ଭାରତୀୟ ଜନତା ପାର୍ଟି ପକ୍ଷରୁ ଲାଭାର୍ଥି ସମ୍ପର୍କ ଓ ସଚେତନତା କାର୍ଯ୍ୟକ୍ରମ।

କରଞ୍ଜିଆ :ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଠାରୁ ଲାଭାର୍ଥି ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କରଞ୍ଜିଆ ଗ୍ରାମୀଣ ମଣ୍ଡଳ ସଭାପତି ଶ୍ରୀ ଦେବେନ୍ଦ୍ର ନାଥ ମହାନ୍ତ ଙ ସଭାପତିତ୍ୱ ରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ କେନ୍ଦ୍ରସରକାର ତଥା ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଙ୍କ ଦ୍ବାରା ଲାଗୁ କରାଯାଇଥିବା ବିଭିନ୍ନ ବିକାଶ ମୂଳକ ଏବଂ ଲାଭାନ୍ନିତ ଯୋଜନା କୁ ନେଇ ହିତାଧିକାରୀଙ୍କୁ ସୂଚନା ଦେବା ସହ ଏହାଦ୍ବାରା ଲାଭାନ୍ନିତ ହୋଇ ପାରିବାର ମାର୍ଗଦର୍ଶନ ତଥା ସଚେତନତା କରାଯିବା ଉଦ୍ଦେଶ୍ୟ ରହିଥିବା ଜଣାପଡିଛି।ଉକ୍ତ କାର୍ଯ୍ୟକ୍ରମ ଅବସରରେ ନାରୀନେତ୍ରୀ ତଥା ଜିଲ୍ଲା ସମ୍ପାଦୀକା ସୁନାମଣୀ ହୋ,ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଶ୍ରୀ ଶିବାଜୀ ଗୌତମ ମହାନ୍ତ, ପୂର୍ବତନ ବିଧାୟକ ଶ୍ରୀ ପଦ୍ମଚରଣ ହାଇବ୍ରୁ,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଯୁଗଳ ନାଏକ, ନାରୀନେତ୍ରୀ ପୁଷ୍ପାଞ୍ଜଳି ସିଦ୍ଧୁ ପ୍ରମୁଖ ଯୋଗଦେଇ ଉପସ୍ଥିତ ଜନସାଧାରଣ ଙ୍କ ଠାରେ ସମସ୍ତ ଯୋଜନା କୁ ଉପସ୍ଥାପନ କରି ଆଲୋଚନା କରିବାସହ ସଚେତନ କରିଥିଲେ।

ମୟୂରଭଞ୍ଜ, କରଞ୍ଜିଆ ରୁ ଦୀନେଶ କୁମାର ଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *