ସୁପରିଚିତ ଡାକ୍ତର ରାଜୁ ନାଏକଙ୍କ ଦେହାନ୍ତ

ବରଗଡ଼:(କ୍ରାନ୍ତି ଓଡ଼ିଶା)- ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ବାନିପାଲି ଗ୍ରାମରେ ଡାକ୍ତର ୧୯୬୯ ମସିହାରେ ଜନ୍ମଗ୍ରହଣ କରିଥିଲେ। ଛୋଟବେଳୁ ଦୁଃଖିରଙ୍କି ଙ୍କୁ ସେବା କରିବାପାଇଁ ବେଶ ପାଠପଢ଼ାରେ ମନଦେଇ ଶେଷରେ ଜଣେ ଏମବିବିଏସ ଡକ୍ତର ଭାବେ ସରକାରୀ ଡାକ୍ତରଖାନାରେ ନିଯୁକ୍ତି ପାଇଥିଲେ।ସେ ଯେଉଁ କେତୋଟି ପିଏଚସିରେ ଡାକ୍ତର ଭାବେ ନିଜକୁ ନିହୋଜିତ କରି ରୋଗୀଙ୍କ ସେବା କରିଛନ୍ତି ସେଇ ସବୁ ସ୍ଥାନରେ ବେଶ ପ୍ରଶଂସିତ ହୋଇଛନ୍ତି।ଦିର୍ଘ ୮ ବର୍ଷ ହେଲା ଏଭଳି ସୁଦକ୍ଷ ଡାକ୍ତର ପାଇ ପଦ୍ମପୁର ଅଞ୍ଚଳବାସୀ ପାଇଁ ବେଶ ଗର୍ବ ଅନୁଭବ କରୁଥିଲେ।ସେ ଜଣେ ଶାନ୍ତ ସ୍ୱଭାବର ମଣିଷ ଥିଲେ।ଗତ ୦୨.୦୩.୨୦୨୪ରିଖ ଦିନ ବେଳା ପଦ୍ମପୁର ଉପଖଣ୍ଡ ସରକାରୀ ଡାକ୍ତରଖାନାରେ ରୋଗୀସେବା କରିଥିଲେ।ଦିନ ଗୋଟାଏ ସମୟରେ ନିଜ କାର୍ଯ୍ୟ ସମୟ ଅବଧି ପରେ ବରଗଡ଼ରୁ ଫେରିବା ବାଟରେ, ପଞ୍ଚଭାୟା ପାଖାପାଖି ହଠାତ ଅସୁସ୍ଥତା ଅନୁଭବ କଲେ।ସେ ସମୟରେ ଶୋଇପଡିବାରୁ ଡ୍ରାଇଭର ପଦ୍ମପୁର ସରକାରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ତୁରନ୍ତ ଆଣିଥିଲେ । ଡ଼ାକ୍ତରଖାନାରେ ତାଙ୍କ ଚିକିତ୍ସା କରାଯାଉଥିବା ସମୟରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା । ତାଙ୍କୁ ମୃତ୍ୟୁ ବେଳକୁ ୫୫ ବର୍ଷ ହେଉଥିଲା।ପଦ୍ମପୁର ସରକାରୀ ଡାକ୍ତରଖାନାର ସମସ୍ତ ଡାକ୍ତର ଓ ଏସଡିଏମଓ ସରୋଜ କୁମାର ସେଠଙ୍କ ଉପସ୍ଥିତିରେ ମୃତ ଘୋଷଣା କରାଯାଇଥିଲା । ଏକ ଘରୋଇ ଆମ୍ବୁଲାନ୍ସରେ ତାଙ୍କ ମର ଶରୀରକୁ ତାଙ୍କ ଜନ୍ମସ୍ଥାନ ବନିପାଲି କୁ ପଠାଯାଇଥିଲା । ଯେଉଁ ଡାକ୍ତରଖାନାରେ ଡାକ୍ତର ହୋଇ ରୋଗୀଙ୍କୁ ଚିକିତ୍ସା କରୁଥିଲେ ସେହି ଡାକ୍ତର ଖାନାରେ ରୋଗୀ ହୋଇ ଜୀବନ ହରାଇଲେ । ପଦ୍ମପୁର ଅଞ୍ଚଳରେ ରୋଗୀସେବା କରି ବେଶ ପରିଚିତି ଥିବା ଡ଼ାକ୍ତରଙ୍କ ଅକାଳ ବିୟୋଗରେ ଏସଡିଏମଓ ଡା.ସରୋଜ ସେଠ,ଏଠାରେ କାର୍ଯ୍ୟରତ ସମସ୍ତ ଡାକ୍ତର, ଜୁନିଅର ଆସିଷ୍ଟାଣ୍ଟ ରାମେଶ୍ବର ଭୋଇ, ଲମ୍ବୋଦର ପଟେଲ, ଅଶ୍ୱିନୀ ସାହୁ, ଚୁଡ଼ାମଣି ପଟେଲ,ମୁକାଶ ନାୟକ, ହସ୍ପିଟାଲ ମ୍ୟାନେଜର ଦିବ୍ୟ କିଶୋର ମେହେର,ଏନ.ଏଚ.ଏମ ଏକାଉଣ୍ଟେଡ ଲଳିତ କୁମାର ନାଥ ପ୍ରମୁଖ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି।

ପଶ୍ଚିମାଞ୍ଚଳ ବ୍ୟୁରୋ ନିରଞ୍ଜନ ତ୍ରିପାଠୀଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *