ମାଲକାନଗିରି : ମଇ ପହିଲା ଶ୍ରମିକ ଦିବସ ପାଳନ ଅବସରରେ ଗାଁ ସାଥି (ମେଟ୍) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି, ମାଲକାନଗିରି ଶାଖା ତରଫରୁ ଜିଲ୍ଲାପାଳଙ୍କ ମଧ୍ୟମରେ ଆଜି ୧୦ ଗୋଟି ସମସ୍ୟା ପୂରଣ ଲାଗି ଦାବିପତ୍ର ପ୍ରଦାନ କରାଯାଇଛି। ଦାବିଗୁଡିକ ହେଲା , ମାଲକାନଗିରି ଜିଲ୍ଲାକୁ ଅବିଳମ୍ବେ ଦାଦନ ଜିଲ୍ଲା ଘୋଷଣା କରି ମନରେଗା ଶ୍ରମିକମାନଙ୍କର ଶ୍ରମ ଦିବସ ୧୦୦ ଦିନ ପରିବର୍ତ୍ତେ ୩୦୦ ଦିନ ଏବଂ ଶ୍ରମ ମଜୁରୀ ୨୫୪ ଟଙ୍କା ପରିବର୍ତ୍ତେ ୪୦୦ ଟଙ୍କା କୁ ବୃଦ୍ଧି କରାଯାଉ। ମନରେଗା ଜନିତ କାର୍ଯ୍ୟ ରେ ଶ୍ରମିକ ମଜୁରୀ ପ୍ରାପ୍ଯ ପ୍ରଥମତଃ ସର୍ବ ନିମ୍ନ ମଜୁରୀ ହାର ହୋଇଥିବା ବେଳେ ୨ୟରେ ଅତି ବିଳମ୍ବିତ ଭାବେ ପ୍ରାପ୍ଯ ପ୍ରଦାନ କରାଯାଉଛି। ମନରେଗା ପ୍ରତି କେନ୍ଦ୍ର ସରକାରଙ୍କ ଏ ଭଳି ଅବହେଳାକୁ ରୋକିବା ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ବାରା ଏକ କର୍ପସ ପାଣ୍ଠି ଗଠନ କରି ନିୟମିତ ଶ୍ରମ ମଜୁରୀ ପ୍ରଦାନ ସହ ଅଣ ଶ୍ରମ ମଜୁରୀ ଟଙ୍କା ମଧ୍ୟ ପ୍ରଦାନ କରାଯାଉ। ଗ୍ରାମ ପଞ୍ଚାୟତ ସ୍ତରରେ ପ୍ରତ୍ୟେକ ଦାଦନ ଶ୍ରମିକମାନଙ୍କ ର ପଞ୍ଜୀକରଣ ବାଧ୍ୟତାମୂଳକ କରାଯାଉ। ଜିଲ୍ଲା ମଧ୍ୟରେ ଖାଲି ପଡିଥିବା ସି ଏବଂ ଡି ଗ୍ରେଡ ର ପଦବୀ ନିଯୁକ୍ତି କ୍ଷେତ୍ରରେ ମନରେଗା ଶ୍ରମିକର ଶିକ୍ଷିତ ବେକରୀ ଯୁବକ ଯୁବତୀ ମାନଙ୍କୁ ଅଗ୍ରାଧିକାର ଦିଆଯାଉ। ମନରେଗା ଶ୍ରମିକ ମାନଙ୍କର ବେରୋଜଗାର ଏବଂ ସ୍ବଳ୍ପ ରୋଜଗାର ଦୃଷ୍ଟି ରୁ ସମସ୍ତ ଜବ କାର୍ଡଧରୀ ପରିବାରଙ୍କୁ ମାଗଣା ବିଦ୍ୟୁତ ଯୋଗାଇ ଦିଆଯାଉ। ସମସ୍ତ ମନରେଗା ଶ୍ରମିକ ମାନଙ୍କୁ ଜମି ଚିହ୍ନଟ କରି ଘରଡିହ ପଟା ସହ ଆବାସ ଗୃହ ପ୍ରଦାନ କରାଯାଉ। ଭୂମିହୀନ ମନରେଗା ଶ୍ରମିକମାନଙ୍କୁ ନିଜ ରାଜସ୍ବ ଗ୍ରାମର ସରକାରୀ ଜମି ଚିହ୍ନଟ କରି ୫ ଏକର ଲେଖାଏଁ ଜମିପଟ୍ଟା ପ୍ରଦାନ କରାଯାଉ। ସମସ୍ତ ଗ୍ରାମୀଣ ସରକାରୀ ବିଦ୍ୟାଳୟଗୁଡ଼ିକରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତି କରାଯାଉ। ଶହେ ଦିନ କାର୍ଯ୍ୟ ରତ ମନରେଗା ଶ୍ରମିକ ନିମନ୍ତେ ସମସ୍ତ ସୁବିଧା ଯୋଗାଇ ଦିଆଯାଉ। ସମସ୍ତ ମନରେଗା ଶ୍ରମିକମାନଙ୍କୁ ବାଧ୍ୟତାମୂଳକ ଜୀବନ ବୀମା ରାଶି ଭୁକ୍ତ କରା ଯାଉ। ସଭାପତି ରାମ ଚନ୍ଦ୍ର ମାଡକାମୀ ଏବଂ ସାଧାରଣ ସଂପାଦକ କର୍ଣ୍ଣ ଦୁରିଆ ଙ୍କ ନେତୃତ୍ବରେ ମାଲକାନଗିରି ବ୍ଲକ ପଡିଆରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ୧୦ ଗୋଟି ଦାବି ପୂରଣ ଲାଗି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ।

(ରିପୋର୍ଟ: ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)