ହିନ୍ଦୁ ରାଷ୍ଟ୍ର ରେ ପରାଧିନ ହିନ୍ଦୁ

ଅମ୍ବିକା ପ୍ରସନ୍ନ ତ୍ରିପାଠୀ

(କଟକ): ଭାରତ ଏକ ସ୍ଵାଧୀନ ଧର୍ମ ନିରପେକ୍ଷ ସାର୍ବଭୌମତ୍ବ ଗଣତାନ୍ତ୍ରିକ ହିନ୍ଦୁ ରାଷ୍ଟ୍ର ଏହା ସମସ୍ତେ ଜାଣନ୍ତି, କିନ୍ତୁ ସ୍ଵାଧୀନତା ର କେତେ ଦଶନ୍ଧି ପରେ ମଧ୍ଯ ହିନ୍ଦୁ ମାନେ ଏବେବି ପରାଧୀନତା ର ବେଡି ରେ ଗୁଡ଼ାଇ ହୋଇ ଅଛନ୍ତି। ସନାତନ ଧର୍ମର ପିଠ ର ଅଧିଷ୍ଠାତା ମହାପ୍ରଭୁଙ୍କ ଜଗନ୍ନାଥ ଙ୍କ ଲୀଲା ଖେଳା ଭୂମି ମର୍ତ୍ତ୍ୟର ଅମରାବତୀ। କିନ୍ତୁ ଦୁଃଖର ବିଷୟ ଆଜି ବି ହିନ୍ଦୁ ମାନଙ୍କର ଧର୍ମ ବିଶ୍ଵାସର ମାନସିକ ଦୂର୍ବଳତା ସରଳ ବିଶ୍ଵାସର ସୁଯୋଗ ନେଇ କିପରି ଭାବେ ଠକି ହୋଇ ଚାଲିଛି ତାହା ପ୍ରତି କେହି କେବେ ଦୃଷ୍ଟିପାତ କରି ନାହାଁନ୍ତି। ଗଣତନ୍ତ୍ରର ପ୍ରତିନିଧି ମାନେ ରାଜନୈତିକ ଚକ୍ରବ୍ୟୁହରେ ସବୁ କିଛି ଜାଣି ମଧ୍ଯ ନିଜର ସ୍ଵାର୍ଥ ପାଇଁ ଆଖିବୁଜି ଅଣଦେଖା କରି ଚାଲିଛନ୍ତି।

ସାର୍ବଭୌମତ୍ୱ ଗଣତନ୍ତ୍ରରେ ଆଜି ହିନ୍ଦୁ ଙ୍କୁ ଛାଡି ଅନ୍ୟ ସମସ୍ତେ ନିଜର ଆଧିପତ୍ୟ ବିସ୍ତାର କରିବାର ପ୍ରୟାସ ଜାରୀ ରଖିଛନ୍ତି ସେମାନଙ୍କ ମଧ୍ୟରେ ଏକତା ର ବନ୍ଧନ ରାଜନୀତିଜ୍ଞ ଙ୍କୁ ବାଧ୍ୟ କରୁଛି ଆଖିବୁଜି ବାକୁ। କିନ୍ତୁ ହିନ୍ଦୁ ରାଷ୍ଟ୍ରରେ ହିନ୍ଦୁ ମାନଙ୍କର ଏକତା ଅଭାବରୁ ସମନ୍ଵୟର ଅଭାବରୁ ନିଜକୁ ଗର୍ବରେ ହିନ୍ଦୁ କହି ମୋ ହିନ୍ଦୁସ୍ଥାନ ମୋ ଭାରତ ମୁଁ ହିନ୍ଦୁ କହି ସ୍ଵାଧୀନ ମତବ୍ୟକ୍ତ କରି ପାରୁ ନାହାଁନ୍ତି କିନ୍ତୁ ଦିନ ଆସିବ ହିନ୍ଦୁ ମାନେ ପୁଣି ସେହି ମୋଗଲ ଶାସନ ରେ ରହିବେ ଯଦି ଏବେ ଠାରୁ ଜାଗ୍ରତ ନ ହେବେ।

