କୃଷକ ଶ୍ରମିକ ଜନବିରୋଧୀ ମୋଦି ସରକାର ହଟଆଅ- ଭାରତ ବଞ୍ଚାଅ: ଏଆଇଟିୟୁସି ପକ୍ଷରୁ ମାଲକାନଗିରିରେ ଧର୍ମଘଟ ଅନୁଷ୍ଠିତ

ମାଲକାନଗିରି :  କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନମାନଙ୍କ ସଂଯୁକ୍ତ ମୋର୍ଚ୍ଚା, ସଂଯୁକ୍ତ କିଷାନ ମୋର୍ଚ୍ଚା ଓ ଦେଶ ସମୂହ କର୍ମଚାରୀ ଫେଡେରେଶନମାନଙ୍କ ପକ୍ଷରୁ ମୋଦି ନେତୃତ୍ଵାଧୀନ ଫାସିଵାଦୀ ତାନାଶାହୀ ଶ୍ରମିକ, କୃଷକ ଓ ଜନ ସ୍ଵାର୍ଥ ଵିରୋଧୀ ବିଜେପି – ଏନଡିଏ ସରକାର ବିରୋଧରେ ଆହୁତ ୧୬ ଫେଵୃଆରୀ ସର୍ଵଭାରତୀୟ ଧର୍ମଘଟରେ ମାଲକାନଗିରିରେ ଏଆଇଟିୟୁସି ପକ୍ଷରୁ ଆଜି ମାଲକାନଗିରି ଵସ ଷ୍ଟାଣ୍ଡରୁ ଏକ ଵର୍ଣ୍ଣାଢ୍ଯ ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଧର୍ମଘଟ କରିଥିଲେ।ଏଆଇଟିୟୁସି ସଂଯୁକ୍ତ ଓଡ଼ିଶା ଫରେଷ୍ଟ ଉଡ୍ ଏଗ୍ରିକଲଚର ଆଣ୍ଡ ଵିଲ୍ଡିଙ୍ଗ କନଷ୍ଟ୍ରକଶନ ଓ୍ଵାର୍କର୍ସ ୟୁନିୟନ, ନିଖିଳ ଓଡ଼ିଶା ମଧ୍ଯାହ୍ନ ଭୋଜନ ପାଚିକା ସହାୟିକା ସଂଘ,ନିଖିଳ ଓଡ଼ିଶା ଆଶା କର୍ମୀ ସଂଘ, ନିଖିଳ ଓଡ଼ିଶା ଅଙ୍ଗନଓ୍ଵାଡି କର୍ମୀ ସଂଘ, ଉତ୍କଳ ମହିଳା ସମିତି, ଏଆଇଓ୍ଵଆଇଏଫ୍ ଓ ଏଆଇଏସ୍ଏଫ୍ ପକ୍ଷରୁ ମିଳିତଭାଵେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧର୍ମଘଟ ଅନୁଷ୍ଠିତ ହୋଇଯାଇଛି। ଏହି ଧର୍ମଘଟରେ ଏଆଇଏସ୍ଏଫ୍ ର ସର୍ଵ ଭାରତୀୟ ଛାତ୍ରୀ ଆବାହକ, ଜାତୀୟ ଉପସଭାପତି ତଥା ଓଡ଼ିଶା ରାଜ୍ଯ ସଭାପତି ସଙ୍ଘମିତ୍ରା ଜେନା ଉଦବୋଧନ ଦେଇ ପଞ୍ଜାବରୁ ଦିଲ୍ଲୀ ଆସୁଥିବା କୃଷକଙ୍କୁ ମୋଦି ସରକାର ବିଦେଶୀ ଶତୃ ଭଳି ଆଚରଣ କରି ଡ୍ରୋନ୍ ମାଧ୍ଯମରେ ଆକ୍ରମଣ, ପ୍ରଵେଶ ଵନ୍ଦ ପାଇଁ ସେନା ମୂତୟନକୁ ଦୃଢ ନିନ୍ଦା କରିଵା ସହ ମାନ୍ୟବର ସୁପ୍ରିମ କୋର୍ଟ ଇଲେକ୍ଟୋରାଲ ଵଣ୍ଡକୁ ବେଆଇନ ଘୋଷଣାକୁ ଅଭିନନ୍ଦନ ଜଣାଇଛନ୍ତି। ଇଲେକ୍ଟୋରାଲ ଵଣ୍ଡ ମାଧ୍ଯମରେ ମୋଦି ସରକାରଙ୍କ ଭାରତ ବିକ୍ରୟ ଯୋଜନା ଓ ଜନସ୍ଵାର୍ଥ ଵିରୋଧୀ ସବୁ ପଦକ୍ଷେପକୁ ନେଇ ଘରେ ଘରେ ଵାର୍ତ୍ତା ପହଞ୍ଚାଇବା ପାଇଁ ଆହ୍ଵାନ ଦେଵା ସହ ଶ୍ରମିକ ସ୍ଵାର୍ଥ ଵିରୋଧୀ ୪ଟି ଶ୍ରମ କୋଡ଼ ପ୍ରତ୍ୟାହାର, ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ମାସିକ ୨୬ ହଜାର ଟଙ୍କା ଘୋଷଣା, ସ୍କିମ୍ ଓ୍ଵାର୍କରଙ୍କୁ ଓ୍ଵାର୍କର ମାନ୍ୟତା,ଗ୍ରାଚ୍ଯୁଇଟି, ପେନସନ ସମେତ ସାମାଜିକ ସୁରକ୍ଷା, ଇପିଏଫ୍ ସର୍ବନିମ୍ନ ପେନସନ ୯ ହଜାର ଘୋଷଣା, ପୁରୁଣା ପେନସନ ସ୍କିମ୍ ପୁନର୍ଵାହାଲ କରିଵା, କୃଷକ ସମାଜକୁ କୃଷି ଉତ୍ପାଦନର ସହାୟକ ମୂଲ୍ଯ ପ୍ରଦାନ ପାଇଁ ଏମ୍ଏସପି କେନ୍ଦ୍ରୀୟ ଆଇନ ପ୍ରଣୟନ, ଉଭୟ କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ସମସ୍ତ ଖାଲି ପଡ଼ିଥିବା ପଦଵି ପୂରଣ ସହ କଣ୍ଟ୍ରାକ୍ଚୁଆଲ ଓ ଆଉଟ୍ ସୋର୍ସିଙ୍ଗ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି, ନିର୍ମାଣ ଶ୍ରମିକଙ୍କ ସମସ୍ତ ପ୍ରାପ୍ୟ ତୁରନ୍ତ ପ୍ରଦାନ, ମନରେଗା ଶ୍ରମିକଙ୍କୁ ଵାର୍ଷିକ ୨୫୦ ଦିନର କାମ ଗ୍ୟାରେଣ୍ଟି ସହ ଦୈନିକ ମନରେଗା ମଜୁରୀ ୭୫୦ ଟଙ୍କା ଘୋଷଣା, ଜାତୀୟ ଶିକ୍ଷାନୀତି -୨୦୨୦ ପ୍ରତ୍ୟାହାର, ସମସ୍ତ ଶିକ୍ଷାନୁଷ୍ଠାନରେ ଖାଲିଥିବା ପଦବୀ ପୂରଣ କର, ଦରଦାମ ବୃଦ୍ଧି କମାଇବା ପାଇଁ ସାର୍ଵ ଜନନୀ ସାଧାରଣ ବଣ୍ଟନ ଵ୍ଯଵସ୍ଥାକୁ ସୁଦୃଢ କରିଵା, ଶ୍ରମିକ କର୍ମଚାରୀଙ୍କ ସମସ୍ୟା ସମାଧାନ ପାଇଁ ଶ୍ରମ ବିଭାଗକୁ ସକ୍ରୀୟ କରିଵା, ସାମ୍ପ୍ରଦାୟିକ ଉତ୍ତେଜନା ଵନ୍ଦ ସମେତ ୨୧ଦଫା ଦାବି ନେଇ ଦେଶଵ୍ଯାପୀ ଆନ୍ଦୋଳନର ଅୟମାରମ୍ଭ ହେଲା, ମୋଦୀ ସରକାର ପତନ ପରେ ଗଣତନ୍ତ୍ର ଓ ସମ୍ବିଧାନ ସୁରକ୍ଷାର ଏ ଆନ୍ଦୋଳନ ପ୍ରଶମିତ ହେଵ ବୋଲି ସୂଚନା ଦେଇଥିଲେ। ଏଆଇଟିୟୁସି ଜିଲ୍ଲା ଆଵାହକ ମହାନନ୍ଦ ଦୁର୍ଗା, ଓଡ଼ିଶା ଫରେଷ୍ଟ ଉଡ୍ ଏଗ୍ରିକଲଚର ଆଣ୍ଡ ଵିଲ୍ଡିଙ୍ଗ କନଷ୍ଟ୍ରକଶନ ଓ୍ଵାର୍କରସ ୟୁନିୟନର ଉତ୍ତମ ମଲ୍ଲିକ, ସମୀର ଵିଶ୍ଵାସ, ନିଖିଳ ଓଡ଼ିଶା ପାଚିକା ସହାୟିକା ସଂଘର ଦୟାମଣି ସମରଥ, ନିଖିଳ ଓଡ଼ିଶା ଆଶା କର୍ମୀ ସଂଘର ଶ୍ୟାମଳୀ ଵିଶ୍ଵାସ, ନିଖିଳ ଓଡ଼ିଶା ଅଙ୍ଗନଓ୍ଵାଡି କର୍ମୀ ସଂଘର ଭବାନୀ ପୂଜାରୀ, ଉତ୍କଳ ମହିଳା ସମିତିର ଦୟାମୟୀ ଗୁଲାରୀ, ଏଆଇଓ୍ଵଆଇଏଫ୍ ର କୁମର ଜାଲିଆ, ଏଆଇଏସ୍ଏଫ୍ ର ଵାଵୁନୁ ଖେମୁଡୁ, ରାଜେନ୍ଦ୍ର ହନ୍ତାଳ, ଗଣେଶ ଖେମୁଡୁ ଓ ଅନ୍ୟମାନେ ଉଦବୋଧନ ଦେଇଥିଲେ। ସଙ୍ଘମିତ୍ରା ଜେନାଙ୍କ ନେତୃତ୍ଵରେ ମହାନନ୍ଦ ଦୁର୍ଗା, ଉତ୍ତମ ମଲ୍ଲିକ ଙ୍କ ସମେତ ୧୦ଜଣିଆ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଦାଵିପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କ ଠାରେ ଉପସ୍ଥାପନ କରିଥିଲେ।

(ରିପୋର୍ଟ:  ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave a Reply

Your email address will not be published. Required fields are marked *