ଛାତ୍ର ଏବଂ ଯୁବପିଢିଙ୍କୁ ବିଏସଏଫ ଦ୍ବାରା ପରାମର୍ଶ ଅଧିବେଶନ।

ବିଏସ୍ଏଫ୍ ଏବଂ ଜିଲ୍ଲା ପ୍ରଶାସନ ମାଲକାନଗିରି ସମନ୍ୱିତ ତଥା ମିଳିତ ପ୍ରୟାସକୁ ଆଧାର କରି ସ୍ବାଭିମାନ ଅଞ୍ଚଳର ଛାତ୍ର ଏବଂ ଯୁବପିଢିମାନଙ୍କ ପାଇଁ ଆଇଟିଆଇ, ପଲିଟେକ୍ନିକ୍ ପାଠ୍ୟକ୍ରମ ଏବଂ ଅନ୍ୟାନ୍ୟ ରାଜ୍ୟ , କେନ୍ଦ୍ର ସରକାର ପ୍ରାୟୋଜିତ ଦକ୍ଷତା ବିକାଶ ପ୍ରକଳ୍ପ ଉଦେଶ୍ୟରେ ଆଡମିଶନ ପାଇଁ ଏକ ପରାମର୍ଶ ଅଧିବେଶନ ତଥା ତ୍ୱରିତ ପଞ୍ଜୀକରଣର ଶିବିରର ଆୟୋଜନ କରାଯାଇଥିଲା। ୧୯ ତାରିଖରେ ନାକାମାମୁଡି ପଞ୍ଚାୟତ ଅଧୀନରେ ଥିବା ବାଇକ -୩ ବିଏସଏଫ କ୍ୟାମ୍ପ କମାଣ୍ଡଣ୍ଟ ବିନୋଦ ସରିନ ଏବଂ ଡିସି ଶୁଭରଞ୍ଜନ ମହାପାତ୍ରଙ୍କ ଉପସ୍ଥିତିରେ ଗରିବ ଆଦିବାସୀମାନଙ୍କ ନିକଟରେ ପହଁଚି ତାଙ୍କର ବିଶ୍ଵାସ ଜିତିବା ସହ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ସହ ଅଞ୍ଚଳର ବିକାଶ ଉଦ୍ଦେଶ୍ୟକୁ ନଜରରେ ରଖି ଏବଂ ସେମାନଙ୍କ ନିକଟରେ ଓଡ଼ିଶା ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ଉପଲବ୍ଧ କରାଇବା ପାଇଁ ବିଏସଏଫ ପ୍ରତିବଦ୍ଧତାର କାର୍ଯ୍ୟ କରୁଛି। ଏହି କାର୍ଯ୍ୟକ୍ରମ ଅବସରରେ ଗାଁର ୫୨ ମହିଳା ଏବଂ ୮୨ ପୁରୁଷଙ୍କ ସମେତ ୧୩୪ ଜଣ ଯୁବକ ଯୁବତୀ ଉତ୍ସାହର ସହିତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏସଡିଇଓ ଉପେନ୍ଦ୍ର ଦୀପ ହରିଶ ରୁପାଲ , ଜିଲ୍ଲାର ଆଇଟିଆଇ ରିତେଶ କୁମାର, ପଲିଟେକନିକ୍ ଅମିତ କୁମାର ତିର୍କି , ଜେଏସଏସ ନିର୍ଦେଶକ ସାନ୍ତୋଷ କୁମାର ବାରିକ, ନାକାମାମୁଡି ସରପଞ୍ଚ ଲକ୍ଷ୍ମୀ ମୁଦୁଲି, ସରପଞ୍ଚ ଏବଂ ଜିଲ୍ଲା ପ୍ରଶାସନର ଅନ୍ୟ ଅଧିକାରୀମାନେ ଏହି କାର୍ଯ୍ୟକ୍ରମର ଯୋଗ ଦେଇଥିଲେ। ବିଏସଏଫ ବାଟାଲିଅନର କମାଣ୍ଡଣ୍ଟ ବିନୋଦ ସରିନ୍ ଉପସ୍ଥିତ ଯୁବକ ଯୁବତୀ ମାନଙ୍କୁ ସମ୍ବୋଧିତ କରି ସେମାନଙ୍କୁ ଭବିଷ୍ୟତ ପ୍ରଗତି କାର୍ଯ୍ୟକ୍ରମରେ ଯୋଗଦେବା ସହ ସୁସ୍ଥ ରହିବାକୁ ଉତ୍ସାହିତ କରିଥିଲେ।ସେମାନଙ୍କୁ ନିଶାମୁକ୍ତ ଏବଂ ଚାପମୁକ୍ତ ଜୀବନଯାପନ ପାଇଁ ପ୍ରେରଣା ମଧ୍ୟ ଦେଇଥିଲେ।

ମାଲକାନଗିରି ରୁ ପ୍ରଭାସ ପଣ୍ଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *