କରଞ୍ଜିଆ ସ୍ୱୟଂଶାସିତ ମହାବିଦ୍ୟାଳୟ ସ୍କାଉଟ ବିଭାଗ ପକ୍ଷରୁ ବିଶ୍ୱ ଚିନ୍ତନ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ।

କରଞ୍ଜିଆ: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ସ୍ଥିତ ସ୍ୱୟଂଶାସିତ ମହାବିଦ୍ୟାଳୟ ଠାରେ ମହାବିଦ୍ୟାଳୟ ର ସ୍କାଉଟ ରୋଭର ରେଞ୍ଜର ଈଉନିଟ ପକ୍ଷରୁ ବିଶ୍ୱ ଚିନ୍ତନ ଦିବସ ପାଳନ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମ ମହାବିଦ୍ୟାଳୟ ଏକାଡେମୀ ବ୍ଲକ ଠାରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ଯୋଗେଶ୍ୱର ମହାନ୍ତ ଙ୍କ ସଭାପତିତ୍ୱ ରେ ପ୍ରାଧ୍ୟାପକ ଶ୍ରୀଯୁକ୍ତ ମନୋଜ କୁମାର ସାହୁ,ଜିବନଜୀବିକା ବିଶେଷଜ୍ଞ ଶ୍ରୀଯୁକ୍ତ ସୁବ୍ରତ କୁମାର ବିଶ୍ୱାଳ,ସ୍କାଉଟ ଅଧିକାରୀ ଶ୍ରୀଯୁକ୍ତ ବିଭୁତି ଭୂଷଣ ମହାନ୍ତ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ।ଅତିଥି ମାନେ ସମାଜରେ ହିତସାଧନ ନିମନ୍ତେ ଚିନ୍ତନ କରିବା ଉଦ୍ଦେଶ୍ୟରେ ଛାତ୍ରଛାତ୍ରୀ ଙ୍କୁ ପରାମର୍ଶ ଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।ଉକ୍ତ ଅବସରରେ ଜିବନଜୀବିକା ବିଶେଷଜ୍ଞ ଶ୍ରୀଯୁକ୍ତ ସୁବ୍ରତ କୁମାର ବିଶ୍ୱାଳ ବର୍ତ୍ତମାନ ସମାଜ ରେ ଥିବା ବିଭିନ୍ନ ସମସ୍ୟା ର ଚିତ୍ର ପ୍ରଦର୍ଶନ କରିବା ସହ ଏହାର ସମାଧାନ ର ମାର୍ଗଦର୍ଶନ ଦେଇ ଛାତ୍ରଛାତ୍ରୀ ଙ୍କୁ ଶିକ୍ଷା ଆରୋହଣ କରି ଏକ ଯୋଦ୍ଧା ଭାବେ ଉକ୍ତ ସମସ୍ୟା କୁ ସମାଧାନ କରିବା ର ପ୍ରୟାସ ରଖିବା ନିମନ୍ତେ ଉତ୍ସାହିତ କରିଥିଲେ।

କାର୍ଯ୍ୟକ୍ରମ କୁ ସ୍କାଉଟ ରୋଭର ରେଞ୍ଜର ଲିଡର ଶ୍ରୀ ବିଭୂତି ଭୂଷଣ ମହାନ୍ତ ଆୟୋଜନ ତଥା ପରିଚାଳନା କରିଥିବାବେଳେ ରେଞ୍ଜର ମୋନାଲିସା ମହାନ୍ତ, ଅଶ୍ମୀତା ସାହୁ, ସଲିନା ଖାତୁନ,ଖୁସବୁ ଗିରି ,ଏବଂ ରୋଭର କୁନମୁନ ବାରିକ,ଗଗନ କୁମାର ମହାନ୍ତ, ଗଣେଶ ହାଁସଦା ପ୍ରମୁଖ ଏଥିରେ ସହଯୋଗ କରିଥିଲେ।ତେବେ ଅନେକ ସଂଖ୍ୟାରେ ଛାତ୍ରଛାତ୍ରୀ ଉପସ୍ଥିତ ହୋଇ ସମସ୍ତ ମାର୍ଗଦର୍ଶନ କୁ ଉତ୍ସାହ ସହକାରେ ଗ୍ରହଣ କରିଥିଲେ।କାର୍ଯ୍ୟକ୍ରମ ଶେଷରେ ପ୍ରାଧ୍ୟାପକ ଶୀ ମନୋଜ କୁମାର ସାହୁ ଛାତ୍ରଛାତ୍ରୀ ଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।।

ମୟୂରଭଞ୍ଜ, କରଞ୍ଜିଆ ରୁ ଦୀନେଶ କୁମାର ଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *