ମୁଁ ଶ୍ରମିକ
ମୁଁ ସ୍ବାଧୀନ, ମୁଁ ମୁକ୍ତ
ସ୍ବାଭିମାନୀ ମୁଁ କରେ ନିଜ କର୍ମ
ମୁଣ୍ଡ ଝାଳ ମୋ ତୁଣ୍ଡ କୁ ନିଅଣ୍ଟ
ଚିରି ଚିରି ଯାଏ ମୋ ଶୁଖିଲା ଚର୍ମ
କେତେ ଯେ ମହଲ କେତେ କୋଠା
ଗଢେ ମୁଁ ପରିଶ୍ରମ କରି
କେତେ ରାଜପଥ କେତେ ରେଳ ପଥ
ସବୁ ପରିଶ୍ରମ ମୋହରି
ଏ ସମାଜ ପାଏ ଖାଦ୍ୟ ବସ୍ତ୍ର ବାସ
ମୋ ପରିଶ୍ରମ ଦାନରେ
ମୁଁ ଅଟେ ଗରୀବ ଦୂନିଆ ଧନୀକ
ଭୂଲ ହୁଏ ବୁଝିବାରେ
ଦୂନିଆ ଆଗରେ ମୁଁ ଛାର ଶ୍ରମିକ
ଜନ୍ମିଛି ଦୂନିଆ ହିତ ପାଇଁ
ଆଖିର ଲୁହ ମୋ ଆଖିରେ ହିଁ ମରେ
ଦେଖିବାକୁ କେହି ନାହିଁ
ଦୂନିଆ ଆଗରେ ମୁଁ ଅଟେ ଗରୀବ
କିନ୍ତୁ ମୁଁ ଅଟେ ସ୍ବାଭିମାନୀ
ଦୁଃଖ କଷ୍ଟ ସବୁ ଯେତେ ଯାହା ଆସୁ
ମୁଁ କେବେ ହାରି ଯାଏନି
ପ୍ରଭୂଙ୍କ ଦୟାରୁ ସହିବା ଶିଖିଛି
କରି ଯିବ ମୋର କାମ
ସ୍ବାଭିମାନ ଭରା ଜାତିଟି ମୋହର
ନ ହେଉ ମୋ ଜାତିର ଦୁର୍ନାମ

ଚନ୍ଦନ ନଗର
ବରଗଡ଼
ସମ୍ପର୍କ:-୮୯୧୭୨୩୭୧୩୭