ଛଟେଇ କମ୍ପ୍ୟୁଟର ଶିକ୍ଷକ ମାନଙ୍କ ପୁନଃ ନିଯୁକ୍ତି ଦାବି ନେଇ ଲୋୟାର ପିଏମଜି ଠାରେ ଧାରଣା ।

ସରକାର ଗୁଣାତ୍ମକ ଶିକ୍ଷାର ବିକାଶ ନିମନ୍ତେ ପ୍ରତ୍ୟେକ ବିଦ୍ୟାଳୟ ରେ 5T ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କାର କମ୍ପ୍ୟୁଟର ଲ୍ୟାବ ତଥା ଇ-ଲାଇବ୍ରେରୀ ପ୍ରସ୍ତୁତ କରିଥିବା ସତ୍ୱେ ଦୀର୍ଘ ୫ ବର୍ଷ ଧରି କାର୍ଯ୍ୟ କରିଆସିଥିବା କମ୍ପ୍ୟୁଟର ଶିକ୍ଷକ ମାନଙ୍କୁ ଅବହେଳା କରାଯାଇଛି । ଯଦ୍ୱାରା ବିଦ୍ୟାଳୟ ଗୁଡିକ ଖାଲି ଦେଖିବାକୁ ସୁନ୍ଦର ହେଲେ କମ୍ପ୍ୟୁଟର ଶିକ୍ଷକ ବିନା କମ୍ପ୍ୟୁଟର ଶିକ୍ଷାର କୌଣସି ପ୍ରକାର ଉନ୍ନତି ହେଇପାରୁନାହିଁ । ବାରମ୍ବାର ସଂଘ ତରଫରୁ ବିଭାଗୀୟ ଅଧିକାରୀ ଙ୍କୁ ଲିଖିତ, ସାମ୍ବାଦିକ ସମ୍ବିଳନୀ ତଥା ଭେଟି ପୁନଃ ନିଯୁକ୍ତି ନିମନ୍ତେ ନିଜର ଗୁହାରି ଜଣେଇ ଥିବା ସତ୍ୱେ ଆଜକୁ ଦୀର୍ଘ ତିନି ବର୍ଷ କେବଳ ପ୍ରତିଶୃତି ପାଇବା ଅପେକ୍ଷା ପୁନଃ ନିଯୁକ୍ତି ନିମନ୍ତେ ଆଜି ପର୍ଯ୍ୟନ୍ତ କୌଣସି ନିଷ୍ପତି ହୋଇପାରିଲା ନାହିଁ । । ୨୦୧୪ ମସିହା କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ସମୟରେ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା,ଲିଖିତ ତଥା ମୌଖିକ ପରୀକ୍ଷା ରେ ଉତୀର୍ଣ୍ଣ ହୋଇ ନିଯୁକ୍ତି ପାଇଥିବା ବେଳେ ନୂତନ କୌଣସି ନିୟମ ଲାଗୁନକରି ଏବଂ କୌଣସି ପରୀକ୍ଷା ପଦ୍ଧତି ନ ରଖି ସରକାର ଙ୍କ ଦ୍ୱାରା ହେବାକୁ ଯାଉଥିବା କମ୍ପ୍ୟୁଟର ଶିକ୍ଷକ ପଦବୀରେ ୪୦୦୦ ଛଟେଇ କମ୍ପ୍ୟୁଟର ଶିକ୍ଷକ ମାନଙ୍କୁ ପ୍ରଥମ ଅଗ୍ରାଧିକାର ଭିତ୍ତିରେ ତୁରନ୍ତ ପୁନଃ ନିଯୁକ୍ତି ନିମନ୍ତେ ଦାବି କରି ଲୋୟର ପିଏମଜି ଧାରଣାସ୍ଥଳ ରେ ନିଜର ନାଯ୍ୟଦାବି ପାଇଁ ମହାସଂଗ୍ରାମ ପାଇଁ ସଂଘ ନିଷ୍ପତି ନେଇଥିବା ସଂଘ କାର୍ଯ୍ୟକର୍ତ୍ତା ସୂଚନା ଦେଇଛନ୍ତି ।

ମୟୂରଭଞ୍ଜ କରଞ୍ଜିଆ ରୁ ଦୀନେଶ କୁମାର ଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *