ଏସବିଆଇ ତରଫରୁ ମୁଦୁଲିପଡାକୁ ଆମ୍ବୁଲାନ୍ସ ପ୍ରଦାନ

(୩୫୦ ଏସଏଚଜିଙ୍କୁ ୧୬ କୋଟି ୫୦ଲକ୍ଷ ଋଣ ବଣ୍ଟନ)

ମାଲକାନଗିରି, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ(ଏସବିଆଇ) ଜୟପୁର ଆଞ୍ଚଳିକ ଶାଖା ଆନୁକୂଲ୍ୟରେ ଏବଂ ମାଲକାନଗିରି ଏସବିଆଇ ମୁଖ୍ୟ ଶାଖା ସହଯୋଗରେ ଆଜି ଖଇରପୁଟ ବ୍ଲକ ମୁଦୁଲିପଡ଼ା ଠାରେ ଫାଇନାନ୍ସସିଆଲ୍ ଲିଟେରେସି ମିଟ ଅନୁଷ୍ଠିତ ହୋଇଯାଇଛି। ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ କର୍ପୋରେଟ ସାମାଜିକ ଦାୟିତ୍ଵରେ ବିଭିନ୍ନ ଜନ ହିତକର କାର୍ଯ୍ୟ କରାଯାଉଛି। ସେହି ପରିପ୍ରେକ୍ଷୀରେ ଆଜି ଖଇରପୁଟ ବଣ୍ଡାଘାଟି ଠାରେ ଏସବିଆଇ ପକ୍ଷରୁ ଆଦିମ ଜନଜାତି ବଣ୍ଡା ତଥା ଆଦିମ ଜନଜାତିଙ୍କ ସ୍ୱାସ୍ଥ୍ୟ ସେବାରେ ସହାୟତା ଯୋଗାଇବା ନିମନ୍ତେ ଏକ ଆମ୍ବୁଲାନ୍ସ ବଣ୍ଡା ଉନ୍ନୟନ କର୍ତ୍ତୃପକ୍ଷ (ବିଡ଼ିଏ)ଙ୍କୁ ହସ୍ତାନ୍ତର କରାଯାଇଛି। ଏସବିଆଇ ସିଜିଏମ୍ ଦିନେଶ ପୃଥି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଜିଏମ୍ ଉତ୍ତମ କୁମାର ହାଜରା ଚୌଧୁରୀ, ବ୍ରହ୍ମପୁର ଜୋନ୍ ଡିଜିଏମ୍ ସନ୍ଦୀପ ଚୌଧୁରୀ, ଜୟପୁର ଆଞ୍ଚଳିକ ଶାଖା ଆର୍ ଏମ୍, କାବୁଲା ବେହେରା, ଏଲଡିଏମ, ନରସିଂହ ପ୍ରସାଦ ପାଢ଼ି,ମାଲକାନାଗିରି ଏସବିଆଇ ସିଏମ୍ ଦେବଦତ୍ତ ସେଠି ଓ ବିଡିଏ ପ୍ରକଳ୍ପ ମୁଖ୍ୟ ସଲମନ ରାଇକା ଉପସ୍ଥିତ ଥିଲେ । ଏହି ଅବସରରେ ଶ୍ରୀ ପୃଥୀ କହିଥିଲେ ଯେ ଏସବିଆଇ ସାମାଜିକ ଦାୟିତ୍ଵ ଅଧୀନରେ ଆମ ସଂସ୍ଥା ଅନେକ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ କରୁଛି ଏବଂ ଆଜି ବଣ୍ଡା ଭଳି ଏକ ଆଦିମ ଜନଜାତିଙ୍କ ସ୍ୱାସ୍ଥ୍ୟ ସେବାରେ ସହାୟତା ନିମନ୍ତେ ମୁଦୁଲିପଡା ଠାରେ ଆମ୍ବୁଲାନ୍ସ ସେବା ଯୋଗାଇ ଆମେ ଖୁସି ଅନୁଭବ କରୁଛୁ। ଏହି ଅବସରରେ ସ୍ୱାସ୍ଥ୍ୟ ସେବାରେ ଉତ୍ତମ ସେବା ଯୋଗାଇ ଦେଉଥିବାରୁ ମୁଦୁଲିପଡାରେ ନିୟୋଜିତ ଡା ଚମ୍ପେଶ୍ୱର ପାଣିଗ୍ରାହୀଙ୍କୁ ଏସବିଆଇ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଛି। ଏହି କାର୍ଯ୍ୟକ୍ରମ ପରେ ସଦର ସଂସ୍କୃତି ଭବନ ଠାରେ ଆୟୋଜିତ ଏସଏଚଜି ମେଳାକୁ ଶ୍ରୀ ପୃଥୀ ଉଦଘାଟନ କରିଥିବା ବେଳେ ଏସବିଆଇର ଅନ୍ୟ ଅତିଥିମାନେ ଉପସ୍ଥିତ ଥିଲେ। ନିଉ ଫାଇନାନ୍ସ ଓ ବ୍ୟାଙ୍କ କ୍ରେଡିଟ୍ ଲିଙ୍କେଜ୍ ଉପରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଆଞ୍ଚଳିକ ସ୍ତରୀୟ ଏହି ଏସଏଚଜି ମେଳା ରେ ୩୫୦ ଏସଏଚଜିଙ୍କୁ ୧୬ କୋଟି ୫୦ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇଛି। ସେହିପରି ବିଭିନ୍ନ ଏସଏଚଜିଙ୍କ ଦ୍ବାରା ୧୫ଟି ଷ୍ଟଲ୍ ଖୋଲାଯାଇ ସେମାନଙ୍କ ଦ୍ବାରା ପ୍ରସ୍ତୁତ ଉତ୍ପାଦ ଗୁଡ଼ିକୁ ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ ଶ୍ରୀ ପୃଥୀ କହିଥିଲେ ଯେ ମାଆ ମାନଙ୍କର ଜୀବନ ଜୀବିକାକୁ ସୁଦୃଢ଼ କରି ସେମାନଙ୍କୁ ଆର୍ଥିକ ଭାବେ ସ୍ବାବଲମ୍ବୀ କରିବା ନିମନ୍ତେ ଆମେ ଏସଏଚଜିଙ୍କୁ ବ୍ୟାଙ୍କ ଲିଙ୍କେଜ୍ ମାଧ୍ୟମରେ ଋଣ ପ୍ରଦାନ କରିବାର ବ୍ୟବସ୍ଥା କରୁଛୁ। ଯାହା ଦ୍ବାରା ସେମାନେ ଉପକୃତ ହେବା ସହ ଆର୍ଥିକ ସ୍ୱଚ୍ଛଳ ହୋଇପାରିବେ ବୋଲି ସେ ପ୍ରକାଶ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏପିଡି ବାଲାଜୀ ପଟ୍ଟନାୟକ ଉପସ୍ଥିତ ଥିଲେ।

(ରିପୋର୍ଟ: ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave a Reply

Your email address will not be published. Required fields are marked *