ବରଗଡ଼:(କ୍ରାନ୍ତି ଓଡ଼ିଶା)-ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ବାନରେ ଭାରତ ବନ୍ଦ ଗ୍ରାମୀଣ ବନ୍ଦ ଆନ୍ଦୋଳନକୁ ସମର୍ଥନ କରି ସଂଯୁକ୍ତ କୃଷକ ସଂଗଠନ ବରଗଡ଼ ତରଫରୁ କୃଷକ ପରିବାର ଭଟଲି ବ୍ଲକ କନକବିରା ଗ୍ରାମ ଠାରେ ଥବିର ସାହୁଙ୍କ ନେତୃତ୍ୱରେ ଗାଁ କୁ ଚାଲ ଅଭିଯାନ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଭିନ୍ନ ଗ୍ରାମ ଶତାଧିକ କୃଷକ ସାମିଲ ହୋଇଥିଲେ। ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ଏମ ଏସ ପି ଗ୍ୟାଟେଣ୍ଟି କାନୁନ, ସ୍ୱାମୀନାଥନ କମିଟି କାର୍ଯକାରୀ କରିବା, ସମସ୍ତେ କୃଷକଙ୍କ ଋଣ ଛାଡ଼ କରିବା, ନୂତନ ବିଦ୍ୟୁତ ଆଇନ କାର୍ଯକାରୀ ନ କରିବା,ପୂର୍ବ ଆନ୍ଦୋଳନରେ କେସ ଗୁଡିକ ବାତିଲ କରିବା ଆନ୍ଦୋଳନ ରେ ସହିଦ ହୋଇଥିବା କୃଷକ ପରିବାର ବର୍ଗଙ୍କୁ ୧ କୋଟି ସାହାଯ୍ୟ ଦେବା, କୃଷକ ଆୟୋଗ ଗଠନ କରାଯାଉ ଦାବିରେ ଦିଲ୍ଲୀ ଚାଲ ଆନ୍ଦୋଳନ ଡାକରା ଦିଆଯାଇଥିଲା। ହରିଆଣା, ପଞ୍ଜାବ, ଉତ୍ତର ପ୍ରଦେଶର ଚାଷୀ ସଂଗଠନ ମାନେ ୧୩ ଫେବୃଆରୀରୁ ଦିଲ୍ଲୀ ଅଭିମୁଖେ ବାହାରିଥିଲେ କିନ୍ତୁ ସରକାର ଚାଷୀମାନଙ୍କ ସମସ୍ୟା ସମାଧାନ ନକରି ସେମାନଙ୍କୁ ଆତଙ୍ଗବାଦୀ, ଆନ୍ଦୋଳନ ଜିବୀ, ଖଲିସ୍ଥାନୀ କହି ଦିଲ୍ଲୀ ପୂର୍ବରୁ ରାସ୍ତା ରେ ବେରିକେଟ ଦେଇ,ପୋଲିସ ଲଗାଇ ପାଣି ବର୍ଷାଇ, ରବର ଗୁଳି ମାରି, ଲାଠିଚାର୍ଜ କରି ଅନେକ ଚାପ ଦେଇ ଗଣତାନ୍ତ୍ରିକ ଆନ୍ଦୋଳନକୁ ଭଣ୍ଡୁର କରିବା ହୀନ ଚକ୍ରାନ୍ତ ପ୍ରତିବାଦରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ୧୬ ଫେବୃଆରୀ ଭାରତ ବନ୍ଦ ଡାକରା ଦେଇଥିଲା।

ଡାକରାକୁ ସମ୍ମତ ପ୍ରଦାନ କରି ଏବଂ ଏହି ସବୁ ଦାବୀ ଆମ ଅଞ୍ଚଳର ମଧ୍ୟ ହୋଇଥିବାରୁ ଭଟଲି ବ୍ଲକ କରକବିରା ଠାରେ ସମର୍ଥନ ସଚେତନ ବୈଠକ ବସିଥିଲା। ଏହି ଦାବୀ ଗୁଡିକ ତୁରନ୍ତ ସମାଧାନ ନ ହେଲେ ଆଗାମୀ ସଂଯୁକ୍ତ କୃଷକ ସଂଗଠନ ବରଗଡ଼ ପକ୍ଷରୁ ଆସନ୍ତା ୨୭ ଫେବୃଆରୀ ମଙ୍ଗଳବାର ଦିନ ଜିଲ୍ଲା ସ୍ତରୀୟ ଚେତାବନୀ ସମାବେଶ କରି ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।ଏହି ବୈଠକ ରେ ବିଶିଷ୍ଟ ଚାଷୀନେତା ରମେଶ ମହାପାତ୍ର, ଶାନ୍ତନୁ ମେହେର, ବାବରୁବାହନ ସାହୁ , ବିଜେ ଠାକୁର, ଥଣ୍ଡାରମ ବେହେରା, ପବିତ୍ର ପାତ୍ର, ଆନନ୍ଦ ମେହେର , ଦାମୋଦର ପଟେଲ , ଜନ୍ମଜୟ ଠାକୁର, ମୋତିରାମ ସାହୁ, ଶଶୀ ନାୟକ, ବଲ୍ଲବ ପଟେଲ, ଟେକାରାମ ସାହୁ, ନେହେରୁ ସାହୁ ଉପସ୍ଥିତ ଥିଲେ।