କରଞ୍ଜିଆ ଏନଏସି ପକ୍ଷରୁ ଆୟୋଜିତ ହେଲା ସହରାଞ୍ଚଳ ବିକାଶ ସଚେତନତା କାର୍ଯ୍ୟକ୍ରମ।ବହୁସଂଖ୍ୟାରେ ଯୋଗଦେଲେ ମହିଳା ପୁରୁଷ।

କରଞ୍ଜିଆ : ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ବିଭିନ୍ନ ପଞ୍ଚାୟତ ଠାରୁ ଆରମ୍ଭ କରି ସହରାଞ୍ଚଳରେ ସରକାରଙ୍କ ବିଭିନ୍ନ ବିକାଶ ମୂଳକ ଯୋଜନା ର ସଚେତନତା କାର୍ଯ୍ୟକ୍ରମ ଯାରି ରହିଥିବା ବେଳେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଠାରେ ସହରାଞ୍ଚଳ ବିକାଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମ ସ୍ଥାନୀୟ ଏନ ଏସି କଲ୍ୟାଣ ମଣ୍ଡପ ଠାରେ ଏନଏସି ପକ୍ଷରୁ ଆୟୋଜିତ ଏବଂ କାର୍ଯନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଲଳିତ କୁମାର ନାଏକ ଙ୍କ ତତ୍ୱାବଧାନ ରେ ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସ୍ୱରୂପ କୁମାର ପରିଜା, ସମ୍ମାନିତ ଅତିଥି ଭାବେ ୱାର୍ଡ଼ ସଭ୍ୟ ଶ୍ରୀଯୁକ୍ତ ବିଶ୍ୱଜିତ ଚୌଧୁରୀ ,ସଙ୍ଗୀତ ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ କରୁଣାକର ଦାସ,ଶ୍ରୀ ଅଜିତ କୁମାର ମାନ୍ନା, ପ୍ରମୁଖ ଯୋଗଦେଇ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ତଥା ବିକାଶ ମୂଳକ ଯୋଜନା ବାବଦରେ ଅବଗତ କରିବା ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟ ର ଉଦାହରଣ ରଖି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।ସମନ୍ନିତ ଶିଶୁବିକାଶ ଯୋଜନା କରଞ୍ଜିଆ ର ସଦସ୍ୟା ମାନେ ବିଭିନ୍ନ ଖାଦ୍ୟ ପଦାର୍ଥ ଏବଂ ପନିପରିବା ର ପ୍ରଦର୍ଶନ ଏବଂ ବିଭିନ୍ନ ଷ୍ଟଲ ମାଧ୍ୟମରେ ସରକାରଙ୍କ ସମସ୍ତ ଯୋଜନା କୁ ପ୍ରଦର୍ଶିତ କରାଯାଇଥିଲା।

ଏହାସହ ସଂଗୀତ ମହାବିଦ୍ୟାଳୟ ଛାତ୍ରୀ ମାନେ ନୃତ୍ୟ ପରିବେଷଣ କରିବାସହ ଅଭିଭାବକ ମାଁ ଏବଂ ମହିଳା ମାନେ ମଧ୍ୟ ନୃତ୍ୟ ପ୍ରଦର୍ଶନ କରି କାର୍ଯ୍ୟକ୍ରମ କୁ ଉଲ୍ଲାସମୟ କରିଥିଲେ।କାର୍ଯ୍ୟକ୍ରମ ରେ ଅନେକ ସଂଖ୍ୟା ରେ ମହିଳା ସ୍ୱୟଂସହାୟିକା ଗୋଷ୍ଠୀ ର ସଦସ୍ୟା ତଥା ଜନସାଧାରଣ ଉପସ୍ଥିତ ହୋଇ କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ।କାର୍ଯ୍ୟକ୍ରମ କୁ ଏନଏସି କାର୍ୟାଳୟ କର୍ମଚାରୀ ଶ୍ରୀ ସୁଧିର କୁମାର ସାହା,ସୌଭାଗ୍ୟ ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିବାବେଳେ ଶ୍ରୀ ସଞ୍ଜୀବ କୁମାର ପଣ୍ଡା, ଶ୍ରୀ ଚନ୍ଦ୍ରଶେଖର ନାୟକ, ଆଶିଷ କୁମାର ମହାପାତ୍ର, ରଜତ କୁମାର ଖାଟୁଆ,ଚିତ୍ତରଞ୍ଜନ ମହାନ୍ତ, ଶିଦ୍ଧାର୍ଥଶଙ୍କର ରାୟ ପ୍ରମୁଖ ଶକ୍ରିୟ ସହଯୋଗ ପ୍ରଦାନ କରିଥିଲେ।

ମୟୂରଭଞ୍ଜ, କରଞ୍ଜିଆ ରୁ ଦୀନେଶ କୁମାର ଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *