କେଉଁଠୁ ଶିଖିବା

ଅମରନାଥ ବାରିକ୍

ନିରନ୍ତରତା ରଖିବା ବଜାୟ
ରବି ଆମକୁ ଶିଖାନ୍ତି
ନିରନ୍ତର କାମ କରିବା ପାଇଁ
କ୍ଷୁଦ୍ର ପିମ୍ପୁଡ଼ି ଶିଖାନ୍ତି ।

ନଷ୍ଟ କର ନାହିଁ ସମୟ ବୋଲି
ଶିଖାଏ ଆମକୁ ଘଡି
ଦୁଃଖରେ ବି ସୁଖୀ ରୁହ ସର୍ବଦା
ଶିଖାଏ ଗୋଲାପ କଢ଼ି ।

ଅନ୍ୟକୁ ଆଲୋକ ଦେଖାଇବାକୁ
ଶିଖାଏ ଦୀପ ଆମକୁ
ପରୋପକାରୀ ଜୀବନେ ହେବାକୁ
ଶିଖାଏ ଗଛ ଆମକୁ ।

ହେବାକୁ ବିଶ୍ବାସୀ ମନୁଷ୍ୟ ଜାତି
ଶିଖିବା କୁକୁର ଠାରୁ
ହେବାକୁ ଚାଲାକ୍ ଚତୁର ଅତି
ଶିଖିଯିବା କାଉ ଠାରୁ ।

କୋଇଲି ଶିଖାଏ ମଧୁର କଥା
ବସିବାକୁ ସର୍ବ ପ୍ରାଣେ
ସମୁଦ୍ର ଶିଖାଏ ରଖିବାକୁ ପୁଣି
ବିଶାଳ ହୃଦୟ କ୍ଷଣେ ।

ଗ୍ରା/ପୋ-କୟାଁ, ଥା-ମଙ୍ଗଳପୁର, ଜି-ଯାଜପୁର
ଓଡ଼ିଶା, ପିନ୍ ନମ୍ବର – ୭୫୫୦୧୧
ଦୂରଭାଷା – ୯୫୪୦୩୦୮୦୯୫ (ନୂଆଦିଲ୍ଲୀ)

Leave a Reply

Your email address will not be published. Required fields are marked *