ମାଲକାନଗିରି : ଓଡ଼ିଶା ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା ଗ୍ରାମ୍ୟ କୃଷି କର୍ମଚାରୀ ସଂଘର ଆହ୍ବାନ କ୍ରମେ ମାଲକାନଗିରି ଜିଲ୍ଲା ଶାଖା
କୃଷି କର୍ମଚାରୀ ମାନେ ଗତ ୧୩ ତାରିଖ ଠାରୁ ଜିଲ୍ଲା କୃଷି କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବି ପୂରଣ ଲାଗି ଗଣଧାରଣାରେ ବସିଛନ୍ତି । ଦାବି ଗୁଡ଼ିକ ମଧ୍ୟରେ ମୁଖ୍ୟତଃ କ୍ୟାଡ଼ର ପୁନର୍ଗଠନ, ଗ୍ରେଡ ପରେ ସଂଶୋଧନ, ସାଇକେଲ ଭତ୍ତା କୁ ମଟର ସାଇକେଲ ଭତ୍ତାରେ ପରିବର୍ତ୍ତନ ଇତ୍ୟାଦି।ତେବେ ଗତ ୧୩ ତାରିଖ ରୁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଗ୍ରାମ୍ଯ କୃଷି କର୍ମଚାରୀମାନେ ଶାନ୍ତି ପୂର୍ଣ୍ଣ ଭାବେ ଗଣଧାରଣାରେ
ବସି ଦାବି ପୂରଣ ଲାଗି ମୁଖ୍ୟମନ୍ତ୍ରୀ ଦୃଷ୍ଟି ଆକର୍ଷଣ କଲାପରେ ଯଦି କୌଣସି ଦାବି ପୂରଣ ନହୁଏ ତେବେ ସମସ୍ତ କୃଷି କର୍ମଚାରୀମାନେ ବାଧ୍ୟ ହୋଇ ଭୁବନେଶ୍ୱରକୁ ଯାଇ ଏହି ଆନ୍ଦୋଳନକୁ ବ୍ୟାପକ କରିବାକୁ ବାଧ୍ଯ ହେବେ ବୋଲି ସଂଘ ତରଫରୁ ଚେତାବନୀ ଦିଆଯାଇଛି। ଏହି ଧାରଣାର ନେତୃ ମାଲକାନଗିରି ଜିଲ୍ଲା ଶାଖା ଗ୍ରାମ୍ଯ କୃଷି କର୍ମଚାରୀ ସଂଘ ସଭାପତି ମନୋଜ ଢ଼ାଲି, ସଂପାଦକ ଭୂପେଶ କୁମାର ଷଡଙ୍ଗୀ, କୋଷାଧ୍ୟକ୍ଷ ଦେବାଶିଷ ମିଶ୍ର, ଉପଦେଷ୍ଟା ଶ୍ରୀମତୀ ମୀନାକ୍ଷୀ ରାଓ, ଚନ୍ଦ୍ର ଶେଖର ଦାସ,ସୁଦେବ ରାୟ, କ୍ରିଷ୍ଣା ବିଷୋଇ ବିଶ୍ଵ ନାଥ ମଣ୍ଡଳ, ଲିଙ୍ଗ ରାଜ ମାଝି, ଶ୍ରୀକାନ୍ତ ନାରାମ୍ ଚେଟ୍ଟି ପ୍ରମୁଖ ନେଇଥିବା ଜଣା ପଡ଼ିଛି।

(ରିପୋର୍ଟ: ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)