ଋତୁରାଜ ବସନ୍ତ

ସିନିତା ମିଶ୍ର

ଅଳସୀ ପାଦରେ ଢଳି ଢଳି ଆସେ
ସେ ଋତୁରାଜ ବସନ୍ତ,
ସକଳ ଜୀବଙ୍କ ଦୁଃଖ ଯାତନାକୁ
କରିଦେବାକୁ ସେ ଅନ୍ତ

ଆମ୍ବ ବଉଳର ମହକ ନେଇ ସେ
ମହାକାଏ ତନୁମନ,
ବିଧୂର ପରାଣେ ଜଗାଏ ପୀରତି
ଶୁଣାଇ ବଂଶୀର ସ୍ଵନ

କୁହୁ କୁହୁ ଗାଏ କୋକିଳ ସଙ୍ଗୀତ
ରସାଳ ଡାଳରେ ବସି
ମହୁଠାରୁ ମିଠା ସୁରରେ ସବୁରି
ଚିତ୍ତକୁ ନିଏ ଆକର୍ଷି

ନବକିଶଳୟେ ହସଇ ପାଦପ
ସାଜି ନବବଧୂ ଭଳି,
ନୂତନ ଯୁଗର ସମ୍ଭାବନା ନେଇ
ଅତୀତ ଯାତନା ଭୁଲି

ମଳୟ ପବନ ବହଇ ସଧିରେ
ପୁଲକିତ ହୁଏ ମନ,
ରାଇଙ୍କ ସାଥିରେ ଅବିର ଖେଳନ୍ତି
ସେ ପ୍ରଭୁ ରାଧାମୋହନ

ବରଗଡ଼

Leave a Reply

Your email address will not be published. Required fields are marked *