( ରିପୋର୍ଟ: ସାମ୍ବାଦିକ ଟଂକଧର ତ୍ରିପାଠୀ )

ଝାରସୁଗୁଡା :- ଝାରସୁଗୁଡା ଜିଲ୍ଲା କୋଲାବିରା ବ୍ଲକ ଅନ୍ତର୍ଗତ ଜେ ପଣ୍ଡକିମାଲ ଗ୍ରାମରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଫଳ ଓ ଦକ୍ଷ ନେତୃତ୍ବ ପ୍ରତି ଆସ୍ଥା ରଖି ଝାରସୁଗୁଡା ବିଧାନସଭା ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ଉପସ୍ଥିତିରେ ଶତାଧିକ କର୍ମକର୍ତ୍ତା ଆଜି ବିଜେପିରେ ସାମିଲ ହୋଇଛନ୍ତି l ବିଜେପି ପ୍ରଭାରୀ ବାବୁଲୁ ଦାଶ, ମଣ୍ଡଳ ସଭାପତି ରାଜେଶ ଦାସ, ସଂଜୟ ପୂଜାରୀ, ସମରେନ୍ଦ୍ର ରାଏ, ବସନ୍ତ ପଟେଲ, ଗୋକୁଲା ଜୟପୁରିଆ ଓ ଚଂପକ ପୂଜାରୀ ନୂତନ ଭାବେ ଯୋଗ ଦେଇଥିବା କର୍ମୀଂକୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସ୍ବାଗତ କରିଥିଲେ l ଏହି ଅବସରରେ ବିଜେପି ପ୍ରାର୍ଥୀ ଟଂକଧର ତ୍ରିପାଠୀ ଉପସ୍ଥିତ ଜନତାଂକୁ ସମ୍ବୋଧିତ କରି ନୂତନ କର୍ମୀଂକ ଯୋଗଦାନ ଦଳୀୟ ସଂଗଠନକୁ ସୁଦୃଢ କରିବା ସହ ଲୋକେ ମୋଦିଂକ ନେତୃତ୍ବ ସମର୍ଥନରେ ଯେଭଳି ଉତ୍ସାହ ଦେଖାଉଛନ୍ତି ତାହା ବିଜେପିର ବିଜୟର ସଂକେତ ଦେଉଛି କହିଥିଲେ ।