ଆଜି ପବିତ୍ର ସରସ୍ବତୀ ପୂଜା ଓ ପ୍ରେମ ଦିବସ ପ୍ରତି ବର୍ଷ ଭଳି ଏ ବର୍ଷ ରେ ଓଡିଶା ସୁରକ୍ଷା ସେନା ଛାତ୍ର ଶାଖା ର ରାଜ୍ୟ ସଭାପତି ଶ୍ରୀ ପ୍ରିୟବ୍ରତ ଦାଶ ଙ୍କ ଜନ୍ମ ଦିବସରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ବ୍ଲଡ଼ ବ୍ୟାଙ୍କ ରେ ଏକ ବିଶାଳ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି | ଏହି ଶିବିର ରେ 50 ରୁ ଉର୍ଦ୍ଧ ରକ୍ତଦାତା ରକ୍ତ ଦାନ କରିଥିଲେ ତେବେ ଏହି ରକ୍ତଦାନ ଶିବିର ମିଶନ ରକ୍ତଦାନ ଓ ଓଡିଶା ସୁରକ୍ଷା ସେନା ଛାତ୍ର ଶାଖା ର ମିଳିତ ଉଦ୍ୟମ ରେ ଆୟୋଜିତ ହୋଇଯାଇଛି | ଏହି ଶିବିର କୁ ସୁମନ ସାହୁ ,ଚନ୍ଦ୍ରକାନ୍ତ ଭୋଇ ,ଗୁନୁ ଆଚାର୍ଯ୍ୟ , ବିଭୁତି ଭୂଷଣ ପରିଚାଳନା କରିଥିଲେ, ରକ୍ତ ର ଅଭାବ ଦିନକୁ ଦିନ ବଢ଼ିବାରେ ଲାଗୁଛି |

ଏହାକୁ କିପରି ଏଡାଇଦିଆଯାଇପାରିବ ଏଥିପାଇଁ ଏହି ଭଳି ଜନ୍ମ ଦିନରେ ରକ୍ତଦାନ ଶିବିର ଆୟୋଜନ କରି ଯୁବ ବର୍ଗ ଙ୍କ ମଧ୍ୟରେ ଏକ ସଚେତନତା ବାର୍ତା ପହଞ୍ଚେଇବା ସହ ଏହି ଶିବିର ରେ ସଂଗୃହିତ ରକ୍ତ କୁ ଥାଲେସେମିଆ ପିଲା ଙ୍କୁ ମାଗଣା ରେ ଯୋଗାଇଦିଆଯିବ | ଓଡିଶା ସୁରକ୍ଷା ସେନା ର ଯେଉଁ ଆଦର୍ଶ ସେବା ସୁରକ୍ଷା ସଂସ୍କାର ରହିଛି ରକ୍ତ ଦାନ କ୍ଷେତ୍ର ମଧ୍ୟ କିଭଳି ସଚେତନତା ସୃଷ୍ଟି କରାଯାଇପାରିବ ଏବଂ ଅଧିକ ରୁ ଅଧିକ ରକ୍ତଦାତା ଓ ରକ୍ତ ଦାନ ଶିବିର ଆୟୋଜନ କରାଯାଇପରିବ ସେ ଦିଗରେ କାର୍ଯ୍ୟକରିବ | ଶ୍ରୀ ପ୍ରିୟବ୍ରତ ଦାଶ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ ପ୍ରତ୍ୟକ ଯୁବସାଥି ନିଜ ଜନ୍ମ ଦିନରେ ନିଜେ ରକ୍ତ ଦେବା ସହ 5 ଜଣଙ୍କୁ ରକ୍ତଦାନ କରିବା ପାଇଁ ସଚେତନତା ସୃଷ୍ଟି କରନ୍ତୁ |