ପ୍ରଦୀପ ଭାନୁ ମହାନ୍ତି

ଅଦିନିଆ ବର୍ଷାରେ
କୁକୁର,ଗାଈ,ଛେଳି, ବଳଦ
ଭିଜୁ ଥିଲେ ସାରା ରାତି
ଜଙ୍ଗଲ ଭିତରେ।।
ବରଷା ଆସେ ସବୁଥର
ଏଇ ଧରାକୁ
ସାଙ୍ଗେ ଆଣି ପବନ
ଗରିବର ଭଙ୍ଗା ଘର
ଛାତି ଥରା ପବନ
ଆଣେ ବରଷା ପୁଣି
ଶୁଖିଲା କ୍ଷେତରେ
ନୀଳ ନୀଳ ସବୁଜ ପତ୍ର
କଅଁଳିଆ ଗଛରେ ଜୀବନ।।
ବରଷା ଆଣେ
ଗରମ ପରେ ଶୀତ
ମଣିଷ ମୁହଁରେ ହସ
ଦିଅଙ୍କ ପାଖେ ବସି
ପୂଜା ଅରଚନା ଗୀତ।।
ବରଡୋଲ,ବରଗଡ
ମୋ:-୭୩୭୭୫୬୭୮୯୭