟମନ୍ତ୍ରୀ ହେଲା ପରେ, ନିଶ୍ଚିତ ଭାବେ ଗାଁ ଗୁଡିକର ନାଁ ପରିବର୍ତ୍ତନ କରାଯିବ।
ଛତିଶଗଡରେ ବିଜେପି ସରକାର ଚାଷୀମାନଙ୍କ ଠାରୁ କ୍ବିଣ୍ଟାଲ ପ୍ରତି ୩ ହଜାରରେ ଧାନ କ୍ରୟ କରୁଛି । ଓଡ଼ିଶା ରେ ବିଜେପି ସରକାର ଆସିଲେ ଧାନ କ୍ବିଣ୍ଟାଲ ପ୍ରତି ୩୧୦୦ ଟଙ୍କାରେ କ୍ରୟ କରାଯିବ। ନବୀନ ବାବୁ ଚାଷୀମାନଙ୍କୁ ଧାନ କ୍ଵିଣ୍ଟାଲ ପିଛା ଦେଉଛନ୍ତି ୨୧ ଶହ ଟଙ୍କା । ଆସାମରେ ମହିଳାଙ୍କୁ ମାସିକ ୧୨୫୦ ଟଙ୍କା ମିଳୁଛି । ଆମ ସରକାର ଏଠି ଆସିଲେ ମହିଳାଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରାଯିବ । ବାର୍ଷିକ ୨୫ ହଜାର ଲେଖାଏଁ ୨ ବର୍ଷରେ ୫୦ ହଜାର ମିଳିବ । ଗରିବ ପରିବାରଙ୍କୁ ମାଗଣା ଚାଉଳ ମୋଦି ଦେଉଛନ୍ତି । ନବୀନ ବାବୁ ଯାହା ଦେବାକଥା କେବଳ ପାଣ୍ଡିଆନଙ୍କୁ ଦେଉଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି ।ଏହି ସଧାରଣ ସଭାରେ ବିଧାୟକ ପାର୍ଥି ନରସିଂହ ମାଡକାମୀ ଓ ସାଂସଦ ପାର୍ଥି ବଳଭଦ୍ର ମାଝୀଙ୍କୁ ବିପୁଳ ସଂଖ୍ୟା ରେ ଭୋଟ ଦେଇ ବିଜୟ କରିବାକୁ ନିବେଦନ କରିଥିଲେ । ଏହି ସଭାରେ ବିଜେପି ଜିଲ୍ଲା ସଭାପତି ନିମାଇଁ ଚନ୍ଦ୍ର ପାଲ,ସୁକୁମା ଜିଲ୍ଲା ବିଜେପି ସଭାପତି କମଲେଶ ରାୟ ପ୍ରମୁଖ ମଞ୍ଚାସିନ ଥିଲେ । କାର୍ଯ୍ୟକ୍ରମ ଙ୍କୁ ଭବାନୀ ମୁଖାର୍ଜୀ ପରିଚାଳନା କରିଥିଲା ବେଳେ ଏହି ସଂକଳ୍ପ ସମାବେଶରେ ଉତ୍ତମ ଓଝା, ପ୍ରହଲ୍ଲାଦ ବସୁ, ସଞ୍ଜୟ ସରକାର, ରତ୍ନାକର ପାଣିଗ୍ରାହୀ, ରାଜ କିଶୋର ମଣ୍ଡଳ ଙ୍କ ସହ ବହୁ ସଂଖ୍ୟାରେ ଛତିଶଗଡ ରାଜ୍ୟ ଓ ମାଲକାନଗିରି ଜିଲ୍ଲାର ବିଜେପି କର୍ମକର୍ତ୍ତା ମାନେ ଯୋଗଦେଇ ଥିଲେ । ସଭାରେ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ଵ ଗ୍ରାମବାସୀ ଉପସ୍ଥିତ ଥିଲେ । ସେହି ପରି ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ପାଇଁ ମଧ୍ୟ ମୁଖ୍ୟ ମନ୍ତ୍ରୀ ହେମନ୍ତ ବିଶ୍ବଶର୍ମା ପ୍ରଚାର କରି ବିଜେପି ବିଧାୟକ ପ୍ରାର୍ଥୀମାନଙ୍କୁ ବିପୁଳ ଭୋଟ ଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ।

(ରିପୋର୍ଟ: ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave a Reply

Your email address will not be published. Required fields are marked *