ମାଲକାନଗିରି : ପର୍ଯ୍ୟଟନ ସ୍ଥଳୀ ର ବିକାଶ ନିମନ୍ତେ ମାଲକାନଗିରି ର ସତୀଗୁଡା ଇକୋ-ପାର୍କ ଓ ଯଦୁଗୁଡା ଇକୋ-ପାର୍କରେ ପହଞ୍ଚିଲେ ଓଡ଼ିଆ ଚଳଚ୍ଚିତ୍ରର ଜନପ୍ରିୟ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର। ତାଙ୍କ ସହିତ ୨୧ଜଣ ବାଇକ୍ ରାଇଡର ପହଞ୍ଚି ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖି ଭାବ ବିହ୍ୱଳ ହୋଇପଡ଼ିଥିଲେ। ତାଙ୍କୁ ସ୍ବାଗତ କରିବା ପାଇଁ ସତୀଗୁଡା ଇକୋ-ପାର୍କରେ ମାଲକାନଗିରି ବନଖଣ୍ଡ ଅଧିକାରୀ ପ୍ରତାପ
କଟାପଲ୍ଲୀ , ବନାଞ୍ଚଳ ଅଧିକାରୀ ଜଗନ୍ନାଥ ପ୍ରସାଦ ବିଷୋୟୀ ଏବଂ ବନବିଭାଗ କର୍ମଚାରୀମାନେ ଉପସ୍ଥିତ ଥିଲେ। ଏଠାକାର ସୌନ୍ଦର୍ଯ୍ୟ ପ୍ରାକୃତିକ ପରିବେଶ,ବିଭିନ୍ନ ପ୍ରଜାତିର ପକ୍ଷୀ, ପର୍ଯ୍ୟଟନ ସ୍ଥଳୀ ମଧ୍ୟରେ ଥୂବା ବିଭିନ୍ନ ହୋଟେଲର ସୁସ୍ବାଦୁ ଖାଦ୍ୟ, ବହୁସୁନ୍ଦର ଓ ଉତ୍ତମ । ଯଦି ଥରେ କେହି ମଧ୍ୟ ଏହି ପର୍ଯ୍ୟଟନ ସ୍ଥଳୀକୁ ଆସିଲେ ପୁନର୍ବାର ସେ ତାଙ୍କ ପରିବାର ଓ ବନ୍ଧୁବାନ୍ଧବ ସହ ଆସିବାକୁ ନିଶ୍ଚୟ ଇଛା କରିବେ । ମୁଁ କେବଳ ଏତିକି ବାଁର୍ଷା ଦେବାକୁ ଚାହୁଁଛି ଯେ, ମାଲକାନଗିରି ସତିଗୁଡା ଜଳଭଣ୍ଡାର ମଧ୍ୟରେ ହୋଇଥିବା ଏହି ପର୍ଯ୍ୟଟନ
ସ୍ଥଳୀକୁ ଆଖପାଖ ଜିଲ୍ଲା ଓ ରାଜ୍ୟରୁ ବହୁ ସଂଖ୍ୟକ ଭାବେ ପର୍ଯ୍ୟଟକ ମାନେ ଆସି ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ, ପରିବେଶକୁ ଉପଭୋଗ କରିବା ଉଚିତ । ଯଦ୍ବାରା ଜଣେ ଲୋକ ଏହି ସ୍ଥାନକୁ ଥରେ ଆସିଲେ ଜୀବନର ସବୁଠାରୁ ଶାନ୍ତିପୂର୍ଣ୍ଣ ସ୍ଥଳକୁ ଆସିବା ଭଳି ଅନୁଭବ କରିପାରିବା ତେଣୁ ଆମ୍ଭର ଏହି ଓଡିଶା ସୁପର ରାଇଡର ଦଳ ତରଫରୁ ଏପରି ବହୁ ପର୍ଯ୍ୟଟନ ସୃଳୀ ବୁଲି ଜନସାଧାରଣ ଙ୍କୁ ବାର୍ତାଦେଉଛୁ ଯେ, ଏହି ସୁଳୀ ଗୁଡିକ ଥରେ ବୁଲି ଆସି ଏହାର ପରିବେଶକୁ ଉପଭୋଗ କରନ୍ତୁ ଆଜି ସକାଳେ ମାଲକାନଗିରି ଠାରୁ ୨୫ ର୍କିଲୋମିଟ ଦୂର ଜଦୁଗୁଡା ଇକୋପାର୍କ କୁ ସିଦ୍ଧାନ୍ତି ମହାପାତ୍ର ଙ୍କ ସହିତ ତାଙ୍କ ସୁପର ବାଇକ ରାଇଡ଼ର ଟିମ ବାଇକ ଯୋଗେ ଯାତ୍ରା କରି ବା ସହିତ ମାଲକାନଗିରି ସତୀଗୁଡା ଇକୋପାର୍କ ରେ ମଧ୍ୟ ସୁପର ବାଇକ ଚାଳନା ପ୍ରଦର୍ଶନ କରା ଯାଇଥିଲା, ଏହାକୁ ଦେଖିବା ପାଇଁ ହଜାର ହଜାର ସଂଖ୍ୟାରେ ଦର୍ଶକ ମାନେ ରୁଣ୍ଡ ହୋଇଥିଲେ ।

(ରିପୋର୍ଟ: ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)..