ସେହି ପରିପ୍ରେକ୍ଷୀରେ ଓଡିଶା ସୁରକ୍ଷା ସେନା ର ଆନୁକୁଲ୍ୟରେ ହିନ୍ଦୁ ଜନ ଜାଗୃତି ସମିତି ଦ୍ଵାରା ହିନ୍ଦୁ ରାଷ୍ଟ୍ର ଜାଗୃତି ର ଏକ ବୈଠକ ଓଡିଶା ସୁରକ୍ଷା ସେନା ର ନିଜସ୍ଵ ଅଫିସ ରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ସୁରକ୍ଷା ସେନା ର ମୁଖ୍ୟଙ୍କ ସଭାପତିତ୍ବରେ ଏହି ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ଏଥିରେ ସୁରକ୍ଷା ସେନା ର ରାଜ୍ଯ ସ୍ତରୀୟ ତଥା ସାଙ୍ଗଠନିକ କର୍ମକର୍ତ୍ତା ମାନେ ଯୋଗ ଦେଇ ଥିଲେ। ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ହିନ୍ଦୁ ଜଣ ଜାଗୃତି ସମିତିର ଉତ୍ତର ପୂର୍ବ ମୁଖ୍ୟ ଧର୍ମପ୍ରଚାରକ ନିଲେଶ୍ ଜି ଏବଂ ସମ୍ମାନୀୟ ଅତିଥିଭାବେ ଉତ୍ତର ପୂର୍ବ ରାଜ୍ୟ ଗୁଡ଼ିକର ସଂଯୋଜକ ଶମ୍ଭୁ ଗ୍ରୋଭର ଜି ଯୋଗ ଦେଇ ଭାରତରେ ହିନ୍ଦୁ ମାନେ କିପରି ସରଳ ବିଶ୍ଵାସରେ ଠକି ହୋଇ ଚାଲୁଛନ୍ତି ତାହାର ବିଭିନ୍ନ ଉଦାହରଣ ଦେଇ ସନାତନ ଧର୍ମ ଏବଂ ହିନ୍ଦୁ ସଂଗଠନ ର ଆହ୍ଵାନ ଦେଇ ଥିଲେ।

ଏହି ପରିପ୍ରେକ୍ଷୀରେ ସଭାପତି ଶ୍ରୀ ଅଭିଷେକ ଯୋଶୀ ତାଙ୍କ ଉଦବୋଧନରେ କହିଥିଲେ ଯେ ଆମ ସନାତନ ଧର୍ମ ପରମ୍ପରା ବହୁ ପୁରାତନ ଓ ମହାନ ଆମେ ଏହାକୁ କୌଣସି ଏକ ନିର୍ଦ୍ଧିଷ୍ଟ ଦଳ ର ଦୃଷ୍ଟି କୋଣ ରୁ ଦେଖିବା ଆଦୌ ଠିକ ନୁହେ , ଏହି ସନାତନ ଧର୍ମ କେବେ କହିଁନି କି ମୁଁ ଏହି ଲୋକଙ୍କ ର ଆଉ ଏହି ଲୋକଙ୍କର ନୁହଁ , ସନାତନ ଧର୍ମ କୁହେ “ବସୁଧେବ କୁଟୁମ୍ବକଂ ” ତ କେମିତି ଗୋଟିଏ ନିର୍ଦ୍ଧିଷ୍ଟ ଦଳ ଏହାର ପ୍ରଚାରକ କହିବା ସନାତନ ଧର୍ମ ଆଜକୁ ଲକ୍ଷ ଲକ୍ଷ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା , ଏବଂ ଯେଉଁ ରାଜନୈତିକ ଦଳ ନିଜକୁ ହିନ୍ଦୁ ଧର୍ମ ପ୍ରଚାରକ ଭାବୁଛି ସେ ଏବଂ ସାଧାରଣ ଲୋକ ଚିନ୍ତା କରନ୍ତୁ ସେହି ଦଳ କେବେ ଠାରୁ ଆରମ୍ଭ ହୋଇଛି , ଯୁଗେ ଯୁଗେ କଥା ରେ ଅଛି “କଳିଯୁଗରେ ମିଛର ଉପଦ୍ରଵ “ଏ ମାନେ ଯିଏ ଯେତେ ଜୋରେ ମିଛ ଗପିଲା ଲୋକ ଙ୍କ ବିଶ୍ୱାସ ସେ ସେତେ ଜଲଦି ଜିତିଲା କିନ୍ତୁ ଏ ମିଛ ବେଶିଦିନ ନୁହେଁ , ଏବଂ ଆପଣ ଯେଉଁ ରାଜନୈତିକ ଦଳ କୁ ଭାବୁଛନ୍ତି କି ଏହି ଦଳ ହିଁ ହିନ୍ଦୁତ୍ୱ ଏହି ଦଳ ସନାତନ ଧର୍ମ ପ୍ରଚାରକ ଆପଣ ସୁଦ୍ଧି ଜନ ଖାଲି ଶୁଣିକି କୁହନ୍ତୁନି ସବୁ ରିପୋର୍ଟ ଦେଖନ୍ତୁ ତାପରେ କୁହନ୍ତୁ ।

Leave a Reply

Your email address will not be published. Required fields are marked *