ବିଜେପୁରରେ ପଲସ୍ ପୋଲିଓ ଅଭିଯାନ ଦୁଇ ବୁନ୍ଦା, ପ୍ରତ୍ୟକ ଥର-ସୁସ୍ଥ ଜୀବନ ପାଇଁ

ବରଗଡ଼:(କ୍ରାନ୍ତି ଓଡ଼ିଶା)-ସମଗ୍ର ରାଜ୍ୟରେ ପଲସ ପୋଲିଓ କାର୍ଯ୍ୟକ୍ରମ ତା ୦୩.୦୩.୨୦୨୪ରିଖ ଦିନ ଚାଲୁଥିବା ବେଳେ ଆଜି ରବିବାର ଦିନ ବରଗଡ଼ ଜିଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ବିଜେପୁର ଠାରେ ପଲସ ପୋଲିଓ ଅଭିଯାନ ନିର୍ଦ୍ଧାରିତ ସକାଳ ୮ ଘଟିକା ସମୟରେ ଆରମ୍ଭ ହୋଇ ଯାଇଛି।ଏ ଅବସରରେ ଗୋଷ୍ଠୀ ଜନସ୍ୱାସ୍ଥ୍ୟ ସ୍ୱାସ୍ଥ୍ୟ ଅଧିକାରୀ ବିଜେପୁର ଡ଼ା.ସୁଶାନ୍ତ ମେହେର ଖରମୁଣ୍ଡା ଠାରେ,ଟିକା ଗଚ୍ଛିତ କେନ୍ଦ୍ର ବିଜେପୁର ଠାରେ ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ଶ୍ରୀଯୁକ୍ତ ସୁଦାମ ଚରଣ ପାଣିଗ୍ରାହୀ ଏବଂ ମହିଳା ସ୍ୱାସ୍ଥ୍ୟପରିଦର୍ଶିକା ଶ୍ରୀମତୀ କବିତାଞ୍ଜଳୀ ଦାଶ,କୁମର ସାହୁ, ବିଜେପୁର ବସଷ୍ଟାଣ୍ଡ ଠାରେ ଏସ.ଟି.ଏସ ଦେବାଶିଷ ଦେବତା ପଲସ ପୋଲିଓ କେନ୍ଦ୍ରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କଲାପରେ ତାଙ୍କ କରକମଳରେ ଶିଶୁ ମାନଙ୍କୁ ଦୁଇ ବୁନ୍ଦା ପୋଲିଓ ଖୁଆଇ ଶୁଭାରମ୍ଭ କରିଥିଲେ। ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ ସର୍ବମୋଟ ୪୭ ଟି ବୁଥ ଏବଂ ଜନଗହଳି ପୁର୍ଣ୍ଣ ବସଷ୍ଟାଣ୍ଡ ବିଜେପୁରରେ ଏକ ପଥପ୍ରାନ୍ତ ଦଳଙ୍କ ଦ୍ୱାରା ଟୀକା ଦେବାର ବ୍ୟବସ୍ଥା କରାଯାଇଛି।

ପ୍ରକାଶ ଥାଉକି ପଲସ ପୋଲିଓ ଅଭିଯାନ ପୂର୍ବରୁ ସମସ୍ତ ବୁଥ ମେମ୍ବର ଙ୍କୁ ନେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ସଭାକକ୍ଷ ଠାରେ ତାଲିମ ପ୍ରଦାନ କରାଯାଇଥିଲା। ସଚେତନତା କୁ ଆଖି ଆଗରେ ରଖି ଏକ ପଲସ ପୋଲିଓ ସଚେତନତା ରଥ ଗାଁ ଗାଁ ପରିକ୍ରମା କରି ସଚେତନତାର ବାର୍ତ୍ତା ପ୍ରଦାନ କରିଥିବା ବେଳେ,ଏହି ଅଭିଯାନ ୦ ରୁ ୫ ବର୍ଷ ମଧ୍ୟରେ ବୟସ ହୋଇଥିବା ସମସ୍ତ ଶିଶୁ ମାନଙ୍କୁ ପୋଲିଓ ବୁନ୍ଦା ଖୁଆଇ ପୋଲିଓ ମୁକ୍ତ ସୁସ୍ଥ ସମାଜ ଗଠନ କରିବାର ଲକ୍ଷ ରହିଛି। ବିଜେପୁର ବ୍ଲକର ସର୍ବମୋଟ ୭୯୨୨ ଜଣ ଶିଶୁଙ୍କୁ ଟିକା ଖୁଆଇବାର ଯୋଜନା ରହିଛି। ଆଜି ପ୍ରଥମ ଦିନରେ ବୁଥ ମାନଙ୍କରେ ଏବଂ ପରବର୍ତ୍ତୀ ଦୁଇଦିନ ସୋମବାର ଏବଂ ମଙ୍ଗଳବାର ଘରକୁ ଘର ବୁଲି ପୋଲିଓ ଟୀକା ଖୁଆ ଯିବାର କାର୍ଯ୍ୟକ୍ରମ ରହିଛି ବୋଲି ଡ଼ା.ମେହେରଙ୍କ ଠାରୁ ପ୍ରକାଶ।ଆମ ଭାରତ ବର୍ଷରେ ପୋଲିଓ ମୁକ୍ତ ସମାଜ ପାଇଁ ଗତ ୧୯୯୫-୯୬ ରୁ ଏହି କାର୍ଯ୍ୟକ୍ରମ ଚାଲିଛି।ଗତ ୨୦୧୧ ମସିହାରୁ ଆମ ଭାରତ ବର୍ଷରେ କୈାଣସି ପୋଲିଓ ରୋଗୀର ସନ୍ଧାନ ନଥିଲେ ମଧ୍ୟ ପଡୋଶୀ ଦେଶ ଯଥା ପାକିସ୍ଥାନ, ଆଫଗାନିସ୍ଥାନ ଠାରେ ବର୍ତ୍ତମାନ ମଧ୍ୟ ପୋଲିଓ ରୋଗୀ ଦେଖା ଯାଉଥିବାରୁ ଭାରତ ସରକାର ସତର୍କତା ସ୍ୱରୂପ ଆମ ଦେଶରେ ପଲସ ପୋଲିଓ କାର୍ଯ୍ୟକ୍ରମ ଚାଲୁ ରଖିଛନ୍ତି।

ଏହି ପରିପ୍ରେକ୍ଷୀରେ ଗୋଷ୍ଠୀ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମେହେରଙ୍କ ପରିଚାଳନାକୁ ଭୂୟସୀ ପ୍ରଶଂସା କରିବା ସହ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ ସ୍ୱାସ୍ଥ୍ୟ କର୍ମୀ, ଆଶାକର୍ମୀ,ପିଏଚଇଓ, ସୁପରଭାଇଜର,ସିଏଚଓ, ତଥା ଏମ.ଏସ.ଟି,ବିପିଏମ,ବିଡିଏମ,ବିଏଏମ,ଏସ.ଟି.ଏସ,ବିଏନଏଲଡ୍ୟୁ ଙ୍କ ସକ୍ରୀୟ ସହଯୋଗ ତଥା ଗାଡ଼ି ଚାଳକ କିଶୋର ମହାନନ୍ଦ, ସୁଶାନ୍ତ ଦାଶ,ତପନ ବାଗଙ୍କ ଅକ୍ଲାନ୍ତ ପରିଶ୍ରମ ପାଇଁ ଟିକା ଗଚ୍ଛିତ କେନ୍ଦ୍ରର ପରିଚାଳିକା ମହିଳା ସ୍ୱାସ୍ଥ୍ୟପରିଦର୍ଶିକା ଶ୍ରୀମତୀ କବିତାଞ୍ଜଳୀ ଦାଶ ଧନ୍ୟବାଦ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *