ପୁରୀରେ ବିଦେଶୀ ପର୍ଯ୍ୟଟକଙ୍କୁ ଲୁଟ !

ଭିକାରି ଆଶ୍ରୟ ସ୍ଥଳରେ ବିଦେଶୀ ପର୍ଯ୍ୟଟକ, ନିଜ ଦେଶକୁ ଫେରିବା ପାଇଁ ସରକାରଙ୍କୁ ଆକୁଳ ନିବେଦନ

ପୁରୀ ନୀଳାଦ୍ରି ନୀଳୟ ଭିକାରୀ ଆଶ୍ରୟ ସ୍ଥଳରେ ନେଦରଲ୍ୟାଣ୍ଡର ବିଦେଶୀ ପଯ୍ୟଟକ ଆନଥୋନି ଭ୍ୟାନ ଅର୍କେଲ ଆଶ୍ରୟ ନେଉଛନ୍ତି l ନୀଳାଦ୍ରି ନୀଳୟ ପରିସରରେ ଆୟୋଜନ ସାମ୍ବାଦିକ ସମ୍ମିଳନୀରେ ଆନଥୋନି କହିଛନ୍ତି ଯେ ଜାନୁଆରୀ ୨୫ ତାରିଖ ଠାରୁ ଏହି ଭିକାରୀ ଆଶ୍ରୟ ସ୍ଥଳରେ ପୁଲିସ ସହାୟତା ରେ ଆଶ୍ରୟ ନେଉଅଛି l ମୋର ନଗଦ ଟଙ୍କା ସହିତ କ୍ୟାମେରା, ହୀରାମୁଦି ସମେତ ସମୁଦାୟ ୬ ଲକ୍ଷ ଟଙ୍କା ର ସାମଗ୍ରୀ ପୁରୀ ର ଜଣେ ଟ୍ୟାକ୍ସି ଚାଳକ ମୋ ଠାରୁ ଲୁଟି ନେଇଯାଇଛି l ବାଳିଆପଣ୍ଡା ପୋଲିସ ତରଫରୁ ସମ୍ପୃକ୍ତ ଟାକ୍ସି କୁ ଜବତ କରାଯାଇ ବଳିଆପଣ୍ଡା ଥାନାରେ ଅଟକ ଥିଲେ ମଧ୍ୟ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇ ନାହିଁ |ସମ୍ପୃକ୍ତ ଟାକ୍ସି ନମ୍ବର -OD 02 BU 8723,ଏହି ଘଟଣା ସମ୍ପର୍କରେ ପ୍ରଥମେ ବଳିଆ ପଣ୍ଡା ଏବଂ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲି |

ଫେବୃଆରୀ ୪ ତାରିଖ ପରେ ଉମିଦ ଫାଉଣ୍ଡେସନ ପୁରୀର ସମ୍ପାଦକ ତଥା ଯୁବ ସମାଜସେବୀ ଡାନିଆଲ ନାୟକ ବିଦେଶୀ ପର୍ଯ୍ୟଟକଙ୍କୁ ନେଇ ସମ୍ପୃକ୍ତ ଘଟଣା ସମ୍ପର୍କରେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୁଶୀଲ କୁମାର ମିଶ୍ର ଏବଂ ଉପ ଆରକ୍ଷୀ ଅଧିକ୍ଷକ ସହରାଞ୍ଚଳ ପ୍ରଶାନ୍ତ କୁମାର ସାହୁଙ୍କୁ ଭେଟି ସହାୟତା ପାଇଁ ଫେବୃଆରୀ ୯ ରେ ଲିଖିତ ଅଭିଯୋଗ କରିଥିଲେ |ଏହି ଘଟଣାର ଦୀର୍ଘ ଦିନ ପରେ ମଧ୍ୟ୍ୟ କୌଣସି ବିହିତ ପଦକ୍ଷେପ ଗ୍ରହଣ କରାଯାଇନାହିଁ |ତେଣୁ ବାଧ୍ୟ ହୋଇ ଯୁବ ସମାଜସେବୀ ଡାନିଆଲ ନାୟକ ତାଙ୍କର ଗୁରୁ ସାମ୍ବାଦିକ ବିଷ୍ଣୁଦତ୍ତ ଦାସ ଙ୍କ ସହଯୋଗରେ ପୁରୀର ଗଣମାଧ୍ୟମର ସହାୟତା ଲୋଡ଼ିଥିଲେ |ପରେ ଶ୍ରୀ ଦାସ ଘଟଣା ଟିକୁ ଗମ୍ଭୀରତା ସହ ଗଣମାଧ୍ୟମ ସମ୍ମୁଖରେ ଉପସ୍ଥାପନା କରି କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସହଯୋଗ ଲୋଡ଼ିଥିଲେ |ବିଦେଶୀ ପର୍ଯ୍ୟଟକଙ୍କୁ ତାଙ୍କ ଦେଶ ଫେରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ପଦକ୍ଷେପ ଗ୍ରହଣ କରିବା ଶ୍ରୀଦାସ ନିବେଦନ କରିଛନ୍ତି |

Leave a Reply

Your email address will not be published. Required fields are marked *