ବିଦ୍ୟାଳୟ ର ହୀରକଜୟନ୍ତୀ ପାଳନ ସମରୋହ ରେ ଯୋଗଦେଲେ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ।

କରଞ୍ଜିଆ, ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ୍ ଅନ୍ତର୍ଗତ ବଳା ପଞ୍ଚାୟତ ବାଗଦଫା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ର ହୀରକ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମ କରଞ୍ଜିଆ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ନିରଞ୍ଜନ ଦଳେଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ବେଳେ କରଞ୍ଜିଆ ବିଧାୟିକା ତଥା ମହିଳା ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ ମୁଖ୍ୟ ଅତିଥି ଭାବେ।ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ।ଉକ୍ତ ଅବସରରେ ମୁଖ୍ୟବକ୍ତା ଭାବେ ସାହିତ୍ୟିକ ଶ୍ରୀଯୁକ୍ତ ମିତ୍ରଭାନୁ ତନ୍ତୀ, ଏବଂ ସମ୍ମାନିତ ଅତିଥି ଭାବେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ବିପିନ ବିହାରୀ ବାରିକ୍, ବଳାପଞ୍ଚାୟତ ସରପଞ୍ଚ ସ୍ମିତା ନାଏକ, ପୂର୍ବତନ ପ୍ରଧାନଶିକ୍ଷୟତ୍ରୀ ଅନିତା ବେହେରା, ପୁରାତନ ଛାତ୍ର କଲ୍ୟାଣ କୁମାର ନାଏକ ଯୋଗ ଦେଇଥିଲେ ।ମଶାଲ ଶୋଭାଯାତ୍ରା ପରେ ଉଦ୍‌ଘାଟନୀ ପତାକା ଉତ୍ତୋଳନ କରାଯାଇଥିଲା।ଉକ୍ତ ଅବସରରେ ବନ୍ଧୁମିଳନ ଏବଂ, ଆଲୋଚନାଚକ୍ର ମଧ୍ୟ ଅନୁଷ୍ଠିତ ହୋଇଥିଲା।ଛାତ୍ରଛାତ୍ରୀ ଙ୍କ ଦ୍ଵାରା ସ୍ବାଗତ ସଂଗୀତ ପରିବେଷଣ କରି ଅତିଥି ବୃନ୍ଦ ଙ୍କୁ ସ୍ୱାଗତ କରାଯାଇଥିଲା। ଅତିଥିଙ୍କୁ ପୁଷ୍ପଗୁଚ୍ଛ ଏବଂ ଅଙ୍ଗବସ୍ତ୍ର ଦେଇ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ଅବସରରେ ଅତିଥିମାନଙ୍କ ଦ୍ୱାରା ସ୍ମରଣିକା ‘ହୀରକ ଜ୍ୟୋତି’ ଉନ୍ମୋଚନ କରାଯାଇଥିଲା । ବିଦ୍ୟାଳୟ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ନାଏକ ଅତିଥି ପରିଚୟ ପ୍ରଦାନ କରିଥିବା ସହ ଶିକ୍ଷକ ଶ୍ରୀ ମିଶ୍ର ଚନ୍ଦ୍ର ନାଏକ ବାର୍ଷିକ ବିବରଣୀ ପାଠ କରିଥିଲେ।

ବିଦ୍ୟାଳୟର ଉନ୍ନତି ପାଇଁ ପୁରାତନ ଛାତ୍ରଛାତ୍ରୀଙ୍କ ଅବଦାନ ଅତୁଳନୀୟ ଏବଂ ବର୍ତ୍ତମାନ ର ପିଢି ସେମାନଙ୍କ ଦିଗଦର୍ଶନ ଲାଭକରି ନିଜ ଭବିଷ୍ୟତ ଉଜ୍ଜ୍ୱଳ କରିବା ସହ ବିଦ୍ୟାଳୟ କୁ ଗୌରବାନ୍ନୀତ କରିବା ନିମନ୍ତେ ମୁଖ୍ୟ ଅତିଥି ଶ୍ରୀମତୀ ହେମ୍ରମ ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରି ନିଜ ବକ୍ତବ୍ୟ ରଖିଥିଲେ।ପରେ ବାଳିକା ବିଭାଗର ଆଥଲେଟିକ୍ ଚାମ୍ପିଅନ ଦ୍ରୌପଦୀ ହୋ, ବାଳକ ବିଭାଗର ଚନ୍ଦନ ଲାଗୁରୀ, ବେଣ୍ଟ ଲିଡରସିପ୍ ପାଇଁ ମୋନାଲିସା ମହାନ୍ତ, ସୁଶାନ୍ତ ତିରିଆ, ଶିକ୍ଷା ପାଇଁ ଖଗେଶ୍ଵରୀ ମହାନ୍ତ, ନୃତ୍ୟ ପାଇଁ ଘନ ପୃଷ୍ଟି, ଉପସ୍ଥାନ ପାଇଁ ଆଦିତ୍ୟ ଗାଗରାଜ ଓ ଫୁଟ୍‌ବଲ୍‌ ବିଜେତା ଭାବେ ୭ମ ଶ୍ରେଣୀ ଛାତ୍ରଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ । ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ କୁ ହୀରକ ଜୟନ୍ତୀ କମିଟିର ପରିଚାଳନା କମିଟି ସଭାପତି ଶ୍ରୀ ଭକ୍ତବନ୍ଧୁ ଗାଗରାଇ ତଥା ସମସ୍ତ ସଦସ୍ୟ,ପରିଚାଳନା କରିଥିବାବେଳେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ପୁରାତନ ଛାତ୍ରଛାତ୍ରୀ ମାନେ ଶକ୍ରିୟ। ସହଯୋଗ ପ୍ରଦାନ କରିଥିଲେ କରିଥିଲେ । ଶେଷରେ ଶିକ୍ଷକ ଶ୍ରୀ ନାରାୟଣ ପାତ୍ର ଉପସ୍ଥିତ ସମସ୍ତ ସଦସ୍ୟ ଙ୍କୁ କୃତଜ୍ଞତା ର ସହ ଧନ୍ୟବାଦ ଅର୍ପଣ କରିଥିଲେ ।

ମୟୂରଭଞ୍ଜ, କରଞ୍ଜିଆ ରୁ ଦୀନେଶ କୁମାର ଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *