କଟକରେ ରୋଡ଼ ଶୋ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

କଟକ : ଚଳିତ ନିର୍ବାଚନ ଅଭିଯାନ ପରିପ୍ରେକ୍ଷୀରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା,କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କଟକରେ ଏକ ଭବ୍ୟ ରୋଡ଼ ଶୋ ରେ ଯୋଗ ଦେବା ପାଇଁ ଆସନ୍ତା ମେ ୧୫ ତାରିଖରେ କଟକ ଆସୁଛନ୍ତି।

ଏହି ଶୋଭାଯାତ୍ରା ଅପରାହ୍ନ ୪ ଘଟିକାରୁ ଗୋପବନ୍ଧୁ ବାଗ ଠାରୁ ଆରମ୍ଭ ହୋଇ ବକ୍ସିବଜାର, ତିନିକୋଣିଆ ବଗିଚା, ଦରଘା ବଜାର, ଚୌଧୁରୀ ବଜାର, ନୟାସଡ଼କ, ବାଲୁବଜାର, ଚାନ୍ଦିନୀ ଚୌକ, ମହମଦିଆ ବଜାର, ଶେଖ ବଜାର ହୋଇ ଚଣ୍ଡୀ ମନ୍ଦିର ପାଖରେ ପହଂଚିବ ।

Leave a Reply

Your email address will not be published. Required fields are marked *