ସ୍ଵାଭିମାନ ଅଞ୍ଚଳରେ ପୋଲିସର ଜନ ସମ୍ପର୍କ ଶିବିର

ମାଲକାନଗିରି,  ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ସ୍ଵାଭିମାନ ଅଞ୍ଚଳରେ ଥିବା ଯୋଡାମ୍ବ ଗ୍ରାମରେ ଜିଲ୍ଲା ପୋଲିସ ପକ୍ଷରୁ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । ଏକଦା ମାଓ ଗଡ ଭାବେ ପରିଚିତ ଥିବା ଏହି ଅଞ୍ଚଳରେ ବର୍ତ୍ତମାନ ମାଓ ଗଡ ଧ୍ଵଂସ ହେବା ସହ ରାଜ୍ୟ ସରକାରଙ୍କ ଅନେକ ବିକାଶ ମୂଳକ କାର୍ଯ୍ୟ ହୋଇଛି । ତେବେ ଏହି ପରିପ୍ରେକ୍ଷୀରେ ଜିଲ୍ଲା ପୋଲିସ ପକ୍ଷରୁ ଲୋକଙ୍କ ବିଶ୍ବାସ ଭାଜନ ହେବା ସହ ଲୋକଙ୍କ ନିକଟତର ହେବା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରଯାଇଥିଲା । ଏହି ଅବସରରେ ଚିତ୍ରକୋଣ୍ଡା ଏସଡିପିଓ ଆଲେକ୍ସ କିସପୋଟା ଉପସ୍ଥିତ ଥିବା ବେଳେ ଜିଲ୍ଲା ପୋଲିସର ବହୁ ଅଧିକାରୀ, ସ୍ଥାନୀୟ ଥାନା ଅଧିକାରୀ ଏବଂ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଏହି ଅବସରରେ ପୋଲିସ ଲୋକଙ୍କ ପାଇଁ ରହିଛି ଏବଂ ଲୋକେ ପୋଲିସକୁ ସହଯୋଗ କରିବା ସହ ନିଜର ସମସ୍ୟା ଜଣାଇଲେ ତାହର ସମାଧାନ ପୋଲିସ କରିବ ବୋଲି ଉପସ୍ଥିତ ଅଧିକାରୀମାନେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିବା ବେଳେ ଲୋକଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରି ସ୍ୱାସ୍ଥ୍ୟ ପରୀକ୍ଷା ସହ ଲୋକଙ୍କୁ ଏବଂ ଯୁବକ ଯୁବତୀ ଓ ଛାତ୍ର ଛାତ୍ରୀଙ୍କୁ ବିଭିନ୍ନ ସାମଗ୍ରୀ ପ୍ରଦାନ କରଯାଇଥିଲା । ଏହା ସହ ସ୍ଥାନୀୟ ଯୁବ ପିଢି ଙ୍କୁ ନେଇ ଏକ ଭଲିବଲ ମ୍ୟାଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଲୋକେ ମଧ୍ୟ ଏହି କାର୍ଯ୍ୟକ୍ରମକୁ ନେଇ ବିଶେଷ ଖୁସି ପ୍ରକାଶ କରିବା ସହ ପୋଲିସ ପ୍ରଶାସନର ନିକଟତର ହୋଇଥିବା ମତବ୍ୟକ୍ତ କରିଛନ୍ତି ।

(ରିପୋର୍ଟ: ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave a Reply

Your email address will not be published. Required fields are marked *