ବନ୍ୟପ୍ରାଣୀ ସୁରକ୍ଷା ଓ ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ସଚେତନ

ମାଲକାନଗିରି : ମାଥିଲି ବ୍ଲକ ଟେମୃରପାଲ୍ଲୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତୁଳସୀ ପାହାଡ ଠାରେ ବନ୍ୟପ୍ରାଣୀ ସୁରକ୍ଷା ଓ ଜଙ୍ଗଲ ନିଆଁ କୁ ନିୟନ୍ତ୍ରଣ ପାଇଁ ମାଥିଲି ବନାଞ୍ଚଳ ସାଲିମି ସେକ୍ସନ ତରଫରୁ ଏକ ଜନ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମାଥିଲି ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକ ସଭାପତିତ୍ବ କରିଥିଲା ବେଳେ ମୁଖ୍ୟ ଅତିଥି ଭାବେ ଟେମୁରପାଲ୍ଲୀ ସରପଞ୍ଚ ତୁମେଶ୍ବର ସମରଥ ଓ ଡମ୍ବୁରଧର ନାୟକ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଥିଲେ । ନିଜ ଆଞ୍ଚଳିକ ହାଲଭି ଭାଷାରେ ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା, ଜଙ୍ଗଲରେ ନିଆଁ ନ ଲଗେଇବା ସହ ବେଣ୍ଟ ଶିକାର ନ କରିବା ପାଇଁ ବୁଝେଇ ଥିଲେ । ଏହି କାର୍ଯ୍ୟକ୍ରମରେ ଆମ ଜଙ୍ଗଲ ଯୋଜନା କର୍ମଚାରୀମାନେ ଉପସ୍ଥିତ ରହି ଜଙ୍ଗଲ ସୁରକ୍ଷା ଓ ସଚେତନତାର ବାର୍ତ୍ତା ବାଣ୍ଟି ଥିଲେ ।

ବନାଞ୍ଚଳ ଅଧିକାରି ଶ୍ରୀ ନାୟକ ଆଗାମୀ ଦିନରେ ପ୍ରତି ପଞ୍ଚାୟତ ରେ ବେଣ୍ଟ ଶିକାର ବନ୍ଦ ଓ ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ସଚେତନତା ଅଭିଯାନ କରାଯିବ ବୋଲି ମତ ଦେଇଥିଲେ । ସାଲିମି ବନପାଳ ଦିବାକର ଜେନା ମଞ୍ଚ ପରିଚାଳନା କରିଥିଲେ । ଏହି ସଭାରେ ଟେମୁରୁପାଲ୍ଲୀ ଗ୍ରାମ ପଞ୍ଚାୟତର ପୂଜାରୀଗୁଡ଼ା, ତୁଳସୀ କେରମେଟି, ସର୍ଗିଗୁଡ଼ା, କଟେପାଲ୍ଲୀ , ଜନ୍ଦ୍ରଗୁଡ଼ା, କାଇକିଗୁଡ଼ା କଦମଗୁଡ଼ା କସରୀପୁଟ ଆଦି ଗ୍ରାମରୁ ପ୍ରାୟ ୫୦୦ ଲୋକ ଯୋଗଦେଇଥିଲେ । ଏହା ବ୍ୟତୀତ ବନ ବିଭାଗ ତରଫରୁ ଫରେଷ୍ଟ ଗାର୍ଡ ପାରା ଫରେଷ୍ଟ ଷ୍ଟାଫ , ୱାଇଲ୍ଡ ଲାଇଫ , ଫାୟର ସ୍କ୍ୱାଡ, ୱାଚର ଆଦି ଉପସ୍ଥିତ ଥିଲେ ।

(ରିପୋର୍ଟ:  ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave a Reply

Your email address will not be published. Required fields are marked *