ମାଲକାନଗିରି : ହେଲ୍ପ ଫର୍ ନିଡ୍ ପିପୁଲ୍ ଫାଉଣ୍ଡେସନ ତରଫରୁ ମାଲକାନଗିରି ଶହୀଦ ଲକ୍ଷ୍ମଣ ନାୟକ ଛାତ୍ରାବାସ ଠାରେ ପୁଲାୱମା ବିସ୍ଫୋରଣରେ ଶହୀଦ ହୋଇଥିବା ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା। ସୂଚନାଯୋଗ୍ୟ ଯେ ଗତ ଫେବୃୟାରୀ ୧୪,୨୦୧୯ ରେ ଜାମୁ କାଶ୍ମୀର ର ପୁଲୱାମା ଠାରେ ଆତଙ୍କବାଦୀମାଙ୍କ ଦ୍ବାରା ଏକ ଆତ୍ମଘାତୀ ବିସ୍ଫୋରଣରେ କେନ୍ଦ୍ରୀୟ ରିଜର୍ଭ ପୋଲିସର ୪୦ ଜଣ ଯବାନ ଶହୀଦ ହୋଇଥିଲେ ଏବଂ ଅନେକ ଯବାନ ଗୁରୁତର ଆହାତ ହୋଇଥିଲେ। ଦେଶ ପାଇଁ ପ୍ରାଣବଳି ଦେଇଥିବା ଶହୀଦ ଯବାନମାନଙ୍କ ସ୍ମୃତି ଉଦ୍ଧେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳୀ ସଭାର ଆୟୋଜନ କରାଯାଇ ଶହୀଦ ଯବାନ ଅମର ରହୋ ଶ୍ଳୋଗାନ ଦିଆଯିବା ସହ ଶହୀଦଙ୍କ ଫଟୋ ଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ ସହ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଭୀମସେନ ଖିଲ,ଅନୁପ ସୁନାନୀ,କେ ଦେଶୀରାଜୁ ଆଚାରୀ, ଲକ୍ଷ୍ମଣ ଘରାମୀ, ଗୌରୀ ଶଙ୍କର ସାମଲ ଏବଂ ଲକ୍ଷ୍ମଣ ନାୟକ ଛାତ୍ରାବାସର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

(ରିପୋର୍ଟ: ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)