ସନ୍ତୋଷିନୀ ଦାଶ
ଋତୁରାଜ ବସନ୍ତର ଆଗମନେ
ବହଇ ମଧୁ ମଳୟ
ପ୍ରକୃତି ରାଣୀର ସୌନ୍ଦର୍ଯ୍ୟ ବଢାଏ
ବୃକ୍ଷେ ନବ କିଶଳୟ
ଆମ୍ବ ବଉଳର ବାସ୍ନାରେ ବିଭୋର
କୋଇଲିର ତନୁ ମନ
କୁହୁ କୁହୁ ସ୍ବରେ ପୁଲକିତ କରେ
ସମସ୍ତ ଜନ ଜୀବନ
ନାନା ଜାତି ଫୁଲେ ଉପବନ ଶୋଭା
ବର୍ଣ୍ଣି ନ ପାରଇ କବି
କାଗଜ କଲମ ଧରି ବସିଯାଏ
କବିତା ଲେଖିବ ଭାବି
ପଲାସ ଶିମୁଳି ହସ ହସ ହୋଇ
ବୃକ୍ଷର ଶୋଭା ବଢାନ୍ତି
ସବୁଜ ପତ୍ର ଗହଳେ ଶୁଭ୍ର ମଲ୍ଲୀ
ବାସ ଚହଟାଇ ଥାନ୍ତି
ମାତୃ ହୃଦୟର ବାସଲ୍ୟ ମମତା
ଅଟଇ ମଧୁ ମଳୟ
ତାହାରି ସ୍ବର୍ଶରେ ସନ୍ତାନ ବଢଇ
ଘର ହୁଏ ଦେବାଳୟ
ବରଗଡ