ଗାଡଖାଲ ଭିତରେ ପଦ୍ମପୁର ସହର

ବରଗଡ଼:(କ୍ରାନ୍ତି ଓଡ଼ିଶା)-ବରଗଡ ଜିଲ୍ଲା ପଦ୍ମପୁର ସହର ସବୁବେଳେ ଚର୍ଚ୍ଚିତ। କେତେବେଳେ ରାଜନିତି ପଶାପାଲି ପାଇଁ ତ ଆଉ କେତେବେଳେ ମରୁଡିର ପଦଧ୍ୱନୀ। ହେଲେ ସମସ୍ତେ ଚାଲନ୍ତି ବୁଲନ୍ତି, କିଛି କହନ୍ତି ନାହିଁ। ରାସ୍ତା ତମାମ ଦେଖିବେ ଯଦି ସବୁଆଡେ ଖାଲ ରେ ଭର୍ତ୍ତି।ଆମର କଣ ଯାଏଁ ଭିତରେ ସମସ୍ତେ ନିରବଦ୍ରଷ୍ଟା। ଗତକାଲି ପଦ୍ମପୁର -ବରଗଡ ରାସ୍ତା କଡ଼ରେ ଥିବା ଇଲେଟ୍ରିକ ଅଫିସ ସମ୍ମୁଖରେ ରାସ୍ତାରେ ସୃଷ୍ଟି ହୋଇଥିବା ଖାଲ ରେ ଜୈନେକ ପୋଲିସ ଏକ ବାଇକରେ ଯାଉଥିବା ସମୟରେ ପଡ଼ି ଯାଇଥିଲେ।ଭେଉଁରିଆ ଛକ ଠାରୁ ବସନା ରୋଡ଼ କଥା ନକହିବା ଭଲ।ଭେଉଁରିଆ ଛକ ଠାରୁ ହିରୋହୋଣ୍ଡା ସୋ ରୁମ୍ ପର୍ଯ୍ୟନ୍ତ ରାସ୍ତା ଖାଲରେ ଭର୍ତ୍ତି ହୋଇ ଯାଇଛି। ସତେଯେମିତି ଅଦିନିଆ ଛତୁ ଭଳି ଦିନକୁ ଦିନ ନୂତନ ଖାଲ ସୃଷ୍ଟି ହେବାରେ ଲାଗିଛି। ଜନସଚେତନତା କାରଣରୁ ଏଭଳି ଅସୁବିଧା ସୃଷ୍ଟି ହେଉଥିବାର ଜଣାଯାଏ। ପ୍ରତ୍ୟେକ ଏଇ ଖାଲମୟ ପଦ୍ମପୁର ସହରରେ ଆକ୍ସିଡେଣ୍ଟ ଉପରେ ଆକ୍ସିଡେଣ୍ଟ ହେବାରେ ଲାଗିଛି। ଏଣୁ ବିଭାଗୀୟ ଅଧିକାରୀ ମାନଙ୍କୁ ଅନୁରୋଧ ଅତି ଶିଘ୍ର ଏଇ ଖାଲ ମୟ ପଦ୍ମପୁର ସହର କୁ ସୁନ୍ଦର ସହରରେ ପରିଣତ କରିବାକୁ ଦାବି ହୁଏ।

ପଶ୍ଚିମାଞ୍ଚଳ ବ୍ୟୁରୋ ନିରଞ୍ଜନ ତ୍ରିପାଠୀଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *