ଧରାକୁ ଆସିଲୁ ମାଁର କୋଳକୁ
ଗଲା ବେଳେ ଯିବୁ ଏକା
ସଂସାରଟି ଅଟେ ମୋହ ମାୟା ସ୍ଥାନ
ଯହିଁ ଦେଖ ତହିଁ ଫିକା ।ଭଲ କର୍ମେ ଭଲ ଫଳ ମନ୍ଦ କର୍ମେ ମନ୍ଦ
ଭୁଞ୍ଜି ବା ହିଁ ଆମ ମନ
ଭଲ କର୍ମ ଅଟେ ଆମର ସାରଥୀ
ସବୁ ଠାରୁ ପ୍ରୟୋଜନ ।
ପ୍ରଭୁ ଙ୍କ ପାଇଁ ତୁ ନିଶ୍ବାସ ନେଉଛୁ
ତାହା ଙ୍କୁ ରଖିବୁ ମନେ
ସେହି ପ୍ରଭୁ ପାଖେ ନିଜକୁ ସମର୍ପି
ଆନନ୍ଦ ପାଇବୁ ଦିନେ
ବଗିଚା ଭିତରେ ଫୁଳ ଫୁଟି ଝଡେ
ପୁଣି ପ୍ରଭାତେ ଫୁଟେ
ମଣିଷ ଜୀବନ ନିତି ଜନ୍ମ ନେଇ
ନିତି ସ୍ମସାନ ରେ ଲୋଟେ
ବଞ୍ଚିବା ମରିବା ପ୍ରଭୁ ଙ୍କ ହାତରେ
ଏ ସବୁ ତାଙ୍କର ଦାନ
ଯଦି ଆମେ ତାଙ୍କ ମନ ଜିଣି ପାରୁ
ହସି କି କାଟିବା ଦିନ
ଗଲା ବେଳେ ଯିବା ଏକାଏକା ହୋଇ
ପୁଣ୍ୟ କର୍ମହିଁ ଆମ ସାହା
ଯଦି କରି ଥାଉ ପୁଣ୍ୟ କର୍ମ ଆମେ
ସାହା ହେବେ ଚଉବାହା ।

ଚନ୍ଦନ ନଗର
ବରଗଡ଼
୮୯୧୭୨୩୭୧୩୭
୮୯୧୭୨୩୭୧୩୭