ମାଲକାନଗିରି : କାଲିମେଳା ବ୍ଲକ ଅନ୍ତର୍ଗତ କୁର୍ମାନୁର ଅଞ୍ଚଳରେ କାଲିମେଳା ପୋଲିସ ଟିମ୍ ପେଟ୍ରୋଲିଂ କରୁଥିବା ସମୟରେ ମାଝିପାକା ଗ୍ରାମ ଜଙ୍ଗଲ ନିକଟରେ ୬୩୦ କେଜି ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛନ୍ତି। ତେବେ ଅଭିଯୁକ୍ତମାନେ ପୋଲିସ ଟିମ୍ କୁ ଦେଖି ଖସି ଯାଇଥିବା ଜଣାପଡିଛି। କାଲିମେଳା ପୋଲିସ ୩୨ ଟି ପେକେଟରେ ୬୩୦ କେଜି ଗଞ୍ଜେଇ ଠାବ କରି ୮୨/୨୪ରେ ଏକ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ଚନ୍ଦ୍ରକାନ୍ତି ତାଣ୍ଡି ପ୍ରକାଶ କରିଛନ୍ତି । ଏହି ଜବତ ଗଞ୍ଜେଇ ଆନ୍ଧ୍ରପ୍ରଦେଶ ଡଙ୍କରାଇ ଅଞ୍ଚଳକୁ ଚାଲାଣ ହେବାର ସନ୍ଦେହ କରାଯାଉଛି।

(ରିପୋର୍ଟ: ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)