ବିରହ ମୂର୍ଚ୍ଚନା

(କବି କେଶବ ଚନ୍ଦ୍ର ନାୟକ)

ମହକି ଉଠୁଛି ଆମ୍ବ ବଉଳ ଲୋ
ମିଠା ମିଠା ମଧୁ ଝରେ….
ତୋ ନାଲି ଓଠର ମୃଦୁ ମନ୍ଦ ହସ
ହୃଦୟ ବିଦଗ୍ଧ କରେ….!!
ବକୁଳ ଗହଳେ ଲୁଚି ଲୁଚି ପିକ
ବିରହ ସଂଗୀତ ଗାଏ….
ପ୍ରୀତିର ମୂର୍ଚ୍ଚନା ଅନ୍ତର ବେଦନା
ମୁକ୍ତ କଣ୍ଠେ ଆଜି କହେ…!!
ସୁଗନ୍ଧେ ମଳୟ ଭରି ପ୍ରୀତି ଧାରା
ଅଙ୍ଗରେ ଅନଙ୍ଗ ମାରେ….
ପୁଷ୍ପ ବାଣ ଯେବେ ବର୍ଷଣ ହୁଅଇ
ତୁମ ସ୍ମୃତି ନିତି ସ୍ମରେ….!!
ତୁମେ ନୀଳ ନଭେ ଏକୋଇ ଚନ୍ଦ୍ରମା
ନିର୍ଜନ ନିଶିରେ ଚାହେଁ….
ପ୍ରଗଲଭ ପରାଏ ଭାବେ ଅନାବନା
ମନେ ମନେ କିଛି କହେ…!!
ଏ ବସନ୍ତ ଆଜି ଛୁଇଁଛି ଦେହକୁ
ଅଥୟ ଅସ୍ଥିର ଚିତ୍ତ….
ଗଡ଼ିଆର କଇଁ ଦୂର ଜହ୍ନ ସାଥେ
ପ୍ରେମରେ ମତ୍ତ ଯେମନ୍ତ…!!
ଶୂନ୍ୟ ପଲଙ୍କ ଅଙ୍କ ଲୋ ସଜନୀ
ଭୂଜ ବଳୟ ମୋ ଶୂନ୍ୟ….
ପୁଷ୍ପ ବିମଣ୍ଡିତ ତୁଳିତଳ୍ପ ଶୂନ୍ୟ
ପୂର୍ଣ୍ଣ କଲେ ହେବି ଧନ୍ୟ…!!
ଅପେକ୍ଷା କରିଛି କାହିଁ କେତେ ଦିନୁ
ପଡିବ କି ପଦ୍ମ ପାଦ….
ମୋ ମରୁ ହୃଦୟେ ପ୍ରୀତି ମନ୍ଦାକିନୀ
କରିବ ନୁପୁର ନାଦ…!!
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନଂ:୯୪୩୭୭୭୯୪୪୭

Leave a Reply

Your email address will not be published. Required fields are marked *