ଗାଇସିଲେଟ:(କ୍ରାନ୍ତି ଓଡ଼ିଶା)-ବିଭିନ୍ନ ସମୟରେ କିଏ କ’ଣ କରୁଛି,ସେ ଗାଁର ଅବସ୍ଥା ଏମିତି,ସେ ଚାଲିଗଲା ଆର ପାରିକୁ ଏମିତି ଅନେକ ଘଟି ଘଟଣା ଆଲୋଚନା, ସମାଲୋଚନା ହେବାର ଦେଖିବାକୁ ମିଳିଥାଏ ପ୍ରାୟତଃ ଚାହା ଦୋକାନ,ପାନ ଦୋକାନ, ଗାଧୁଆ ତୁଠରେ।ହେଲେ ଏବେ ଦେଶର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀମାନ ନରେନ୍ଦ୍ର ମୋଦୀଙ୍କ ବିକାଶଧାରାର ମାଇଲଖୁଣ୍ଟ ଉପରେ ଚାଏ ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଜୋର ଧରିଛି।ଆଜି ସକାଳୁ ସକାଳୁ ବରଗଡ଼ ଜିଲ୍ଲା ଗାଇସିଲେଟ ବସଷ୍ଟାଣ୍ଡ ଠାରେ ଏଭଳି ଚାଏ ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଡ଼ା.ରାମକୃଷ୍ଣ ପୁରୋହିତଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା।ଯେଉଁଠି ଭାରତୀୟ ଜନତା ପାର୍ଟିର ମହିଳା ନେତ୍ରୀ ଶ୍ରୀମତୀ ଝରଣା ପାଣିଗ୍ରାହୀ ଚା ଲୋକଙ୍କୁ ପରସୁ ଥିବା ଦେଖା ଯାଇଥିଲା।ଚାହା ପିଇବା ବେଳେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀମାନ ନରେନ୍ଦ୍ର ମୋଦୀଙ୍କ ଆଗକୁ ଲକ୍ଷ ଏବଂ ଉଦ୍ଦେଶ୍ୟ, ତାଙ୍କ ସମୟରେ ବିଭିନ୍ନ ଜନ ହିତକାରୀ ଯୋଜନା, ଗରିବ କଲ୍ୟାଣକାରୀ ଯୋଜନା,ଦେଶର ଅରାଜକତା ସମାପ୍ତ ପ୍ରମୁଖ ବିଷୟରେ ତାଙ୍କ ତାଙ୍କ ଭିତରେ ଆଲୋଚନା ହୋଇଥିଲା।ହେଲେ ଏଇ ଚାଏ ପେ ଚର୍ଚ୍ଚାରେ ଅନେକ ଭୋଟରଙ୍କ ଉକ୍ତି ଥିଲା ଯେ,ଆମେ ଯେମିତି ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀଙ୍କୁ ଜାଣିଛୁ ସେ ଜଣେ ଭଲ ଲୋକ ଆମ ଦେଶକୁ ଆଗେଇ ନେବା ସହ ବିଶ୍ବ ଦରବାରରେ ଯେମିତି ଭାରତର ସୁନାମ ଆଣିଲେ,ସେମିତି ବରଗଡ଼ ଜିଲ୍ଲାରେ ଠିକାଦାର,ଜମି ମାଫିଆ,ବ୍ୟବସାୟୀ ମାନଙ୍କୁ ଛାଡି ଯଦି ଭଲ ଲୋକ ଚୟନ କରି ଭାରତୀୟ ଜନତା ପାର୍ଟି ବିଧାୟକ ପ୍ରାର୍ଥୀ କିମ୍ବା ଲୋକସଭା ପ୍ରାର୍ଥୀତ୍ୱ ଦେବେ ତେବେ ଆମେ ବିଜେପିକୁ ଅଜସ୍ର ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବୁ ନଚେତ ଭୋଟ ଅନ୍ୟ ଆଡକୁ ନିଶ୍ଚିତ ଯିବ ଏଥିରେ କୈାଣସି ପ୍ରକାରର ସନ୍ଦେହ ନାହିଁ ବୋଲି ଚର୍ଚ୍ଚାଖିଅକୁ ଆସିଥିଲା। ପଥଚାରୀ ମାନେ ମଧ୍ୟ ଆଲୋଚନା ବେଳେ ଅଂଶ ଗ୍ରହଣ କରିବା ଦେଖିବାକୁ ମିଳିଥିଲା। ଚର୍ଚ୍ଚା ସମୟରେ ମଦନ ଦୀପ, ପ୍ରବୀଣ ପାଣିଗ୍ରାହୀ, ଗାଇସିଲେଟ ନାଗରିକ କମିଟି, ବଣିକ ସଂଘର କେତେକ ସଭ୍ୟ ମଧ୍ୟ ଏହି ଚାଏ ପେ ଚର୍ଚ୍ଚା ଖଟିରେ ଅଂଶ ଗ୍ରହଣ କରିଥିଲେ।

ପଶ୍ଚିମାଞ୍ଚଳ ବ୍ୟୁରୋ ନିରଞ୍ଜନ ତ୍ରିପାଠୀଙ୍କ ରିପୋର୍ଟ