ଚାଏ ପେ ଚର୍ଚ୍ଚା ଏକ ଐତିହାସିକ ବିପ୍ଲବର କର୍ଣ୍ଣଧାର ଡ଼ା.ରାମକୃଷ୍ଣ ପୁରୋହିତ

ବରଗଡ଼:(କ୍ରାନ୍ତି ଓଡ଼ିଶା)-ବରଗଡ ଜିଲ୍ଲା ବିଜେପୁର ବସଷ୍ଟାଣ୍ଡ ଠାରେ ଭାରତୀୟ ଜନତା ପାର୍ଟିର ଆଶାୟୀ ଲୋକସଭା ପ୍ରାର୍ଥୀ ଡ଼ା. ରାମକୃଷ୍ଣ ପୁରୋହିତ ଏକ ଐତିହାସିକ ବିପ୍ଲବ ଚାଏ ପେ ଚର୍ଚ୍ଚା କାର୍ଯ୍ୟକ୍ରମ କରିଥିଲେ। ତାଙ୍କ ଏହି ଐତିହାସିକ ବିପ୍ଲବ ଚାଏ ପେ ଚର୍ଚ୍ଚା ଚାହା ଦୋକାନରେ ବିଭିନ୍ନ ସ୍ଥାନରୁ ଆସୁଥିବା ବସ ଆରୋହୀ, ବିଜେପୁର ଜନସାଧାରଣ, ପଥଚାରୀ ମାନଙ୍କ ଭିଡ଼ ଜମି ଯାଇଥିଲା।ନିଜ ଖର୍ଚ୍ଚରେ ମାଗଣାରେ ସୁସ୍ୱାଦ ଚାହା ପିଇବା ସହିତ ଲୋକଙ୍କ ସମସ୍ୟା ବୁଝିବାରେ ଲାଗିଥିଲେ ଡ଼ା ପୁରୋହିତ।ଭାରତ ବର୍ଷର ମାନ୍ୟବର ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ବିକାଶଧାରା ମାଇଲଖୁଣ୍ଟ ଉପରେ ଲୋକଙ୍କୁ ବୁଝାଇବା ସହ ଓଡ଼ିଶାର ବିକାଶ ଏକପ୍ରକାର ଉପାୟରେ ନିର୍ଭର କରୁଛି ଯେ, ଓଡ଼ିଶାରେ ଡବଲ ଇଞ୍ଜିନର ସରକାର ହେଲେ ଆପେ ଆପେ ଓଡ଼ିଶା ପ୍ରଗତି ସମ୍ଭବ ବୋଲି ଲୋକଙ୍କୁ ଜଣାଇଥିଲେ।ଯଦି ବିଭିନ୍ନ ମାଧ୍ୟମରେ ଲୁଟ କରି ଚାଲିଥିବା ବ୍ୟକ୍ତି ବିଶେଷଙ୍କୁ ବିଜେପି ଲୋକସଭା ପ୍ରାର୍ଥୀ କରେ ତେବେ ଆମେ ତିବ୍ର ବିରୋଧ କରିବା ସହିତ ଭାରତୀୟ ଜନତା ପାର୍ଟି ସମ୍ପୂର୍ଣ୍ଣ ପରାଜିତ ବରଣ କରିବ ବୋଲି ଲୋକଙ୍କ ମତପ୍ରକାଶ ପାଇଥିଲା। ଏହିକ୍ରମରେ ସୂଚାଇ ଦେବାକୁ ଚାହୁଁଯେ, ଡ଼ା ପୁରୋହିତ ଜନ ସେବାରେ ସାରା ଲୋକସଭା କ୍ଷେତ୍ରରେ ବେଶ ଚର୍ଚ୍ଚିତ ଚେହେରା। ସଦାବେଳେ ଲୋକଙ୍କ ସେବାରେ ସେ ଆଗେଇ ଚାଲିଛନ୍ତି। ତାଙ୍କ ନମ୍ରତା ବ୍ୟବହାର,କୋମଳ ବଚନ ତଥା ବହୁ ଜ୍ଞାନରେ ଭରପୁର ଥିବା ବ୍ୟକ୍ତିଙ୍କୁ ଯଦି ପ୍ରାର୍ଥୀତ୍ୱ ଭାରତୀୟ ଜନତା ପାର୍ଟି ପକ୍ଷରୁ କରାଯାଏ ତେବେ ସୁନିଶ୍ଚିତ ବରଗଡ଼ ଲୋକସଭା ଆସନ ଜିଣିବ ବୋଲି ଅନୁସନ୍ଧାନରୁ ଜଣାପଡିଛି। ଏହି ଚାଏ ପେ ଚର୍ଚ୍ଚା କାର୍ଯ୍ୟକ୍ରମ ସମୟରେ ଭାରତୀୟ ଜନତା ପାର୍ଟିର ତୁଙ୍ଗନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜମିଦାର ସନତ କୁମାର ଗଡତୀୟା, ରାଜ୍ୟ କୃଷକ ମୋର୍ଚ୍ଚାର ଉପସଭାପତି ହଳପାଣି ମାଝୀ,ସାଂସଦ ପ୍ରତିନିଧି ମହେଶ କୁମାର ଦେବତା ଏବଂ ଅନେକ ନେତୃସ୍ଥାନୀୟ ବ୍ୟକ୍ତି ବିଶେଷ ଭାରତୀୟ ଜନତା ପାର୍ଟିର ଆଭିମୁଖ୍ୟ, କେନ୍ଦ୍ରର ବିକାଶଧାରା, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଗକୁ ଥିବା ଚିନ୍ତାଧାରା ଉପରେ ଲୋକଙ୍କୁ ଚାହା ପିଇବା ସହିତ ବୁଝାଇବା ଦେଖିବାକୁ ମିଳିଥିଲା।ଡ଼ା.ପୁରୋହିତଙ୍କ ଏଇ ଚାଏ ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଲୋକସଭା ମଣ୍ଡଳର ପଦ୍ମପୁର, ଗାଇସିଲେଟ, ପାଇକମାଲ, ଝାରବନ୍ଧ, ଅତାବିରା, ଭେଡେନରେ ଅନୁଷ୍ଠିତ ହୋଇ ସାରିଥିବା ବେଳେ ଆଜି ବିଜେପୁର ବସଷ୍ଟାଣ୍ଡରେ ଏହାର ଝଲକ ଦେଖିବାକୁ ମିଳିଥିଲା।

ପଶ୍ଚିମାଞ୍ଚଳ ବ୍ୟୁରୋ ନିରଞ୍ଜନ ତ୍ରିପାଠୀଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *