ଦୁଃଖ

(କବି କେଶବ ଚନ୍ଦ୍ର ନାୟକ)

ବାର୍ଦ୍ଧକ୍ୟ ଆସିବା
ଜୀବନରେ ବଡ ଦୁଃଖ
ଦାରିଦ୍ର୍ୟ ଦାରୁଣ ଦୁଃଖ
ଅନ୍ନ ବିହୁନେ କ୍ଷୁଧାତୁର ପ୍ରାଣ
ବର୍ଣ୍ଣ ବିବର୍ଣ୍ଣେ ଦୁଃଖ….!!
ଜାତି ଭେଦ ଦିଏ ଦୁଃଖ
ଘୃଣା ତିରସ୍କାର ଅପମାନ
ବଡ ଦୁଃଖ !
ବନ୍ଧ୍ୟା ନାରୀର ସନ୍ତାନ ଅପ୍ରାପ୍ତି ଦୁଃଖ
ଦୁଃଖ ଦିଏ ସଦା ଶଯ୍ୟାଶାୟୀ
ରୋଗାକ୍ରାନ୍ତ ରୋଗୀ
ଭୋଗେ ଯନ୍ତ୍ରଣା ଦୁଃଖ….!!
ଦୁଃଖ ଭୋଗେ ନର
ବାରମ୍ବାର ଯେବେ ଅସଫଳ ହୁଏ କର୍ମେ
ଯେବେ ଏକା ଏକା ନିର୍ବାସନେ
କଟେ ଦିନ
ନଥାଏ ସଂସାରେ କେହି
ବିପଦେ ଆପଦେ “ଆହାଃ” ବୋଲିବାକୁ କେହି…!!
ବଡ଼ ଦୁଃଖ ଦିଏ ବିପତ୍ନିକ ହୋଇ
ସଂସାରେ ଜୀବନ ଧରି
ବିରହ ବେଦନା ଠାରୁ କି ବିପଦ
ଧରଣୀରେ ନାହିଁ କିଛି…
ତେମନ୍ତ ବିଧବା ନାରୀ
ସମଗ୍ର ଜୀବନ ଲୋତକେ ଗାଧୋଇ
ଦୁଃଖକୁ ଆପଣା କରି….!!
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)

Leave a Reply

Your email address will not be published. Required fields are marked *