(କବି କେଶବ ଚନ୍ଦ୍ର ନାୟକ)
କେଉଁ ସୁଖ ଶିରୀ ଦେଲ ଜଗନ୍ନାଥ
ଜପିବି ତୁମର ନାମ…..
ଆଶା ଭରସା ମୋ ସବୁ ତୁଟିଲାଣି
ସରିତ ଗଲାଣି ଦିନ….!!
ଜୀବନ ସାରା ମୋ ଲୁହର ସଂସାର
କୋହର କୁହୁକ ମାୟା….
ହୃଦୟ ସାଗର ମନ୍ଥନ କଷଣେ
ନ ହେଲ ବିପଦେ ସାହା….
କୁହ ଲକ୍ଷ୍ମୀ ପତି କେଉଁ ଦୋଷ କଲି
କଲ ନାହିଁ ତିଳେ ଦୟା…!!
ଏବେ ତ ସରିଲା ମୋ ଜୀବନ ଦୀପ
ଲିଭିବ କେଉଁ ମୁହୂର୍ତ୍ତ….
ଲୋଡା ନାହିଁ ପ୍ରଭୁ ତୁମ ହାତ ଟେକା
କରୁଣା କୃପା ସରିତ….
ଆଉ ଇଛା ନାହିଁ ବଡ ଦେଉଳରେ
ମାଗିବାକୁ ଯୋଡି ହସ୍ତ….!!
ସବୁ ମୋହ ମାୟା ମନୁ ଲିଭିଲାଣି
କି ହେବ ଏ ବୃଦ୍ଧ କାଳେ…..
ଘରୁ ମଶାଣିକୁ ଯିବାକୁ ଅପେକ୍ଷା
ନାହିଁ ତ ସୁଖ କପାଳେ……
ଆହେ ଜଗନ୍ନାଥ କାନ୍ଦିବାକୁ ଲୁହ
ନାହିଁ ମୋ ନୟନେ ତିଳେ….!!
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)