ବାରବାଟୀ- କଟକରେ ବିଧାନ ସଭାରେ ତ୍ରିମୂଖୀ ଲଢେଇ

କଟକ ସିଟି : ବାରବାଟୀ- କଟକରେ ବିଧାନ ସଭାରେ ଏଥର ତ୍ରିମୂଖୀ ଲଢେଇ ଦେଖିବାକୁ ମିଳୁଛି । ୩ ପ୍ରମୁଖ ଦଳର ପ୍ରାର୍ଥୀ , ଏଥର ପ୍ରଥମ ଥର ନିଜ ଭାଗ୍ୟ ପରୀକ୍ଷା କରିବେ । କଂଗ୍ରେସରୁ ସୋଫିଆ ଫିର୍ଦୋସ, ଭାଜପାରୁ ଡାକ୍ତର ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର , ବିଜେଡିରୁ ପ୍ରକାଶ ଚନ୍ଦ୍ର ବେହେରା ପ୍ରମୁଖ ଏଥର ନିର୍ବାଚନ ଲଢୁଛନ୍ତି । ଏହି ୩ ଜଣ ପ୍ରାର୍ଥୀ ମଧ୍ୟରୁ କେବଳ ବିଜେଡି ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ବେହେରାଙ୍କ ରାଜନୈତିକ ଅଭିଜ୍ଞତା ଅଛି । ସେ ପୂର୍ବରୁ ସାଲେପୁର ବହୁ ବାର ନିର୍ବାଚନ ଲଢ଼ିଛନ୍ତି ଓ ଥରେ ବିଧାୟକ ଭାବେ ନିର୍ବାଚିତ ମଧ୍ୟ ହୋଇଛନ୍ତି । ଅପର ପକ୍ଷରେ ଦେଖିବାକୁ ଗଲେ କଂଗ୍ରେସର ସୋଫିଆ ଫିର୍ଦୋସ ଓ ଭାଜପାର ଡାକ୍ତର ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ରାଜନୀତିରେ ନବାଗତ , ଏହା ଉଭୟଙ୍କ ପ୍ରଥମ ନିର୍ବାଚନ ।

ପ୍ରକାଶ ଚନ୍ଦ୍ର ବେହେରା ବାରବାଟି କଟକ ଆସନ ପାଇଁ ନୂଆ କିନ୍ତୁ ତାଙ୍କ ରାଜନୀତିକ ଅଭିଜ୍ଞତା ଓ ବିଜୁ ଜନତା ଦଳର ସଙ୍ଗଠନ ବଳରେ ସେ ନିଜର ପ୍ରଚାର ସହିତ ନିର୍ବାଚନୀ ସଭା ବହୁ ଭଲ ଭାବରେ ଜାରିରଖିଛନ୍ତି। ଅପର ପକ୍ଷରେ କଂଗ୍ରେସ ପ୍ରାର୍ଥୀନୀ ସୋଫିୟା ସମ୍ପୂର୍ଣ ନୂଆ କିନ୍ତୁ ତାଙ୍କ ବାପା ମହମ୍ମଦ ମୋକିମ୍ ୨୦୧୯ ରେ ଏହି ଆସନରେ ବିଜୟ ହୋଇଥିଲେ । ମହମ୍ମଦ ମୋକିମ ଙ୍କ ଅଭିଜ୍ଞତା ଓ ସଙ୍ଗଠନ ସୋଫିୟାଙ୍କ ପାଇଁ ଏକମାତ୍ର ଆଶା ।

ଯଦି ଆମେ ଭାଜପା ପ୍ରାର୍ଥୀ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର କଥା ଦେଖିବା ତା ହେଲେ କଟକ ସହରରେ ତାଙ୍କର ଡାକ୍ତର ଭାବେ ସୁନାମ ଅଛି । ଏହା ସହିତ ତାଙ୍କ ପାଇଁ ଭାଜପାର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ ଅଣ୍ଟା ଭିଡିଛନ୍ତି । ସମୀର ଦେ ଙ୍କ ଅଭିଜ୍ଞତା ଓ ଭାଜପାର ସଙ୍ଗଠନ ବଳରେ ଶ୍ରୀ ମହାପାତ୍ର ନିଜର ନିର୍ବାଚନୀ କାର୍ଯ୍ୟକ୍ରମ ଜାରି ରଖିଛନ୍ତି ।

ତିନି ଦଳର ପ୍ରାର୍ଥୀ ନିଜ ନିଜ ପ୍ରଚାର ଜୋରଦାର ଭାବେ ଜାରି ରଖିଛନ୍ତି । ଜନସାଧାରଣ ଙ୍କୁ ନିଜ ଆଡେ ଆକୃଷ୍ଟ କରିବା ପାଇଁ ସମସ୍ତେ ଚେଷ୍ଟା ଜାରି ରଖିଛନ୍ତି । ୨୫ ତାରିଖ ରେ ଏହି ଆସନ ପାଇଁ ମତଦାନ ହେବ ।

Leave a Reply

Your email address will not be published. Required fields are marked *