କୁଡୁମୁଳୁଗୁମ୍ମା HDFC ବ୍ୟାଙ୍କର ନୂତନ କାର୍ଯ୍ୟାଳୟ ଉଦଘାଟିତ

ଖଇରପୁଟ ବ୍ଲକ ଅନ୍ତର୍ଗତ କୁଡୁମୁଳୁଗୁମ୍ମା ଗ୍ରାମ ପଂଚାୟତ ର ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ର ଅପର ପାର୍ଶ୍ଵ ରେ HDFC ବ୍ୟାଙ୍କ ର ନୂତନ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି। ଆଜିର ଏହି ଉଦଘାଟନ ଉତ୍ସବ ର ମୁଖ୍ୟ ଅତିଥି ଭାବେ ଖଇରପୁଟ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉମାଶଙ୍କର କୋୟା ଯୋଗ ଦେଇଥିଲା ବେଳେ, HDFC ପୂର୍ବାଞ୍ଚଳ ବ୍ୟାଙ୍କ ମୁଖ୍ୟ ସନ୍ଦୀପ ଏସ. କୁମାର, ସର୍କେଲ ମୁଖ୍ୟ ଅର୍ଜୁନାନନ୍ଦ ବାଗ, କ୍ଲଷ୍ଟର ମୁଖ୍ୟ ସମୀର ଦେଓ ଓ ଦିଦାୟୀ ଉନ୍ନୟନ ଅଧିକାରୀ କିରାନୀ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଉକ୍ତ ଅତିଥି ମାନଙ୍କୁ କାର୍ଯ୍ୟକ୍ରମ ର ଆବାହକ ତଥା ବ୍ୟାଙ୍କ ଶାଖା ପରିଚାଳକ ରାମକୃଷ୍ଣ ଦାସ ଉତ୍ତରୀୟ ପ୍ରଦାନ ସହ ଏକ ମୋମେଂଟ ପ୍ରଦାନ କରିଥିଲେ ଓ ଏଥିରେ ବ୍ୟାଙ୍କ କର୍ମଚାରୀ ସୂର୍ଯ୍ୟକାନ୍ତ ଚୌଧୁରୀ, ସତ୍ୟଜିତ ମଣ୍ଡଳ, ସୁଜିତ କୁମାର ପ୍ରଧାନ, ବିପ୍ଳବ ଵାଲା, ସୂର୍ଯ୍ୟଦିତ୍ୟ ମଲ୍ଲିକ, ସୋମ୍ୟରଞ୍ଜନ ଦାସ ଓ ରଘୁ ପୁଟିଆ ପ୍ରମୁଖ ସହଯୋଗ କରିଥିଲେ। ପ୍ରକାଶ ଥାଉକି ପୁରୁଣା ବ୍ୟାଙ୍କ ଟି ରାଜରାସ୍ତା ଠାରୁ ପ୍ରାୟ ଦେଢ଼ଶହ ମିଟର ଭିତରେ ଥିଲା ଯେଉଁଥିପାଇଁ ବ୍ୟାଙ୍କ କୁ ଆସୁଥିବା ହିତାଧିକାରୀ ବହୁ ସମସ୍ୟା ର ସମ୍ମୁଖୀନ ହେଉଥିଲେ ଓ ବର୍ତ୍ତମାନ ରାଜରାସ୍ତା କଡକୁ ଏହି ବ୍ୟାଙ୍କ ଘୁଂଚିବା ଫଳରେ ଦୂର ଦୁରାନ୍ତରୁ asut🎂ବ୍ୟାଙ୍କ ହିତାଧିକାରୀ ଓ ସ୍ଥାନୀୟ ଜନସାଧାରଣ ଏହାର ସଠିକ ସୁଫଳ ପାଇପାରିବେ ବୋଲି ବ୍ୟାଙ୍କ ର ଶାଖା ପରିଚାଳକ ଶ୍ରୀ ଦାସ ମତବ୍ୟକ୍ତ କରିଛନ୍ତି ।

ମାଲକାନଗିରି ରୁ ପ୍ରଭାସ ପଣ୍ଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *