ମାଲକାନଗିରି ରୁ ସି ଏ ଏଫ୍ ଯବାନ ଙ୍କ ଗଳା କାଟି ହତ୍ୟା କଲେ ମାଓବାଦୀ।

ମାଲକାନଗିରି : ମାଲକାନଗିରି ଜିଲ୍ଲା ସିମାନ୍ତ ଛତିଶଗଡ଼ ର ବିଜାପୁର ଜିଲ୍ଲାରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି । ସାପ୍ତାହିକ ହାଟକୁ ବଜାର କରିବା ଲାଗି ଯାଇଥିବା ଜଣେ ସି ଏ ଏଫ୍ ଜବାନଙ୍କ ଗଳା କାଟି ହତ୍ୟା କରିଛନ୍ତି ଲାଲ୍ ବାହିନୀ । କଟରୁ ଥାନା ଅନ୍ତର୍ଗତ ଦରଭା ଠାରେ ଥିବା ସି ଏ ଏଫ୍ ର ଚତୁର୍ଥ ବାଟାଲିଆନ ରେ କାର୍ଯ୍ୟରତ ଥିଲେ ତିଜାଓ ରାମ ଭୁଆର । ତିଜାଓ ରାମ ସି ଏ ଏଫ୍ ଚତୁର୍ଥ ବାଟାଲିଆନ ର କମ୍ପାନୀ କମାଣ୍ଡର ଥିଲେ । ଆଜି ସକାଳେ କ୍ୟାମ୍ପ ପାଇଁ ହାଟକୁ ସୌଦା କିଣିବାକୁ ଯାଇଥିଲେ । ଘଟଣା ପରେ ସାପ୍ତାହିକ ହାଟ ବନ୍ଦ ହୋଇଯାଇଥିବା ବେଳେ ପୋଲିସ ପକ୍ଷରୁ କୁମିଂ ଅପରେସନ ଆରମ୍ଭ ହୋଇଥିବା ନେଇ ସୁଚନା ଦେଇଛନ୍ତି ବିଜାପୁର ଏସପି ଜିତେନ୍ଦ୍ର ଯାଦବ ।

ମାଲକାନଗିରି ରୁ ପ୍ରଭାସ ପଣ୍ଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *