ବରଗଡ଼:(କ୍ରାନ୍ତି ଓଡ଼ିଶା)-ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଖଗେଶ୍ବର ସାହିତ୍ୟ କଳା ପରିଷଦର ବଛରକିଆ ସମାବେଶ ପୁଖାମୁଣ୍ଡା ଷଣ୍ଢେଶ୍ଵର ପୀଠରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ସଭାପତି ମୋହନ ସିଂ କହ୍ନେଇଙ୍କ ଅଧ୍ୟକ୍ଷତାରେ ସଭା ହୋଇଥିଲା।ଡ଼. ପ୍ରଦୀପ କୁମାର ପଧାନ, ସ୍ତମ୍ଭକାର ସୁଶାନ୍ତ କୁମାର ମିଶ୍ର, ତାଳପଦର କଲେଜ ଅଧ୍ୟକ୍ଷ ପଞ୍ଚାନନ ମିଶ୍ର, ଗାଳ୍ପିକ ଡ଼.ଚିନ୍ମୟ ସାହୁ, ମ.ରାମପୁରର ଯୁଗଯାତ୍ରୀ ସାହିତ୍ୟ ସଂସଦର ସଂପାଦକ ହେମନ୍ତ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ। ମାଟି ମନସ୍କ କବିର କବିତା କାଳଜୟୀ ବୋଲି ଅତିଥିଗଣ ମତପ୍ରକାଶ କରିଥିଲେ।କବି ରାମ ପ୍ରସାଦ ବାଗ ନାରୀ ଚେତନା ଧର୍ମୀ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ।ପରିଷଦର ବାର୍ଷିକ ସମ୍ବଲପୁରୀ ସାହିତ୍ୟ ପତ୍ରିକା ମହକେଲ ପ୍ରକାଶନ ପାଇଁ ଆଲୋଚନା ହୋଇଥିଲା। ଆଗାମୀ ଏପ୍ରିଲ ୧୦ ସୁଦ୍ଧା ଲେଖକଗଣ ନିଜର ମଉଳିକ ରଚନାକୁ khageswarsahityakalaparisad@gmail.com ରେ ପ୍ରେରଣ କରିବାକୁ ଅନୁରୋଧ କରାଯାଇଛି।
ପତ୍ରିକାରେ କବିତା, ପ୍ରବନ୍ଧ,ଗଳ୍ପ, ଭ୍ରମଣ କାହାଣୀ,ଫିଚର, ଆଲୋଚନା,ପୁସ୍ତକ ସମୀକ୍ଷା, ସାକ୍ଷାତକାର ବିଭାଗ ରଖିବାକୁ ନିଷ୍ପତ୍ତି ହୋଇଛି।ପ୍ରତି ଶନିବାର ଖଗେଶ୍ବର ସାହିତ୍ୟ କଳା ପରିଷଦର ସାହିତ୍ୟ ଚର୍ଚ୍ଚା କରାଯିବାକୁ ସ୍ଥିର ହୋଇଛି। ସଭାକୁ ସଂପାଦକ ରାଜେଶ୍ବର ବେହେରା ସଂଯୋଜନା କରିଥିଲେ।ପରେ ଗୀତିକାର ମକରଧ୍ବଜ ସାହୁ ଓ ଯୁବକବି ଆଶୁତୋଷ ମେହେରଙ୍କ ସଂଯୋଜନାରେ ସମ୍ବଲପୁରୀ କବିତା ପାଠ ହୋଇଥିଲା।କ୍ରାନ୍ତିକବି ହରିଲାଲ ସାହୁ,ରାମ ପ୍ରସାଦ ବାଗ, ଅଧିକାରୀ ସା, ସୁରେଶ ଚନ୍ଦ୍ର ଭୋଇ, ମକରଧ୍ବଜ ମେହେର, ପ୍ରମୋଦ ମେହେର, ଅଶ୍ବିନୀ ସାହୁ, ସୁରେଶ ସାହୁ, ଅଧ୍ୟାପକ ଉପେନ୍ଦ୍ର ସାହୁ ତୁଳସୀ ରାମ ମେହେର,ସାବିତ୍ରୀ ମେହେର, ଯଦୁମଣି ପଟେଲ,, ଯୁବରାଜ ଦୀପ , ଗୌରାଙ୍ଗ ପାଣ୍ଡେ ପ୍ରମୁଖ କବିତା ପାଠ କରିଥିଲେ। କବିତା ଗୁଡ଼ିକର ସମୀକ୍ଷା କରିଥିଲେ ଅଧ୍ୟାପକ ଡ.ଚିନ୍ମୟ ସାହୁ। ଉପସଭାପତି ଦିଲ୍ଲୀପ କୁମାର ଦେବତା,ସହ ସଂପାଦକ ହୃଦମଣି ସାହୁ, ପଞ୍ଚାନନ ପଧାନ ,ଦୁର୍ବାଦଳ ବଡଗୋଛିଆ, ଜିତେନ୍ଦ୍ରିୟ ମେହେର, ଗୀତିକାର ରବୀନ୍ଦ୍ର ଭୋଇ, ନୀଳମଣି ମେହେର , ପୂର୍ଣ୍ଣଚନ୍ଦ୍ର ମେହେର ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। କୋଷାଧ୍ୟକ୍ଷ ଦେବାଶିଷ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।
ପଶ୍ଚିମାଞ୍ଚଳ ବ୍ୟୁରୋ ନିରଞ୍ଜନ ତ୍ରିପାଠୀଙ୍କ ରିପୋର୍ଟ