ବରଗଡ଼:(କ୍ରାନ୍ତି ଓଡ଼ିଶା)-ବରଗଡ ଜିଲ୍ଲା ବିଜେପୁର ସହରରେ କୋର୍ଟ ଅତି ଶିଘ୍ର ଖୋଲିବା ନେଇ ବିଜେପୁର ନିର୍ବାଚନ ମଣ୍ଡଳୀର ଭାରତୀୟ ଜନତା ପାର୍ଟିର ବିଧାୟକ ଜମିଦାର ସନତ କୁମାର ଗଡତୀୟା ଓଡ଼ିଶାର ମାନ୍ୟବର ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ବିଧାନସଭା ପ୍ରକୋଷ୍ଠ ସ୍ଥିତ କାର୍ଯ୍ୟାଳୟରେ ସାକ୍ଷାତ କରି ଏଇ ଦାବି ପତ୍ର ପ୍ରଦାନ କରିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ, ସାଧାରଣ ନିର୍ବାଚନର କେଇ ମାସ ପୂର୍ବରୁ ପ୍ରସ୍ତାବିତ ଦେୱାନୀ ଓ ଫୈାଜଦାରୀ କୋର୍ଟ ଖୋଲିବା କାର୍ଯ୍ୟକ୍ରମ ଥିଲା। ହେଲେ ସେ ସମୟରେ ଥିବା ସରକାର ଏଇ କୋର୍ଟ ଖୋଲିବା ବନ୍ଦ କରିଦେଇଥିଲେ। ଯଦ୍ୱାରା ଅନେକ ତୁମ୍ବି ତୋଫାନ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପରି କି ଏଭଳି ହୀନ ଚକ୍ରାନ୍ତ ପାଇଁ ପ୍ରତିବାଦ ସ୍ବରୂପ ସ୍ୱତଃ ପ୍ରବୃତ ଭାବେ ଦୋକାନ ବଜାର ବନ୍ଦ କରି ପ୍ରତିବାଦ ଜଣାଇଥିଲେ।ସେ ଯାହାବି ହେଉ ବର୍ତ୍ତମାନ ଜମିଦାର ଶ୍ରୀମାନ ଗଡତୀୟା ବିଧାୟକ ଅଛନ୍ତି। ନିଶ୍ଚିତ ରୂପେ ଦେୱାନୀ ଓ ଫୈାଜଦାରୀ ଅଦାଲତ ଅତି ଶିଘ୍ର ଖୋଲିବା ବୋଲି ଜନସାଧାରଣଙ୍କୁ ଏକପ୍ରକାର ସଙ୍କେତ ମିଳି ସାରିଛି ବୋଲି ଜଣାଯାଏ। ଏନେଇ ଜନସାଧାରଣ ଅନେକ ଖୁସି ଅନୁଭବ କରୁଛନ୍ତି।
ପଶ୍ଚିମାଞ୍ଚଳ ବ୍ୟୁରୋ ନିରଞ୍ଜନ ତ୍ରିପାଠୀଙ୍କ ରିପୋର୍ଟ