ରାଜନୀତି

(କବି କେଶବ ଚନ୍ଦ୍ର ନାୟକ)

ଯଦି ରାଜନୀତି କରିବ
ଟାଉଟର ବୁଦ୍ଧି ଧରିବ
ସଚ୍ଚୋଟ ପଣକୁ ଛାଡିବ
ତେବେ ତୁମେ ନେତା ହୋଇବ….!!
ରାଜନୀତି ଯେବେ କରିବ
ମିଛ ଯେତେ ପାର କହିବ
ମିଠା କଥା କହି ମୋହିବ
ମୁଚୁକୁନ୍ଦା ହସ ହସିବ…..!!
ପ୍ରତିଶ୍ରୁତି ସବୁ ଭୁଲିବ
ଗୋଡ଼ ଧରି ଭୋଟ ମାଗିବ
ଭୋଟରଙ୍କୁ ହାତ ଯୋଡ଼ିବ
ଖଳଜନେ କୋଳ କରିବ….!!
ଯିଏ ଯାହା କହୁ ମାନିବ
ନିଜ କାମ ନିଜେ କରିବ
ଭୋଟ ବେଳେ ନୋଟ ବାଣ୍ଟିବ
ଭୋଜି କରି ପେଟ ଭରିବା…!!
ମଦୁଆକୁ ମଦ ଯାଚବ
ତୁମ ପ୍ରଚାରକୁ ଆସିବ
କର୍ମୀ ହୋଇ ତୁମ ରହିବ
ଗୁଣ୍ତାଗର୍ଦି ଟିକେ କରିବ…!!
ବିରୋଧୀ ଦଳକୁ ହୁଡିବ
ବିରୁଦ୍ଧରେ ସବୁ ଭୁକିବ
ନିଜର ବଡିମା ବାଢିବ
ଡାହାଣ ମିଛ ସବୁ କହିବ….!!
ମେଣ୍ଟ ହେଲେ ସବୁ ଭୁଲିବ
ଗାଳିଟି ଚନ୍ଦନ ଲାଗିବ
କୋଳାକୋଳି ଟିକେ ହୋଇବ
ଚତୁରିଆ ଭାବ ରଖିବ…!!
ଦଳ ବଦଳକୁ କରିବ
ଯଦି ଟିକେଟ୍ କେ କାଟିବା
ଫୋପଡା ଛେପକୁ ଚାଟିବ
ନିର୍ଲଜିଆ ମୁହଁ କାଢ଼ିବ….!!
ଦୁର୍ନୀତି ହଟିବା କହିବ
ନିଜେ ଦୁର୍ନୀତିରେ ପଶିବ
ଦେଶ ସେବା କଥା ଭାଷିବ
ନିଜ ସେବା କଥା ଭାବିବ….!!
ଯେବେ ନେତା ମନ୍ତ୍ରୀ ହୋଇବ
ଉଠ ବସ ସବୁ କରିବ
ନିଜ ସ୍ବାର୍ଥଟାକୁ ଜଗିବା
ବେଟି ସବୁ ବେଳେ ମାଗିବ….!!
ମଦ ଦୋକାନକୁ ଖୋଲିବ
ରାଜସ୍ବ ମୁଣିରେ ଭରିବା
ଶିକ୍ଷିତ ବେକରୀ ବଢିବ
କାହାରି ନିଯୁକ୍ତି ନଦେବା…!!
ଦାଦନ ଭୋକରେ ମରିବ
ମହରଗ ଦ୍ରବ୍ୟ କରିବ
ମାଗଣା ଜିନିଷ ବାଣ୍ଟିବ
ନିଜେ ଦାନି କର୍ଣ୍ଣ କହିବ….!!
ଭିକାରୀ ଯୋଜନା କରିବ
ତେଣୁ ତ ଭୋଟ ପାଇବ
ତୁମକୁ ଯେ ଆଶ୍ରା କରିବ
ଜୀଇଁ ଥାଉ ଥାଉ ମରିବ….!!
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନଂ:୯୪୩୭୭୭୯୪୪୭

Leave a Reply

Your email address will not be published. Required fields are marked *